ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ପୂର୍ବରୁ ହାରିଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ଟିମ ଇଣ୍ଡିଆର ପରାଜୟ। ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତ ୨୧୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଦଳ ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଛି। ଏଥି ସହିତ ଚଳିତ ଶୃଙ୍ଖଳା ୩-୧ରେ ପହଞ୍ଚିଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ୩୧ ତାରିଖରେ ତିରୁଅନ୍ତପୁରମରେ ଖେଳାଯିବ।
ଏହି ମ୍ୟାଚ୍ରେ ଭାରତୀୟ ଯୁବ ବ୍ୟାଟର ଶିବମ ଦୁବେ ଚମତ୍କାର ଖେଳି ଥିଲେ । ଦଳକୁ ବିଜୟ ଦେବାକୁ ବଡ଼ ଉଦ୍ୟମ କରିଥିଲେ। ଏକଦା ସେ ୩୦୦ ଷ୍ଟ୍ରାଇକ୍ ରେଟ୍ରେ ଖେଳୁଥିଲେ। ମାତ୍ର ୨୩ଟି ବଲ୍ ଖେଳି ୩ଟି ଚୌକା ଏବଂ ୭ଟି ଛକା ବଳରେ ୬୫ ରନ୍ ସଂଗ୍ରହ କରିଥିଲେ। ଦୁବେ ଆଉଟ୍ ହେଲା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଭାରତୀୟ ଦଳ ପ୍ରଥମରୁ ବ୍ୟାଟି ବିପର୍ଯୟର ସାମ୍ନା କରିଥିଲା। ତେବେ ଶେଷ ମ୍ୟାଚରେ ବିଜୟୀ ହୋଇ ୪-୧ ରେ ସିରିଜ ହାତେଇ ଦିନିକିଆ ର ବଦଲା ନେବା ଲକ୍ଷ୍ୟରେ ରହିବ ଭାରତ ।