ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଇଂଲଣ୍ଡକୁ ୩୩୬ ରନରେ ହରାଇଲା ଭାରତ, ୬ ଦଶନ୍ଧୀ ପରେ ମିଳିଲା ଐତିହାସିକ ବିଜୟ

Published By : Tapas Panda | July 6, 2025 9:52 PM

ଏଜବାଷ୍ଟନ: ଭାରତୀୟ କ୍ରିକେଟ୍ ଦଳ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରି ସିରିଜ୍ ୧-୧ରେ ବରାବର କରିଛି । ମ୍ୟାଚ୍‌ରେ ଭାରତ ପାଇଁ ବୋଲର ଏବଂ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଶୁଭମନ ଗିଲ୍ ଉଭୟ ଇନିଂସ୍‌ରେ ଶତକ ହାସଲ କରିଥିଲେ। ମହମ୍ମଦ ସିରାଜ ଏବଂ ଆକାଶ ଦୀପ ୫-୫ ୱିକେଟ୍ ନେଇଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ବର୍ମିଂହାମ ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ପୂର୍ବରୁ ଭାରତ ଏଠାରେ ୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା, ଯେଉଁଥିରୁ ୭ଟିରେ ପରାସ୍ତ ହୋଇଥିଲା। ଏବେ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅସମ୍ଭବକୁ ସମ୍ଭବ କରିଛି । ସେ ବର୍ମିଂହାମରେ ଭାରତକୁ ପ୍ରଥମ ଟେଷ୍ଟ ବିଜୟ ପ୍ରଦାନ କରିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି ।

ଆକାଶ ଦୀପ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ କରିବା ସହ ୬ ୱିକେଟ୍ ନେଇଛନ୍ତି । ସେ ଇଂଲଣ୍ଡ ବ୍ୟାଟରଙ୍କୁ କ୍ରିଜ୍‌ରେ ରହିବାର ସୁଯୋଗ ଦେଇ ନଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜେମି ସ୍ମିଥ୍ ସର୍ବାଧିକ ୮୮ ରନ୍ କରିଥିଲେ। ଅଧିନାୟକ ବେନ୍ ଷ୍ଟୋକ୍ସ ୩୩ ରନ୍ କରିଥିଲେ । କିନ୍ତୁ ସେ ତାଙ୍କ ଇନିଂସକୁ ବଢ଼ାଇ ପାରି ନଥିଲେ । ବେନ୍ ଡକେଟ ୨୫ ରନ୍ କରିଥିଲେ। ଆକାଶ ଦୀପଙ୍କ ବ୍ୟତୀତ ଭାରତୀୟ ଦଳ ପକ୍ଷରୁ ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଦ୍ବିତୀୟ ଇନିଂସରେ ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୭୨ ରନ କରିଥିଲା। କ୍ରିଜରେ ଥିଲେ ଓଲି ପୋପ୍ ଓ ହ୍ୟାରି ବ୍ରୁକ । ତେବେ ଦଳୀୟ ସ୍କୋର ୮୦ ରନ ରେ ଓଲି ପୋପ(୨୪)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଆକାଶ ଦୀପ । ପ୍ରଥମ ଇନିଂସର ଶତକ କରିଥିବା ହ୍ୟାରି ବ୍ରୁକ(୨୩ ରନ)ଙ୍କୁ ଏଲବିଡବ୍ଲ୍ୟୁ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ ଆକାଶ ଦୀପ । ୮୩ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଇଂଲଣ୍ଡର ସ୍ଥିତି ଶୋଚନୀୟ ରହିଥିଲା । ଏହା ପରେ ଅଧିନାୟକ ବେନ ଷ୍ଟୋକ୍ସ ଓ ଜେମି ସ୍ମିଥ ଇନିଂସକୁ ଅଳ୍ପ ସମୟ ସମ୍ଭାଳିଥିଲେ । ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ି ଦଳର ସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ। 

