ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଚାମ୍ପିୟନ ଟ୍ରଫିକୁ ନେଇ ଭାରତ-ପାକିସ୍ତାନ ଟଣା ଓଟରା: ଏପଟେ ଆଇସିସି ଚେୟାରରେ ବସିଲେ ଜୟ ଶାହ

Published By : Bijay Swain | December 1, 2024 8:00 PM

Image Countesy: NDTV

ନୂଆଦିଲ୍ଲୀ: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ବିସିସିଆଇର ପୂର୍ବତନ ସଚିବ ଜୟ ଶାହ।। ରବିବାର(୧ ଡିସେମ୍ବର୨୦୨୪) ତାଙ୍କୁ ଆଇସିସିର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ଗ୍ରେଗ ବାରକ୍ଲେ ଆଇସିସି ଅଧ୍ୟକ୍ଷ ଥିଲେ। ସେ ୨୦୨୦ରୁ ଏହି ପଦରେ ରହି ଆସୁଥିଲେ। ହେଲେ ୨୦୨୪ ଠାରୁ ଆଇସିସି ମଙ୍ଗ ଏବେ ଜୟ ଶାହଙ୍କ ହାତରେ ରହିବ। 

ନୂଆ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଶ୍ରୀ ଶାହ କ୍ରିକେଟ ପାଇଁ ବଡ଼ ଘୋଷଣା କରିଛନ୍ତି। ୨୦୨୮ରେ ଲସ ଆଞ୍ଜେଲେସରେ ହେବାକୁ ଥିବା ଅଲମ୍ପିକରେ କ୍ରିକେଟକୁ ଯୋଡ଼ାଯିବ। ତା’ ସହିତ ମହିଳାମାନଙ୍କୁ ଖେଳର ବିକାଶ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ଶାହ କହିଛନ୍ତି। 

“ଆଇସିସିର ଅଧ୍ୟକ୍ଷ ପଦ ଗ୍ରହଣ କରି ମୁଁ ଗର୍ବିତ। ଆଇସିସି ନିର୍ଦ୍ଦେଶକ ଓ ବୋର୍ଡ ମେମ୍ବରମାନଙ୍କ ବିଶ୍ୱାସ ଓ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ମୋର ସ୍ୱପ୍ନ କ୍ରିକେଟକୁ ଏଲଏ-28 ଅଲମ୍ପିକ୍ସ ଗେମ୍ସରେ ଯୋଡ଼ିବା ସହ ବିଶ୍ୱସ୍ତରରେ କ୍ରିକେଟର ଲୋକ ପ୍ରିୟତା ବଢ଼ାଇବ। ମହିଳା ମାନଙ୍କୁ ଏ ଦିଗରେ ପ୍ରାଧାନ୍ୟ ଦେବା ସହ କ୍ରିକେଟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ମୋର ଲକ୍ଷ୍ୟ ରହିଛି” 

ସୂଚନା ଥାଉକି, କ୍ରିକେଟ ପରିଚାଳନା ଦିଗରେ ଶାହଙ୍କର ଅନେକ ଅଭିଜ୍ଞତା ରହିଛି। ୨୦୦୯ରେ ଗୁଜୁରାଟ କ୍ରିକେଟ ଆସୋସିଏସନରୁ ନିଜ କ୍ୟରିୟର ଆରମ୍ଭ କରିଥିଲେ ଜୟ ଶାହ। ଗୁଜୁରାଟରେ କ୍ରିକେଟ ଭୀତ୍ତିଭୁମି ବିକାଶରେ ସେ ପ୍ରମୁଖ ଭୁମିକା ଗ୍ରହଣ କରିବା ସହ ଅହମ୍ମଦାବାଦରେ ଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପଛରେ ମଧ୍ୟ ତାଙ୍କର ହାତ ରହିଛି। ସେ ୨୦୧୯ରେ ବିସିସିଆଇର ସର୍ବକନିଷ୍ଠ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏସିଆନ କ୍ରିକେଟ କାଉନସିଲର ସଭାପତି ଓ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର କମିଟିର ଅଧକ୍ଷ ପଦରେ ମଧ୍ୟ ରହି ସାରିଛନ୍ତି ଜୟ। 

ଶାହ ଆଜି ଆଇସିସି ଅଧ୍ୟକ୍ଷ ହେବା ପରେ ତାଙ୍କ ସ୍ୱାଗତ ଭାଷଣରେ ବିଦାୟୀ ଅଧ୍ୟକ୍ଷ ଗ୍ରେଗ ବାରକ୍ଲେଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ ଗ୍ରେଗ ବାରକ୍ଲେଙ୍କ ଦୀର୍ଘ ଚାରି ବର୍ଷର ନେତୃତ୍ୱକୁ ମୁଁ ଧନ୍ୟବାଦ ଜଣାଉଛି। କାରଣ ଏହି ସମୟସୀମା ମଧ୍ୟରେ ଖେଳରେ ଅନେକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। କ୍ରିକେଟ ଅନେକ ବଡ଼ ବଡ଼ ସଫଳତା ପାଇଛି ବୋଲି ଶାହ କହିଥିଲେ।

  • BCCI
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.