ନୂଆଦିଲ୍ଲୀ : ଭାରତ ଏବେ ବିଶ୍ୱର ସେହି ଦେଶଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେଉଛି , ଯିଏ ଦୀର୍ଘ ଦୂରଗାମୀ ଆକ୍ରମଣ କରୁଥିବା ଡ୍ରୋନ୍ ତିଆରି କରୁଛି। ସ୍ୱଦେଶୀ ଡିଫେନ୍ସ କମ୍ପାନୀ ଆଇଜି ଡିଫେନ୍ସ ନିଜର ନୂଆ ପ୍ରୋଜେକ୍ଟ KALର ପ୍ରଥମ ଝଲକ ଦେଖାଇଛି। ଏହା ଏକ ଦୀର୍ଘ ଦୂରର ସୁଇସାଇଡ୍ ଡ୍ରୋନ୍ , ଯାହା ଶତ୍ରୁର ଅଞ୍ଚଳରେ ଖୁବ୍ ଗଭୀରକୁ ଯାଇ ଆକ୍ରମଣ କରିପାରେ। ଆଜିକାଲି ଯୁଦ୍ଧରେ ଏମିତି ଡ୍ରୋନ୍ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇ ଯାଇଛି, କାରଣ ସେ ସବୁ ଶସ୍ତା ହୋଇଥାନ୍ତି , ବଡ଼ ସ୍ତରରେ ବ୍ୟବହାର କରାଯାଇ ପାରେ।

ଇରାନର ଶାହେଦ-୧୩୬ ଡ୍ରୋନ୍ ପୂରା ବିଶ୍ୱରେ ପ୍ରସିଦ୍ଧ ହୋଇ ଯାଇଛି। ଏହି ଡ୍ରୋନ୍ ଶସ୍ତା ହୋଇଥାଏ। ଏଥିରେ ବିସ୍ଫୋରକ ଭରି ବହୁତ ଦୂର ଯାଏ ପଠାଯାଇ ପାରେ। ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧରେ ଇରାନ ଏମିତି ଶହ ଶହ ଡ୍ରୋନ୍ ପଠାଇ ଶତ୍ରୁର ମହଙ୍ଗା ଏୟାର ଡିଫେନ୍ସ ସିଷ୍ଟମକୁ ସମସ୍ୟାରେ ପକାଇଛି।

ଏହାସହ ମଧ୍ୟ ପଢନ୍ତୁ : ଚର୍ଚ୍ଚାରେ ‘ବ୍ଲୁ ସ୍ପାରୋ’ : ଖାମେନିଙ୍କୁ ମାରିବା ପାଇଁ ଇସ୍ରାଏଲ ଛାଡ଼ି ଥିଲା ଏହି ବିପଜ୍ଜନକ ମିସାଇଲ

ଶତ୍ରୁକୁ ଏକ ଶସ୍ତା ଡ୍ରୋନକୁ ରୋକିବା ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ମିସାଇଲ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିରେ ଶତ୍ର ଉପରେ ଆର୍ଥିକ ଓ ସେନା ଚାପ ବହୁତ ବଢିଯାଏ। ଏମିତି ଡ୍ରୋନ୍ ଯୁଦ୍ଧର ଖେଳ ବଦଳାଉଛନ୍ତି, କାରଣ ଏସବୁ ଶସ୍ତା , ଅଧିକ ସଂଖ୍ୟାରେ ତିଆରି କରାଯାଇ ପାରେ। ଏୟାର ଡିଫେନ୍ସ ସିଷ୍ଟମକୁ ଅସୁବିଧାରେ ପକାଇ ଦିଅନ୍ତି।

ଆଇଜି ଡିଫେନ୍ସର ପ୍ରୋଜେକ୍ଟ KAL ଭାରତର ଲମ୍ୱା ଦୂରଗାମୀ ସ୍ୱଦେଶୀ ଆକ୍ରମଣକାରୀ ଡ୍ରୋନ୍। ଏହାର ଆନୁମାନିକ ରେଞ୍ଜ ୧୦୦୦ କି.ମି ଯାଏ ରହିଛି। ଏହା ବାୟୁରେ ୩ରୁ ୫ଘଣ୍ଟା ଯାଏ ଉଡ଼ାଣ ଭରିପାରେ। ଡ୍ରୋନ୍ ଶତ୍ରୁର ଲାଇନ ଠାରୁ ବହୁତ ଦୂର ପର୍ଯ୍ୟନ୍ତ ଯାଇ ପାରେ। ସେଠାରେ ଲକ୍ଷ୍ୟ ଦେଖି ପାରେ। ଆବଶ୍ୟକ ପଡ଼ିଲେ ରାସ୍ତା ବଦଳାଇ ପାରେ। ସଠିକ୍ ସମୟରେ ଆକ୍ରମଣ କରିପାରେ। ଏଥିରେ ହାଇ ଏକ୍ସପ୍ଲୋସିଭ୍ ପେଲୋଡ୍ ଭରି ରଣନୀତିକ ଠିକଣା ଭଳି ଫ୍ୟାକ୍ଟ୍ରି , ରାଡାର , ଲଜିଷ୍ଟିକ୍ ହବ୍ ଓ ଗୁରୁତ୍ତ୍ୱପୂର୍ଣ୍ଣ ସେନା ଆଡ୍ଡା ଉପରେ ହମଲା କରାଯାଇ ପାରେ। ଏହି ଡ୍ରୋନ୍ ସୈନିକଙ୍କ ଜୀବନ ବଞ୍ଚାଇବ , କାରଣ ମଣିଷଙ୍କୁ ବିପଦ ପୂର୍ଣ୍ଣ ଅଞ୍ଚଳକୁ ପଠାଇବାକୁ ପଡ଼ିବ ନାହିଁ।

ଆଇଜି ଡିଫେନ୍ସର ବରିଷ୍ଠ ଭାଇସ୍ ପ୍ରେସିଡେଣ୍ଟ ରିଟାୟର୍ଡ ମେଜର ଜେନେରାଲ ଆରସି ପାଢୀ କହିଛନ୍ତି ଯେ, ବିନା ପାଇଲଟର ସିଷ୍ଟମ ଯୁଦ୍ଧର ପ୍ରକୃତି ବଦଳାଉଛି। ମଧ୍ୟ ପୂର୍ବରେ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଦେଖାଇଛି ଯେ, ଲମ୍ୱ ଦୂରତ୍ୱର ଆକ୍ରମଣକାରୀ ଡ୍ରୋନ୍ କେତେ ପ୍ରଭାବଶାଳୀ। ଭାରତକୁ ମଧ୍ୟ ଏମିତି ଅସ୍ତ୍ର ନିଜେ ତିଆରି କରିବା ଉଚିତ୍। ପ୍ରୋଜେକ୍ଟ KAL ଦ୍ୱାରା ଆମେ ସ୍ୱଦେଶୀ କ୍ଷମତା ବୃଦ୍ଧି କରାଉଛୁ। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଦୃଢ କରୁଛୁ। ଏହା ଭାରତର ଡିଫେନ୍ସ ଇନୋଭେସନକୁ ନୂଆ ଶିଖରରେ ପହଞ୍ଚାଇବ।