ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦ୍ବିତୀୟ ମହିଳା ଦିନିକିଆ; ରେକର୍ଡ ବିଜୟ ସହ ସିରିଜ କବଜା କଲା ଭାରତ

Published By : Ankita S | January 13, 2025 11:12 AM

ରାଜକୋଟ,୧୩/୦୧: ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ରେକର୍ଡ ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଜେମିମିଙ୍କ ପ୍ରଥମ ଦିନିକିଆ ଶତକ ସହ ଆୟର୍ଲାଣ୍ଡକୁ ୧୧୬ରନରେ ପରାସ୍ତ କରି ୨-୦ରେ ଆଗୁଆ ସିରିଜ କବଜା କରିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ୧୦୨ରନର ଦମଦାର ଶତକୀୟ ପାଳି ଖେଳିଥିବା ଜେମିମା ୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ୫ ୱିକେଟ ହରାଇ ୩୭୦ ରନ ସଂଗ୍ରହ କରିଥିଲା । ଏହା ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ।  ୧୧୬ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି ଭାରତ । ଏହି ମ୍ୟାଚରେ ଭାରତୀୟ ଦଳ ଏବଂ ଖେଳାଳିମାନଙ୍କ ନାମରେ ଏକାଧିକ ରେକର୍ଡ ଯୋଡି ହୋଇଛି । ଏହା ସହିତ ୨-୦ରେ ଆଗୁଆ ସିରିଜ କବଜା କରିଛି । ଏହି ମ୍ୟାଚରେ ଜେମିମା ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ ।

ଏହା ବି ପଢନ୍ତୁ...ମହିଳା କ୍ରିକେଟରେ ଭାରତ ରଚିଲା ଇତିହାସ; ଆର୍ୟଲାଣ୍ଡ ବିପକ୍ଷରେ ଶତକ ଯୋଡ଼ିଲେ ଜେମିମା

https://prameya.com/india-women-370-runs-highest-odi-score-against-ireland-jemimah-rodrigues-century-rajkot


ଭାରତ ପକ୍ଷରୁ ସ୍ମୃତି ମାନ୍ଧନା ୭୩ ରନ କରିଥିଲେ । ଯେଉଁଥିରେ ୧୦ଟି ଚୌକା ଓ ୨ ଛକା ରହିଛି । ପ୍ରତୀକା ରାୱଲ ୬୭ରନ କରିଥିଲେ । ହର୍ଲିନ ଦେଓଲ ୮୯ ରନ କରିଥିବେ ବେଳେ ଜେମିମା ରୋଡ୍ରିଗ୍ସ ୯୦ ବଲରେ ୧୦୨ ରନ କରି କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ଏହା ସହିତ ଦ୍ବିତୀୟ ଦ୍ରୁତତମ ଶତକ ରେକର୍ଡ ସ୍ଥାପନ କରିଥିଲେ । ଓପନିଂ ଯୋଡି ମନ୍ଧନା ଓ ପ୍ରତୀକା ଶେଷ ୫ଟି ଇନିଂସରେ ତୃତୀୟ ଥର ଶତକୀୟ ଭାଗିଦାରୀ ଗଠନ କରିଥିଲେ ।

୩୭୧ରନ ବିଶାଳ ବିଜୟ ଲକ୍ଷ୍ୟ ପିଛା କରି ୭ ୱିକେଟ ବିନିମୟର ୨୫୪ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କ୍ରିଷ୍ଟ୍ରିନା ରିଲି ୮୦, ଲିହ ପଲ ୨୭ ରନ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ୧୦୦ତମ ଦିନିକିଆ ମ୍ୟାଚରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.