ନୂଆଦିଲ୍ଲୀ,୧୪/୦୩: ଲାଞ୍ଚ ଏବଂ ଠକେଇ ମାମଲାରେ ଆମେରିକା ପ୍ରତିଭୂତି ଏବଂ ବିନିମୟ ଆୟୋଗ(ୟୁଏସ୍‌ ଏସ୍‌ଇସି) ଭାରତୀୟ ଉଦ୍ୟୋଗପତି ଗୌତମ  ଆଦାନିଙ୍କୁ ସମନ ଜାରି କରିଛି ।  

ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଫେବ୍ରୁଆରୀ ୨୫ରେ ଏହି ସମନ୍‌କୁ ଅହମ୍ମଦାବାଦର ସେସନ୍‌ କୋର୍ଟଙ୍କୁ ଟ୍ରାନ୍ସଫର କରିଛନ୍ତି । ଗୌତମ ଆଦାନିଙ୍କ ଠିକଣାରେ ଏହାକୁ ପହଞ୍ଚାଇବା ଲାଗି ସରକାର କୋର୍ଟଙ୍କ ନିକଟରେ ଏହାକୁ ଦାଖଲ  କରିଛନ୍ତି । ଏହି ସମନ୍‌ ୧୯୬୫ ହେଗ୍‌ ସନ୍ଧି ଅଧୀନରେ ପଠାଯାଇଛି । ସନ୍ଧି ମାଧ୍ୟମରେ  କୌଣସି ମାମଲାରେ ଜଡ଼ିତ ଦେଶ ପରସ୍ପରର ନାଗରିକଙ୍କୁ ଆଇନମୂଳକ ଦସ୍ତାବିଜ୍‌  ହସ୍ତାନ୍ତର କରିବାରେ ସହାୟତା ଲାଗି ସିଧାସଳଖ ଅନୁରୋଧ କରିପାରିବେ ।  

ଗତବର୍ଷ ଆମେରିକାରେ ଆଦାନିଙ୍କ ସମେତ ୮ ଜଣଙ୍କ ବିରୋଧରେ ବହୁକୋଟି  ଟଙ୍କାର ଠକେଇ ଅଭିଯୋଗ ଅଣାଯାଇଥିଲା । ଆଦାନି ଗ୍ରୁପ୍‌ କମ୍ପାନି ବେଆଇନ  ଉପାୟରେ ଭାରତରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ହାତେଇଥିବା ଅଭିଯୋଗ ରହିଥିଲା ।  ପ୍ରକଳ୍ପ ହାତେଇବା ପାଇଁ ଏହା ସରକାରୀ ଅଧିକାରୀମାନଙ୍କୁ ୨୫ କୋଟି ଡଲାର ବା  ପ୍ରାୟ ୨,୦୨୯ କୋଟି ଟଙ୍କା ଲାଞ୍ଚ ଦେଇଥିବା ଆମେରିକାରୁ ଅଭିଯୋଗ ଆସିଥିଲା ।  ନିବେଶକ ଏବଂ ବ୍ୟାଙ୍କଗୁଡ଼ିକୁ ମିଛ କହି ଟଙ୍କା ଏକତ୍ର କରାଯାଇଥିବା କୁହାଯାଇଥିଲ।