ନୂଆଦିଲ୍ଲୀ, ୨୮/୦୬:  ‘ଇଂଲଣ୍ଡରେ ବିଜୟୀ ହେବାକୁ ହେଲେ  କୁଲଦୀପ ଯାଦବଙ୍କୁ ଖେଳାଳିବାକୁ  ହେବ ।’ ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ । ପ୍ରଥମ ଟେଷ୍ଟରେ କେବଳ  ଯଶପ୍ରୀତ ବୁମରା ହିଁ ଭଲ ବୋଲିଂ  କରିଥିଲେ । ମାତ୍ର ଅନ୍ୟମାନଙ୍କ ପ୍ରଦର୍ଶନ  ନୈରାଶ୍ୟଜନକ ରହିଲା । ତେଣୁ ଦଳ  ମ୍ୟାଚ୍‌ ଜିତିବାରେ ସଫଳ ହୋଇ ନଥିଲା ।  

କ୍ଲାର୍କ କହିଛନ୍ତି, ‘କୌଣସି ବ୍ୟକ୍ତିଙ୍କୁ  କଠୋର ସମାଲୋଚନା କରିବାକୁ ଚାହେଁ ନାହିଁ ।  ମୋ ମତରେ କୁଲଦୀପଙ୍କୁ ଖେଳାଇବା ଉଚିତ ।  ସେ ଜଣେ ୱିକେଟ୍‌ ହାସଲକାରୀ ବୋଲର । ଭାରତ ବ୍ୟାଟିଂକୁ ଅଧିକ ଅଗ୍ରାଧିକାର ଦେଇ  ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇ ନଥିଲା ।  ଇଂଲଣ୍ଡରେ ଜିତିବାକୁ ହେଲେ ତୁମକୁ ୨୦ ୱିକେଟ୍‌  ନେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।’