ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସିନ୍ଧୁ ଜଳ ବିବାଦ : ଦୁଇ ବୃହତ ଷ୍ଟୋରେଜ୍‌ ବ୍ୟବସ୍ଥା ନିର୍ମାଣ କରୁଛି ଭାରତ

Published By : Rasmita Pradhan | April 30, 2025 2:07 PM

ନୂଆଦିଲ୍ଲୀ, ୩୦/୦୪ : ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିରୁ ଭାରତ ଦୂରେଇବା ପରେ ସିନ୍ଧୁ ଜଳ ଗଚ୍ଛିତ ରଖିବା ଲାଗି ଭାରତ ଦୁଇ ବୃହତ ଷ୍ଟୋରେଜ ବ୍ୟବସ୍ଥା ନିର୍ମାଣ କରୁଛି। ସିନ୍ଧୁ ଜଳ ଚୁକ୍ତି ଲାଗି ୧୦ ବର୍ଷ ଧରି ଥିବା ଟେକ୍ନିକାଲ କନ୍‌ସଲଟାଣ୍ଟ ତଥା ପୂର୍ବତନ କମିଶନର (ସିନ୍ଧୁ) ଏକେ ବଜାଜ ଏହା କହିଛନ୍ତି । 

ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର ୨ ବର୍ଷ ପୂର୍ବରୁ ଭାରତ ସରକାର ଚୁକ୍ତି ଉପରେ ପୁନଃ ଆଲୋଚନା କରିବା ଲାଗି ଏକ ରୂପରେଖ ବନାଇଥିଲେ। ସରକାର ସିନ୍ଧୁ ନଦୀ ପ୍ରଣାଳୀ ଉପରେ ପକୁଲଦୁଲ ଏବଂ ବୁର୍‌ସର ନାମରେ ଦୁଇଟି ନୂଆ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ଜୋରସୋରରେ କାମ ଜାରି ରଖିଛନ୍ତି । ପକୁଲଦୁଲ ପ୍ରୋଜେକ୍ଟ କାମ ଦ୍ରୁତଗତିରେ ଚାଲିଥିବାବେଳେ ବୁର୍‌ସର ପ୍ରୋଜେକ୍ଟ ଯୋଜନା ଶେଷ ପର୍ଯ୍ୟାୟରେ ଅଛି । ଏହି ଦୁଇଟି ପ୍ରକଳ୍ପ ଶେଷ ହେବା ପରେ ଭାରତ କେବଳ ଅଧିକ ଜଳ ସଂରକ୍ଷଣ କରିବନି ବରଂ ଏହି ଜଳକୁ ରାଜସ୍ଥାନ, ପଞ୍ଜାବ, ହରିୟାଣା ଭଳି ରାଜ୍ୟକୁ ମଧ୍ୟ ପଠାଯାଇପାରିବ। 

ପ୍ରକାଶଥାଉ କି, ଗତ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଛି । ୧୯୬୦ ପାକିସ୍ତାନ ଓ ଭାରତ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ଏହାର ଜବାବରେ ୧୯୭୨ ହୋଇଥିବା ସିମ୍‌ଲା ଚୁକ୍ତିକୁ ପାକିସ୍ତାନ ସ୍ଥଗିତ ରଖିଛି । ସିମ୍‌ଲା ଚୁକ୍ତି ସ୍ଥଗିତ ରଖିବା ଅର୍ଥ ଦୁଇ ଦେଶ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଏଲ୍‌ଓସିର ବୈଧତା ଶେଷ କରିବା ।

ଏହି ଖବରଟିକୁ ପଢନ୍ତୁ-ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣରେ ବେଲୁଚିସ୍ତାନ... ଏବେ ଭାରତ ସହ ତିକ୍ତତା ପାକିସ୍ତାନ ପାଇଁ ହେବ କାଳ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.