ନୂଆଦିଲ୍ଲୀ,୨୮।୮: ଭାରତ ଉପରେ ଯଦିଓ ଆମେରିକା ୫୦% ଟାରିଫ୍ ଲଗାଇ ଦେଇଛି , କିନ୍ତୁ ଇଣ୍ଡିଆନ ଇକୋନୋମିର ବେଗ ଏଭଳି କୌଣସି ବାଧାର ପ୍ରଭାବର ପଡିବନି। ଏକଥା ଇଭାଇ ଇଣ୍ଡିଆ ରିପୋର୍ଟରେ ଅନୁମାନ କରାଯାଉଛି। ଏଥିରେ କୁହାଯାଇଛି ଭାରତ ୨୦୩୮ ପର୍ଯ୍ୟନ୍ତ ୩୪.୨ ଟ୍ରିଲିୟନ ଡଲାର ସକଳ ଘରୋଇ ଉତ୍ପାଦ (ପିପିସି) ସହ ଦୁନିଆର ଅନ୍ୟ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହୋଇପାରେ। EY Economy Watch ଅଗଷ୍ଟ ୨୦୨୫ରେ କହିଛି, ଭାରତ ଟାରିଫ ଚାପ ଓ ବିଶ୍ବ ଅନିଶ୍ଚିତତା ପରେ ବି ଏହି କମାଲ କରିବ।
ରିପୋର୍ଟ ଅନୁସାରେ, ସବୁ ଚ୍ୟାଲେଞ୍ଜରୁ ବାହାରି ଭାରତ ଦୁନିଆର ପଞ୍ଚମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଭିତରୁ ଅନ୍ୟତମ ସ୍ଥାନ ଗ୍ରହଣ କରିବ। ଦେଶ ଏକ ଦୃଢ଼ ଆର୍ଥିକ ଭିତ୍ତିଭୂମି ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଶୁଳ୍କ ଚାପ ଏବଂ ଧିମା ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ଅର୍ଥନୀତି ଘରୋଇ ଚାହିଦା ଉପରେ ନିର୍ଭରଶୀଳ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ବର୍ଦ୍ଧିତ କ୍ଷମତା ଯୋଗୁଁ ଦୃଢ଼ ରହିଛି। ରିପୋର୍ଟରେ ଆକଳନ କରାଯାଇଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାର (PPP) ପହଞ୍ଚିପାରେ।
ରିପୋର୍ଟ ଅନୁସାରେ, ଆମେରିକା, ଚୀନ୍, ଜର୍ମାନୀ ଓ ଜାପାନର ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ତେବେ ଚୀନ୍ ୨୦୩୦ ପର୍ଯ୍ୟନ୍ତ ଅନୁମାନିତ ୪୨.୨ ଟ୍ରିଲିୟନ ଡଲାରର ଜିଡିପି(ପିପିପି) ସହ ଇକୋନୋମିର ରେସରେ ସବୁଠାରୁ ଆଗରେ ରହିପାରେ। କିନ୍ତୁ ଅନ୍ୟପକ୍ଷରେ, ଏହାର ବୟସ୍କ ଜନସଂଖ୍ୟା ଏବଂ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଋଣ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଯଦିଓ ଆମେରିକା ବର୍ତ୍ତମାନ ସୁଦୃଢ଼ ରହିଛି, ଏହା GDP ର ୧୨୦% ରୁ ଅଧିକ ଋଣ ଏବଂ ମନ୍ଥର ଅଭିବୃଦ୍ଧି ହାରର ସମ୍ମୁଖୀନ ହେଉଛି।
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଦ୍ୱାରା ଆକଳନ କରାଯାଇଛି ଯେ ୨୦୨୮-୩୦ ର ହାରାହାରି ଅଭିବୃଦ୍ଧି ଦେଖି କୁହାଯାଉଛି ଯେ ଭାରତ ୨୦୩୮ ସୁଦ୍ଧା PPP ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବ, ଯାହାର ଆନୁମାନିକ GDP ଆକାର ୩୪.୨ ଟ୍ରିଲିୟନ ଡଲାର ହେବ। ଏଠାରେ ଏହା ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ GDP (PPP) କ'ଣ? ଏହାର ଅର୍ଥ କ୍ରୟ ଶକ୍ତି ସମତା ଉପରେ ଆଧାରିତ ସକଳ ଘରୋଇ ଉତ୍ପାଦ। PPP ବ୍ୟବହାର କରି, ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ଉତ୍ପାଦନର ଏକ ଅଧିକ ନିରପେକ୍ଷ ତୁଳନା କରାଯାଏ, କାରଣ ଏହା ଦର୍ଶାଏ ଯେ ଆମେରିକୀୟ ଡଲାରରେ କେଉଁ ଦେଶର କେତେ ପରଚେଜିଂ ଭ୍ୟାଲୁ ରହିଛି।