ନୂଆଦିଲ୍ଲୀ,୧୩/୦୬: ଇରାନ୍‌ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ୨୦୦ ଫାଇଟର ଜେଟ୍‌ରେ ମିଲିଟାରୀ ଓ ନ୍ୟୁକ୍ଲିୟର ବେସ୍‌ରେ ଆଟାକ୍ କରିଛି ଇସ୍ରାଏଲ । ଇରାନ୍ ସଶସ୍ତ୍ର ବାହିନୀର ମୁଖ୍ୟ, IRGCର କମାଣ୍ଡର ମୃତ୍ୟୁ ହୋଇଛି । ଇରାନ ଉପର ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ ।

ଇରାନ ଓ ଇସ୍ରାଏଲ୍‌ରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ସତର୍କ ପରାମର୍ଶ ଦେଇ ଏକ୍ସରେ କହିଛି, ''ଇରାନରେ ବର୍ତ୍ତମାନ ସ୍ଥିତିକୁ ଦେଖି ସମସ୍ତ ଭାରତୀୟ ନାଗରିକ ସତର୍କ ରହିବାକୁ କୁହାଯାଉଛି । ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଦୂତାବାସ ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁସରଣ କରନ୍ତୁ । ସ୍ଥାନୀୟ କର୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ନିୟମ ପାଳନ କରନ୍ତୁ ।''

ଇରାନର ମିଲିଟାରୀ ଓ ନ୍ୟୁକ୍ଲିୟାର ବେସ୍ ଉପରେ ଇସ୍ରାଏଲର ଆକ୍ରମଣ ପରେ ଭାରତୀୟ ଦୂତାବାସ ଏହି ଆଡ଼ଭାଇଜରୀ ଜାରି କରିଛି । ଇସ୍ରାଏଲର ଆକ୍ରମଣରେ ବିସ୍ଫୋରଣ ଥରି ଉଠିଥିଲା ତେହରାନ । ସ୍ଥିତି ଆଗକୁ ସଙ୍ଗୀନ ହୋଇପାରେ । ତେଣୁ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ଭାରତୀୟ ଦୂତାବାସ ।

ଅଧିକ ପଢନ୍ତୁ...ଇରାନ ଉପରେ ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ, ମିଲିଟାରୀ ଓ ନ୍ୟୁକ୍ଲିୟାର ବେସ୍‌ରେ ଆଟାକ୍

ଏୟାର ଇଣ୍ଡିଆର ଆଡ୍‌ଭାଇଜରୀ- ଇରାନ୍‌ର ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଏୟାର ଇଣ୍ଡିଆ ଆଡଭାଇଜରୀ ଜାରି କରିଛି । ଏକାଧିକ ବିମାନ ଗତିପଥ ବଦଳାଇଛି ଏୟାର ଇଣ୍ଡିଆ । ଆଉ କିଛି ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହିତ ବିକଳ୍ପ ଉଡା଼ଣ ବ୍ୟବସ୍ଥା କରିଛି ଏୟାର ଇଣ୍ଡିଆ ।