ନୂଆଦିଲ୍ଲୀ,୦୫/୧୦: ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କେନେରିୟା ତାଙ୍କ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ଭାରତୀୟ ନାଗରିକତା ନେବାକୁ ଚାହୁଁଥିବା ଗୁଜବକୁ ଖାରଜ କରିଛନ୍ତି । ହେଲେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଦାନିଶ କେନେରିୟା ପାକିସ୍ତାନ ପାଇଁ ଖେଳୁଥିବା ଦ୍ବିତୀୟ ଭାରତୀୟ । ଏହା ପୂର୍ବରୁ ତାଙ୍କ ସମ୍ପର୍କୀୟ ଭାଇ ଅନୀଲ ଦଲପତ ଇଣ୍ଟରନ୍ୟାସନାଲ କ୍ରିକେଟରେ ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । କେନେରିୟା କହିଛନ୍ତି, ପାକିସ୍ତାନରେ ତାଙ୍କୁ କ୍ରିକେଟ ବୋର୍ଡ ଏବଂ ଅଧିକାରୀଙ୍କଠୁ ଭେଦଭାବର ସାମ୍ନା କରିବାକୁ ପଡିଛି । ପାକିସ୍ତାନ ମୋର ଜନ୍ମଭୂମି କିନ୍ତୁ ଭାରତ ମୋର ପୂର୍ବଜଙ୍କ ମାଟି ହୋଇଥିବାରୁ ଭାରତ ମୋର ମାତୃଭୂମି ।
Lately, I have seen many people questioning me, asking why I do not speak about Pakistan, why I comment on Bharat’s internal matters, and some even alleging that I do all this for Bharatiya citizenship. I feel it is important to set the record straight.
— Danish Kaneria (@DanishKaneria61) October 4, 2025
From Pakistan and its…
ସୋସିଆଲ ମିଡିଆ ଏକ୍ସରେ ଦାନିଶ ଲେଖିଛନ୍ତି,'' ନିକଟରେ କିଛି ଲୋକ ମୋତେ ପଚାରୁଛନ୍ତି ମୁଁ ପାକିସ୍ତାନ ବିଷୟରେ କାହିଁକି କହୁନାହିଁ । ଭାରତର ଆଭ୍ୟନ୍ତରୀଣ ମାମଲାରେ କାହିଁକି ଟିପ୍ପଣୀ କରେ । କିଛି ଏହା ବି ଅଭିଯୋଗ ଆଣିଛନ୍ତି କି ମୁଁ ଭାରତୀୟ ନାଗରିକତା ପାଇଁ ଏପରି କରୁଛି । ଏପରି ସ୍ଥିତିରେ ଏହା ଜରୁରୀ ହୋଇଛି କି ସତ ସାମ୍ନାକୁ ଆସୁ । ବର୍ତ୍ତମାନ ଭାରତୀୟ ନାଗରିକତା ନେବାର କୌଣସି ଉଦ୍ଦେଶ୍ୟ ନାହିଁ ।''
ଭାରତ ଏକ ମନ୍ଦିର ପରି... ଦାନିଶ କେନେରିୟା ଆହୁରି କହିଛନ୍ତି, ''ଭବିଷ୍ୟତରେ ଯଦି ତାଙ୍କ ପରି କିଏ ଭାରତୀୟ ନାଗରିକତା ନେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ପୂର୍ବରୁ ଅଛି । ମୋ ପାଇଁ ଭାରତ ଏକ ମନ୍ଦିର ପରି । ପାକିସ୍ତାନ ମୋର ଜନ୍ମଭୂମି, କିନ୍ତୁ ଭାରତ ମୋର ମାତୃଭୂମି । ମୁଁ ସବୁବେଳେ ଧର୍ମ ଏବଂ ସତ୍ୟ ସହିତ ଛିଡା ହେବି । ମୁଁ ସମାଜକୁ ବିଭାଜିତ କରିବା ପାଇଁ କାମ କରୁଥିବା ଲୋକଙ୍କର ପର୍ଦ୍ଦାଫାସ କରିବି ।'' ପୋଷ୍ଟ ଶେଷକୁ ଜୟ ଶ୍ରୀ ରାମ ଲେଖିଛନ୍ତି ଦାନିଶ ।
ସିଏଏ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ସଂଖ୍ୟାଲଘୁ ( ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖୀଷ୍ଟିଆନ) ଭାରତୀୟ ନାଗରିକତ୍ୱ ପାଇଁ ଯୋଗ୍ୟ ହୋଇପାରିବେ । ଡିସେମ୍ବର ୩୧ ,୨୦୨୪ ସୁଦ୍ଧା ଭାରତରେ ପହଞ୍ଚିଥିବା ନାଗରିକଙ୍କ ପାଇଁ ଭିସା ଏବଂ ପାସ୍ପୋର୍ଟ ଆବଶ୍ୟକତା ନଥିବା ଛାଡ କରିଛନ୍ତି ଭାରତ ସରକାର ।