ନୂଆଦିଲ୍ଲୀ,୨୨/୦୬: ସମୁଦ୍ରରେ ବଢିଲା ଭାରତ ଶକ୍ତି । ଉଡ଼ିବ ଶତ୍ରୁର ନିଦ । ପଣ୍ଡ ହେବ ସବୁ ପ୍ଲାନ୍ । ସମୁଦ୍ରରେ ରାଜ କରିବ ଭାରତ । ଚୀନ- ପାକିସ୍ତାନରେ ଛାନିଆ । ନୌସେନାରେ ଏକକାଳିନ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏଗୁଡିକ ହେଲା ଷ୍ଟିଲ୍ଥ ଫ୍ରିଗେଟ ଆଇଏନ୍ଏସ ଦୁନାଗିରି, ସର୍ଭେ ଜାହାଜ ଆଇଏନ୍ଏସ୍ ସଂଶୋଧକ ଏବଂ ଟ୍ୟାଙ୍କ ନିରୋଧୀ ବୁଡାଜାହାଜ ଆଇଏନ୍ଏସ୍ ଅଗ୍ରୟ । ଭାରତରେ ହିଁ ଏହାର ଡିଜାଇନ ଓ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତା ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୩ ଯୁଦ୍ଧପୋତର ଜଳାବତରଣ କରିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନୂଆ ଭାରତର ସବୁଠୁ ବଡ ଶକ୍ତି । ଭାରତ ଏବେ ପ୍ରତିରକ୍ଷା କ୍ଷେତ୍ରରେ କେବଳ କ୍ରେତା ହୋଇରହିବାକୁ ଚାହେଁନା । ଆମର ସୈନ୍ୟଶକ୍ତି ଦୁନିଆ ଲାଗି ବଜାର ହୋଇଇପାରିବ ନାହିଁ । ଆମ ଶକ୍ତିର ପରିଚୟ କେବଳ ବିଶ୍ୱରେ ବଜାର ବନାଇବା ଲାଗି ନୁହେଁ, ବରଂ ଆତ୍ମନିର୍ଭରତାରେ ରହିଛି । ଆଇଏନ୍ଏସ୍ ଦୁନାଗିରି ୮ଟି ବ୍ରହ୍ମୋସ ମିସାଇଲରେ ସୁସଜ୍ଜିତ । ଏହା ପ୍ରୋଜେକ୍ଟ ୧୭-ଏର ୫ମ ଷ୍ଟିଲ୍ଥ ଫ୍ରିଗେଟ ଯୁଦ୍ଧପୋତ । ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ଏହାକୁ ନିର୍ମାଣ କରିଛି । ଏହି ଯୁଦ୍ଧପୋତ ଇଷ୍ଟ-ନାଭାଲ କମାଣ୍ଡ ଓ ଇଷ୍ଟର୍ଣ୍ଣ ଫ୍ଲିଟର ଅଂଶ ହେବ । ଏହାର ଲମ୍ବ ୧୪୯ ମିଟର, ଓଜନ ୬,୬୭୦ ଟନ୍ ଏବଂ ଏହାର ବେଗ ଘଣ୍ଟା ପ୍ରତି ୫୨ କି.ମି. ରହିଛି । ବିନା ରିଫ୍ୟୁଏଲିଂରେ ଏହା ଭାରତରୁ ଆଫ୍ରିକା ପର୍ଯ୍ୟନ୍ତ ଯାଇପାରିବ । ରାଡାରରେ ଏହା ଛୋଟ ନୌକା ଭଳି ଦେଖାଯିବ । ଆଇଏନ୍ଏସ୍ ସଂଶୋଧକ ସର୍ଭେ ସିରିଜ୍ର ଚତୁର୍ଥ ଯୁଦ୍ଧପୋତ । ଏହା ଯୁଦ୍ଧ ଲଢ଼ିବା ପାଇଁ ନୁହେଁ, ସମୁଦ୍ରରେ ତଥ୍ୟ ସଂଗ୍ରହ କରିବା ଲାଗି ଉଦ୍ଦିଷ୍ଟ । ଏହା ସମୁଦ୍ରର ନକ୍ସା ଓ ସର୍ଭେ କରିବ ।
ଏହା ବି ପଢନ୍ତୁ...ଏବେ ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ନିସ୍ତାର ନାହିଁ, ସିଧା ଯମରାଜଙ୍କ ପାଖରେ ପହଞ୍ଚାଇ ଦିଆଯିବ : ଅପରାଧୀଙ୍କୁ ସିଏମ୍ ଯୋଗୀଙ୍କ କଡ଼ା ଚେତାବନୀ
ବିନା ରିଫ୍ୟୁଏଲିଂରେ ୧୨ ହଜାର କି.ମି ଯାତ୍ରା କରିପାରିବ । ଏଥିରେ ଥରକରେ ୨୩୧ ନୌସୈନିକ ଓ ବୈଜ୍ଞାନିକ ଯାଇପାରିବେ । ଏଥିରେ ଅଣ୍ଡରୱାଟର ଡ୍ରୋନ, ଧ୍ରୁବ ହେଲିକପ୍ଟର ଓ ସିଆରଏନ୍ ୯୧ ନାଭାଲ ଗନ ମୁତୟନ ରହିବ । ଏହାର ଓଜନ ୩,୩୦୦ ଟନ୍ ହୋଇଥିଲା ବେଳେ ବେଗ ଘଣ୍ଟା ପ୍ରତି ୩୩ କି.ମି. ରହିଛି । ସେହିଭଳି ଆଇଏନ୍ଏସ୍ ଅଗ୍ରୟ ଭାରତୀୟ ଉପକୂଳରେ ଲୁଚି ରହିଥିବା ଶତ୍ରୁର ବୁଡାଜାହାଜକୁ ଧ୍ୱଂସ କରିପାରିବ । ପ୍ରୋପେଲର ବଦଳରେ ଏଥିରେ ୱାଟରଜେଟ୍ ସିଷ୍ଟମ ରହିଛି ।