ନୂଆଦିଲ୍ଲୀ,୧୦/୫ :   ଭାରତ- ପାକିସ୍ତାନ ମଧ୍ୟରେ ଶନିବାର ଅସ୍ତ୍ରବିରତି ଘୋଷଣା ହୋଇଛି । ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସରୀ ଅସ୍ତ୍ରବିରତିର ଘୋଷଣା କରିଛନ୍ତି । ଏହି ଘୋଷଣା ଉପରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରମୁଖ ମହମ୍ମଦ ୟୁନୁସ ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । 

ସେ କହିଛନ୍ତି କି ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ତତ୍କାଳ ଭାବେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ କରିବା ଏବଂ ଆଲୋଚନାରେ ଯୋଗଦେବା ଲାଗି ସୁନିଶ୍ଚିତ କରିବା ଲାଗି ହୃଦୟରୁ ପ୍ରଶଂସା କରୁଛି । 

ୟୁନୁସ ନିଜ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କର ବି ପ୍ରଶଂସା କରି କହିଛନ୍ତି କି , ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଭାବୀ ରୂପରେ ମଧ୍ୟସ୍ଥତା କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ଋବିୟୋଙ୍କ ବି ପ୍ରଶଂସା କରିବାକୁ ଚାହିଁବି ।  

ସେହିଭଳି ସେ ଏହା ବି କହିଛନ୍ତି କି "କୂଟନୈତିକ ଉପାୟରେ ମତଭେଦ ସମାଧାନ ପାଇଁ ବାଂଲାଦେଶ ଉଭୟ ପଡ଼ୋଶୀଙ୍କୁ ସମର୍ଥନ ଜାରି ରଖିବ"।