ନୂଆଦିଲ୍ଲୀ, ୧୨/୩ : ନିକଟରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ ଜିତିଛି । ତୃତୀୟଥର ପାଇଁ ଟି-୨୦ ବିଶ୍ବକପ ଟ୍ରଫି ହାତେଇଥିବା ଭାରତକୁ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ । ଏବେ ପୁଣି ଆଉ ଦୁଇ ଟୁର୍ଣ୍ଣାମେଣ୍ଟ ପାଇଁ ଏକାସାଙ୍ଗେ ଦୁଇ ଟିମ୍ ଘୋଷଣା କରିବ ଭାରତ । ୩୦ ଜଣିଆ ଟିମ୍ ଘୋଷଣା କରିବ ଭାରତ । କେଉଁ ଟିମରେ କାହାକୁ ମିଳିବ ସ୍ଥାନ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଟାଇଟଲ ହାସଲ ପାଇଁ ଭଲ ମ୍ୟାଚ ବିଜୟୀ ଖେଳାଳିଙ୍କୁ ସ୍ଥାନ ଦେବ ନିଶ୍ଚୟ । ଆଗକୁ ଆଇପିଏଲ ଥିବାବେଳେ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଟିମରେ ସ୍ଥାନ ପକ୍କା କରିବା ପାଇଁ ଏକ ନିର୍ଣ୍ଣାୟକ ମୋଡ ନେବ ।
ଅକ୍ଟୋବରରେ ଭାରତ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । ଏହି ସମୟରେ ଆରମ୍ଭ ହେବ ଏସୀଆନ ଗେମ୍ସ । ଜାପାନରେ ଖେଳାଯିବାକୁ ଥିବା ଏସୀଆନ ଗେମ୍ସରେ ଭାରତ ଭାଗ ନେବ । ଏଣୁ ଏହି ସମୟରେ ଭାରତକୁ ଆଉ ଏକ ଟିମ୍ ଘୋଷଣା କରାଯିବାକୁ ପଡ଼ିବ । ପୂର୍ବ ଏସୀଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଏଥରକ ମଧ୍ୟ ବିଜୟ ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଏଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତକୁ ୧୫ ଜଣିଆ ଟିମ୍ ଘୋଷଣା କରିବ ।
ଏହାପୂର୍ବରୁ ଭାରତ ଏକାସାଙ୍ଗେ ଦୁଇ ସିରିଜ ମଧ୍ୟ ଖେଳିଛି । ୨୦୨୧ ମସିହାରେ ବିରାଟଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟେଷ୍ଟ ଚାମ୍ପିୟନସିପ ଖେଳିଥିଲା । ଇଂଲଣ୍ଡରେ ଡବ୍ଲୁଟିସି ଫାଇନାଲ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିବାବେଳେ ଅନ୍ୟପଟେ ଶିଖର ଧାଓ୍ବାନଙ୍କ ଅଧିନାୟକତ୍ବରେ ଆଉ ଏକ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ ଟି-୨୦ ଖେଳିଥିଲା । ଭାରତର ପ୍ରତିଭାବାନ ଖେଳାଳିଙ୍କୁ ଦୁଇଟି ଯାକ ସିରିଜ ପାଇଁ ବାଛିଥିଲା । ଆଉ ଏବେ ଏଭଳି ଏକ ମୁକାବିଲାର ସାମ୍ନା କରିବ । ଭାରତ ଆଉ ଏକ ପଦକ ଜିତିବା ପାଇଁ ଏସୀଆନ ଗେମ୍ସରେ ଦମଦାର ଟିମ୍ ଦେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।
ଏହାସହ ପଢ଼ନ୍ତୁ : ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ୍ କାବ୍ୟା