ନୂଆଦିଲ୍ଲୀ,୪।୧୧: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଅଷ୍ଟ୍ରେଲିଆର ବ୍ରିସବେନ୍‌ରେ ଭାରତର ନୂଆ ମହାବାଣିଜ୍ୟ ଦୂତାବାସର ଉଦଘାଟନ କରିଛନ୍ତି। ଏହା ସହ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, କ୍ବିନ୍ସଲାଣ୍ଡ ସହ ଭାରତର ସମ୍ପର୍କକୁ ମଜବୁତ କରିବା, ବାଣିଜ୍ୟକୁ ବଢାଇବା ଓ ପ୍ରବାସୀଙ୍କ ସେବା କରିବାରେ ସାହାଯ୍ୟ ମିଳିବ। ଜୟଶଙ୍କର ଦୁଇ ଦେଶର ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରବିବାର ଅଷ୍ଟ୍ରେଲିଆରେ ପହଁଞ୍ଚିଛନ୍ତି, ସେଠାରୁ ସେ ସିଙ୍ଗାପୁର ଯିବେ।

ସୋସିଆଲ ମିଡିଆ ମଞ୍ଚ ’ଏକ୍ସ’ରେ ଜୟଶଙ୍କର ଲେଖିଛନ୍ତି, ଆଜି ବ୍ରିସବେନ୍‌ରେ ଭାରତ ପାଇଁ ନୂଆ ମହାବାଣିଜ୍ୟ ଦୂତାବାସକୁ ଔପଚାରିକ ଭାବରେ ଉଦଘାଟନ କରି ଖୁସି ହୋଇଛି। ଏହା କ୍ବିନ୍ସଲାଣ୍ଡ ରାଜ୍ୟ ସହ ଭାରତର ସମ୍ପର୍କକୁ ମଜବୁତ କରିବ, ବାଣିଜ୍ୟକୁ ବଢାଇବ। ଶୈକ୍ଷଣିକ ସମ୍ପର୍କକୁ ପ୍ରୋତ୍ସାହନ ଦେବ ଓ ପ୍ରବାସୀଙ୍କ ସେବା କରିବାରେ ଯୋଗଦାନ ଦେବ। ଉଦଘାଟନ ସମାରୋହରେ ସାମିଲ ହେବା ପାଇଁ କ୍ବିନ୍ସଲାଣ୍ଡର ଗଭର୍ଣ୍ଣର ମହାମହିମ ଡକ୍ଟର ଜେନେଟ୍ ୟଙ୍ଗ ଓ ମନ୍ତ୍ରୀ ରୋସ୍ ବେଟସ୍‌ ଏବଂ ଫିୟାନା ସିମ୍ପନଙ୍କୁ ଧନ୍ୟବାଦ।’

ଜୟଶଙ୍କର କହିଛନ୍ତି, ନୂଆ ବାଣିଜ୍ୟ ଦୂତାବାସର ଉଦଘାଟନ ଦ୍ରୁତ ଗତିରେ ମଜବୁତ ହେବାମାତ୍ରେ ଦ୍ବିପାକ୍ଷିକ ସମ୍ପର୍କ ଏକ ମାଇଲଷ୍ଟୋନ୍‌ ସାଜିବ । ଅଷ୍ଟ୍ରେଲିଆରେ ରହୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କ ଭିତରୁ ପ୍ରାୟ ୧୦୦,୦୦୦ କ୍ବିନ୍ସଲାଣ୍ଡରେ ରୁହନ୍ତି, ଯାହା କି ଭାରତର ଦ୍ବିତୀୟ ସବୁଠାରୁ ବଡ ରପ୍ତାନୀର ବଜାର। ଅଷ୍ଟ୍ରେଲିଆର ଭାରତ ହେଉଛି ଷଷ୍ଠ ସବୁଠାରୁ ବଡ଼ ବାଣିଜ୍ୟ ପରାମର୍ଶଦାତା ଓ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବ୍ୟାପାର ୨୦୨୧ ରେ ୨୨.୨ ବିଲିୟନ ଡଲାରରୁ ବଢି ୨୦୨୨ ରେ ୩୧.୪ ବିଲିୟନ ଡଲାର ହୋଇଯାଇଛି, ଯାହାକି ୪୧%ର ବୃଦ୍ଧିକୁ ଦର୍ଶାଉଛି। ଏହି ସମୟ ମଧ୍ୟରେ ଅଷ୍ଟେ୍ରଲିଆକୁ ଭାରତର ରପ୍ତାନୀ ୨୦୨୧ ରେ ୬.୩  ବିଲିୟନ ଡଲାରରୁ ୩୮% ବଢି ୮.୭ ବିଲିୟନ ଡଲାର ହୋଇଯାଇଛି। ଅଷ୍ଟ୍ରେଲିଆରେ ଭାରତର ଏହା ଚତୁର୍ଥ ବାଣିଜ୍ୟ ଦୂତାବାସ। ଏହା ପୂର୍ବରୁ ସିଡନୀ, ମେଲବର୍ଣ୍ଣ ଓ ପର୍ଥରେ ଭାରତର ବାଣିଜ୍ୟ ଦୂତାବାସ ରହିଛି।