ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇରାନ୍ ଉପରେ ଇସ୍ରାଏଲର ଏୟାଷ୍ଟ୍ରାଇକ୍; ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

Published By : Ankita S | June 13, 2025 1:37 PM

ନୂଆଦିଲ୍ଲୀ,୧୩/୦୬: ଇରାନ୍‌ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ୨୦୦ ଫାଇଟର ଜେଟ୍‌ରେ ମିଲିଟାରୀ ଓ ନ୍ୟୁକ୍ଲିୟର ବେସ୍‌ରେ ଆଟାକ୍ କରିଛି ଇସ୍ରାଏଲ । ଇରାନ୍ ସଶସ୍ତ୍ର ବାହିନୀର ମୁଖ୍ୟ, IRGCର କମାଣ୍ଡର ମୃତ୍ୟୁ ହୋଇଛି । ଇରାନ ଉପର ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ ।

ଇରାନ ଓ ଇସ୍ରାଏଲ୍‌ରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ସତର୍କ ପରାମର୍ଶ ଦେଇ ଏକ୍ସରେ କହିଛି, ''ଇରାନରେ ବର୍ତ୍ତମାନ ସ୍ଥିତିକୁ ଦେଖି ସମସ୍ତ ଭାରତୀୟ ନାଗରିକ ସତର୍କ ରହିବାକୁ କୁହାଯାଉଛି । ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଦୂତାବାସ ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁସରଣ କରନ୍ତୁ । ସ୍ଥାନୀୟ କର୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ନିୟମ ପାଳନ କରନ୍ତୁ ।''

ଇରାନର ମିଲିଟାରୀ ଓ ନ୍ୟୁକ୍ଲିୟାର ବେସ୍ ଉପରେ ଇସ୍ରାଏଲର ଆକ୍ରମଣ ପରେ ଭାରତୀୟ ଦୂତାବାସ ଏହି ଆଡ଼ଭାଇଜରୀ ଜାରି କରିଛି । ଇସ୍ରାଏଲର ଆକ୍ରମଣରେ ବିସ୍ଫୋରଣ ଥରି ଉଠିଥିଲା ତେହରାନ । ସ୍ଥିତି ଆଗକୁ ସଙ୍ଗୀନ ହୋଇପାରେ । ତେଣୁ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ଭାରତୀୟ ଦୂତାବାସ ।

ଅଧିକ ପଢନ୍ତୁ...ଇରାନ ଉପରେ ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ, ମିଲିଟାରୀ ଓ ନ୍ୟୁକ୍ଲିୟାର ବେସ୍‌ରେ ଆଟାକ୍

ଏୟାର ଇଣ୍ଡିଆର ଆଡ୍‌ଭାଇଜରୀ- ଇରାନ୍‌ର ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଏୟାର ଇଣ୍ଡିଆ ଆଡଭାଇଜରୀ ଜାରି କରିଛି । ଏକାଧିକ ବିମାନ ଗତିପଥ ବଦଳାଇଛି ଏୟାର ଇଣ୍ଡିଆ । ଆଉ କିଛି ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହିତ ବିକଳ୍ପ ଉଡା଼ଣ ବ୍ୟବସ୍ଥା କରିଛି ଏୟାର ଇଣ୍ଡିଆ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.