ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଭାରତ ଓ ଜାପାନ ମିଶି ବନେଇବେ ପ୍ରତିରକ୍ଷା ସାମଗ୍ରୀ, ଟୋକିଓରେ ହେଲା ସ୍ବାକ୍ଷର

Published By : Ladu Kishor | November 17, 2024 10:32 PM

ନୂଆଦିଲ୍ଲୀ: ଭାରତକୁ ଆଉ କେହି ଶତ୍ରୁ ଦେଶ ଦେଖାଇ ପାରିବେ ନାହିଁ ନାଲିଆଖି । ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଭାରତ ଓ ଜାପାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ୧୫ ନଭେମ୍ବର ୨୦୨୪ ରେ ଟୋକିଓ ସ୍ଥିତ ଭାରତୀୟ ଦୁତାବାସରେ ନୈସେନା ଜହାଜରେ ଲାଗୁଥିବା ୟୁନିକର୍ଣ୍ଣ ମାସ୍ଟକୁ ମିଳିତ ସହଯୋଗରେ ବନେଇବା ପାଇଁ ଉଭୟ ଦେଶ ମଧ୍ୟରେ ଏକ ସ୍ମାରକ ପତ୍ର ସ୍ବାକ୍ଷରିତ ହୋଇଛି । 

ଟୋକିଓରେ ଆୟୋଜିତ ଏକ ସମାରୋହରେ ଭାରତର ରାଷ୍ଟ୍ରଦୁତ ସିବି ଜର୍ଜ ଓ ଜାପାନର ରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା  ପ୍ରୟୁକ୍ତିବିଦ୍ୟା ଅଧିଗ୍ରହଣ ଓ ଲଜିଷ୍ଟିକ ଏଜେନ୍ସି (ଏଟିଏଲଏ)ର କମିଶନର ଇଶିକାଓ୍ବା ତାକେଶିଙ୍କ ମଧ୍ୟରେ ସ୍ମାରକ ପତ୍ରରେ ଦସ୍ତଖତ କରାଯାଇଥିଲା । 

ୟୁନିଫାଏଡ କମ୍ଲେକ୍ସ ରେଡିଓ ଆଣ୍ଟିନା(ୟୁନିକର୍ଣ୍ଣ) ଏକ ଏକିକୃତ ଯୋଗାଯୋଗ ପ୍ରଣାଳି ବିଶିଷ୍ଟ ମାସ୍ଟ ଯାହା ନୈସେନାର ଷ୍ଟିଲ୍‌ଥ ବିଶେଷତାକୁ ମଜବୁତ ବନେଇବାରେ ସାହାଯ୍ୟ କରିବ । ଭାରତୀୟ ନୈସେନା ଏହି ଉନ୍ନତ ପ୍ରଣାଳିକୁ ନିଜର କରିବାକୁ ଚେଷ୍ଟା କରୁଛି, ଯାହାକୁ ଭାରତରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ତରଫରୁ ଜାପାନ ସହଯୋଗରେ ମିଳିତ ଭାବେ ତିଆରି କରାଯିବ। ଏହା କାର୍ଯ୍ୟକାରୀ ହେଲେ, ଏହା ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଉପକରଣର ସହ-ବିକାଶ/ସହ-ଉତ୍ପାଦନର ପ୍ରଥମ ମାମଲା ହବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.