ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଇଂଲଣ୍ଡରେ ଜିତିବାକୁ ହେଲେ କୁଲଦୀପଙ୍କୁ ଖେଳାଇବାକୁ ହେବ: ମାଇକେଲ କ୍ଲାର୍କ

Published By : Prameya | June 28, 2025 2:48 PM

ନୂଆଦିଲ୍ଲୀ, ୨୮/୦୬:  ‘ଇଂଲଣ୍ଡରେ ବିଜୟୀ ହେବାକୁ ହେଲେ  କୁଲଦୀପ ଯାଦବଙ୍କୁ ଖେଳାଳିବାକୁ  ହେବ ।’ ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ । ପ୍ରଥମ ଟେଷ୍ଟରେ କେବଳ  ଯଶପ୍ରୀତ ବୁମରା ହିଁ ଭଲ ବୋଲିଂ  କରିଥିଲେ । ମାତ୍ର ଅନ୍ୟମାନଙ୍କ ପ୍ରଦର୍ଶନ  ନୈରାଶ୍ୟଜନକ ରହିଲା । ତେଣୁ ଦଳ  ମ୍ୟାଚ୍‌ ଜିତିବାରେ ସଫଳ ହୋଇ ନଥିଲା ।  

କ୍ଲାର୍କ କହିଛନ୍ତି, ‘କୌଣସି ବ୍ୟକ୍ତିଙ୍କୁ  କଠୋର ସମାଲୋଚନା କରିବାକୁ ଚାହେଁ ନାହିଁ ।  ମୋ ମତରେ କୁଲଦୀପଙ୍କୁ ଖେଳାଇବା ଉଚିତ ।  ସେ ଜଣେ ୱିକେଟ୍‌ ହାସଲକାରୀ ବୋଲର । ଭାରତ ବ୍ୟାଟିଂକୁ ଅଧିକ ଅଗ୍ରାଧିକାର ଦେଇ  ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇ ନଥିଲା ।  ଇଂଲଣ୍ଡରେ ଜିତିବାକୁ ହେଲେ ତୁମକୁ ୨୦ ୱିକେଟ୍‌  ନେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.