ବେନ ଷ୍ଟୋକ୍ସଙ୍କୁ ପାଭିଲିୟନ ପଠାଇଥିଲେ ଓ୍ଵାଶିଂଟନ ସୁନ୍ଦର । ଷ୍ଟୋକ୍ସ ୩୩ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଜେମି ସ୍ମିଥ ଅର୍ଦ୍ଧଶତକ ହାସଲ କରି ଭାରତୀୟ ବିଜୟକୁ ବିଳମ୍ବ କରିଥିଲେ। କ୍ରିସ ଓ୍ଵକ୍ସ(୭)ଙ୍କୁ ପାଭିଲିୟନ ପଠାଇଥିଲେ ପ୍ରସିଦ୍ଧ କୃଷ୍ଣା । ପ୍ରଥମ ଇନିଂସ ପରି ଦ୍ଵିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଜେମି ସ୍ମିଥଙ୍କୁ ଆକାଶ ଦୀପ ଆଉଟ୍  କରି ଟେଷ୍ଟ କ୍ରିକେଟରେ ପ୍ରଥମ ୫ ଓ୍ଵିକେଟ୍ ହାସଲ କରିଥିଲେ । ଶେଷରେ ଇଂଲଣ୍ଡ ୨୭୧ ରନରେ ଅଲଆଉଟ୍ ହୋଇଛି । ଆଉ ଭାରତ  ଘରୋଇ ଇଂଲଣ୍ଡ ଟିମ୍‌କୁ ୩୩୬ ରନରେ ହରାଇଛି।

ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୫୮୭ ରନର ବିଶାଳ ସ୍କୋର କରିଥିଲା ଗିଲ୍‌ ସେନା । ଅଧିନାୟକ ଶୁଭମନ ଗିଲ୍ ୨୬୯ ରନର ଐତିହାସିକ ପାଳି ଖେଳିଥିଲେ । ରବିନ୍ଦ୍ର ଜାଡ଼େଜା ୮୯ ରନ ଓ ଯଶସ୍ଵୀ ଜୟସ୍ଵାଲ ୮୭ ରନ କରିଥିଲେ। ଜବାବରେ ଇଂଲଣ୍ଡ ୪୦୭ ରନରେ ଅଲଆଉଟ୍ ହୋଇଥିଲା । ଜେମି ସ୍ମିଥ ଅପରାଜିତ ୧୮୪ ରନ କରିଥିବା ବେଳେ ହ୍ୟାରି ବ୍ରୁକ ୧୫୮ ରନ କରିଥିଲେ। 

ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ ଏବଂ ଆକାଶ ଦୀପ ୪ ଓ୍ଵିକେଟ୍ ନେଇଥିଲେ। ଭାରତ ପ୍ରଥମ ଇନିଂସରେ ୧୮୦ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ୪୨୭/୫ରେ ପାଳି ସମାପ୍ତି ଘୋଷଣା କରିଥିଲା। ଅଧିନାୟକ ଶୁଭମନ ଗିଲ୍ ୧୬୧ ରନର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବାଦ୍ ରବିନ୍ଦ୍ର ଜାଡ଼େଜା ଅପରାଜିତ ୬୯ ରନ, ଋଷଭ ପନ୍ତ ୬୫ ରନ ଓ କେଏଲ ରାହୁଲ ୫୫ ରନ କରିଥିଲେ। ସେପଟେ ଶୁଭମନ ଗିଲ୍‌ ପ୍ରଥମ ଥର ଟେଷ୍ଟ  ଅଧିନାୟକ ଭାବରେ ଟିମ୍‌କୁ ପ୍ରଥମ ବଡ଼ ବିଜୟ ଦେଇଛନ୍ତି । ଏହା ସହ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ଉଭୟ ଦଳ ଓ ଏହାର ଅଧିନାୟକ ଶୁଭମନ ଗିଲ୍‌ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.