ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମହିଳାଙ୍କ ପରେ ଭାରତୀୟ ପୁରୁଷ ଦଳ ରଚିଲା ଇତିହାସ, ପ୍ରଥମ ଖୋ ଖୋ ବିଶ୍ବକପ୍‌ରେ କଲେ ବାଜିମାତ୍‌

Published By : Tapas Panda | January 19, 2025 11:44 PM

Image Courtesy: wionews

ନୂଆଦିଲ୍ଲୀ:  ଖୋ ଖୋ ବିଶ୍ବକପ୍‌ ପ୍ରଥମ ଥର ଆୟୋଜନ ହୋଇଥିବା ବେଳେ ପ୍ରଥମ ଥର ଭାରତୀୟ ଦଳ ବାଜିମାତ କରିଛି । ପ୍ରଥମେ ମହିଳା ଟିମ୍‌ ଏବଂ ପରେ ପୁରୁଷ ଦଳ ବିଶ୍ବ ବିଜେତା ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଖୋ-ଖୋ ବିଶ୍ୱକପରେ ଭାରତୀୟ ମହିଳା ଏବଂ ପୁରୁଷ ଦଳ ବିଜୟୀ ହୋଇଛନ୍ତି । ମହିଳା ଦଳ ନେପାଳକୁ ପରାସ୍ତ କରି ବିଶ୍ୱକପ ଟାଇଟଲ ଜିତି ଥିବାବେଳେ ପୁରୁଷ ଦଳ ବି ନେପାଳକୁ ପରାସ୍ତ କରି ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଛି । 

ଭାରତୀୟ ପୁରୁଷ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିବା ସହ ଚାମ୍ପିଅନ ହୋଇଛି । ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ଟାଇଟଲ୍ ମ୍ୟାଚକୁ ୫୪-୩୬ ବ୍ୟବଧାନରେ ଜିତିଛି । ଖୋ-ଖୋ ବିଶ୍ୱକପ ୨୦୨୫ ପୁରୁଷ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ନେପାଳ ବିପକ୍ଷରେ ଭଲ ଆରମ୍ଭ କରିଥିଲା । ପ୍ରଥମ ଟର୍ମରେ ଭାରତ ୨୬ ପଏଣ୍ଟ ହାସଲ କରିଥିଲା ଏବଂ ନେପାଳକୁ ଖାତା ଖୋଲିବାର ସୁଯୋଗ ମଧ୍ୟ ଦେଇନଥିଲା । 

ଦ୍ୱିତୀୟ ଟର୍ମରେ ନେପାଳ ଦଳ ସାମାନ୍ୟ ପ୍ରତ୍ୟାବର୍ତ୍ତନ କରି ୧୮ ପଏଣ୍ଟ ହାସଲ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୮ ପଏଣ୍ଟ୍ ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । ତେବେ ତୃତୀୟ ଟର୍ମରେ ଭାରତୀୟ ପୁରୁଷ ଖୋ ଖୋ ଦଳ ଚମତ୍କାର କରିଥିଲା ଏବଂ ପଏଣ୍ଟ ସ୍କୋରକୁ ୫୦ରୁ ଅଧିକକୁ ନେଇଥିଲେ । ନେପାଳ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଖୋ ଖୋ ଦଳ ନିଜର ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । 

ଚତୁର୍ଥ ଟର୍ମ ପରେ ଟିମ୍ ଇଣ୍ଡିଆ ମ୍ୟାଚକୁ୫୪-୩୬ ବ୍ୟବଧାନରେ ଜିତି ନେଇଥିଲା । ଭାରତୀୟ ପୁରୁଷ ଖୋ ଖୋ ଦଳ ଏହି ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ନେପାଳ ଦଳକୁ ପରାସ୍ତ କରିଛି । ଏହା ପୂର୍ବରୁ ମହିଳା ଖୋ ଖୋ ଟିମ୍ ନେପାଳକୁ ୭୮-୪୦ ପଏଣ୍ଟରେ ପରାସ୍ତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.