ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଦ୍ବିତୀୟ ଟି-୨୦ରେ ବାଂଲାଦେଶକୁ ୮୬ ରନ୍‌ରେ ହରାଇଲା ଭାରତ, କବ୍‌ଜା କଲା ସିରିଜ୍‌

Published By : Tapas Panda | October 9, 2024 10:34 PM

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍‌ ଧମାକାଦାର ପ୍ରଦର୍ଶନ କରିଛି । ବୁଧବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୮୬ ରନ୍‌ରେ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଏହା ସହ ଘରୋଇ ମୈଦାନରେ ଭାରତ ଲଗାତାର ୭ଟି ଟି-୨୦ ସିରିଜ୍‌ ନିଜ ନାଁରେ କରିଛି । ଭାରତୀୟ ଟିମ୍‌ ପ୍ରଥମ ବ୍ୟାଟିଂ କରି ନୀତିଶ କୁମାର ରେଡ୍ଡୀ ଏବଂ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୨୨୧ ରନ୍‌ କରିଥିଲା । ଏହାର ଜବାବରେ ବାଂଲାଦେଶ ଟିମ୍‌ ମାତ୍ର ୧୩୫ ରନ୍‌ କରିବାରେ ସକ୍ଷମ ହୋଇଛି । ବାଂଲାଦେଶ ଲାଗି ମହମୁଦଲ୍ଲାହ ରିୟାଦ ସବୁଠୁ ଅଧିକ ୪୧ ରନ୍‌ କରିଛନ୍ତି । ସେପଟେ ଭାରତ ପାଇଁ ୭୪ ରନ୍‌ କରିଥିବା ନୀତିଶ ରେଡ୍ଡୀ ଦୁଇଟି ଓ୍ବିକେଟ ମଧ୍ୟ ନେଇଛନ୍ତି । ଖାସ କଥା ହେଉଛି ଭାରତର ୭ ଜଣ ବୋଲର ବୋଲିଂ କରିଥିବା ବେଳେ ସମସ୍ତଙ୍କୁ ସଫଳତା ମିଳିଛି । 

ବାଂଲାଦେଶ ବିପକ୍ଷ ୩ ଦିବସୀୟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ବଡ଼ ସ୍କୋର କରିଥିଲା । ମ୍ୟାଚରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା । ସିରିଜ୍ ବରାବର ପାଇଁ ବାଂଲାଦେଶ ସମ୍ମୁଖରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ନୀତିଶ ରେଡ୍ଡୀ ଟି-୨୦ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ୩୪ ବଲରୁ ୭୪ ରନ ଓ ରିଙ୍କୁ ସିଂହ ୫୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ କରିଥିଲେ । ମ୍ୟାଚରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନର ସଞ୍ଜୁ ସାମସନ(୧୦) ଓ ଅଭିଷେକ ଶର୍ମା(୧୫)ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୮) ଆଜି ବିଫଳ ହୋଇଥିଲେ । ୪୧ ରନରେ ୩ ଓ୍ଵିକେଟ୍ ହରାଇଥିଲା ଭାରତ । ଏହା ପରେ ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟର ୧୦୮ ରନର ଶତକୀୟ ଇନିଂସ ଯୋଡ଼ିଥିଲେ । ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଦଳ ପାଇଁ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲେ ।

ଭାରତ ଶେଷ ଆଡ଼କୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଶେଷ ୨ ଓଭରରେ ୪ ଓ୍ଵିକେଟ୍ ହରାଇଥିଲା। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଥିଲା । ସେପଟେ ବାଂଲାଦେଶର ରିଶାଦ ହୋସେନ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ସେହିଭଳି ତାସକିନ ଅହମ୍ମଦ, ତାଞ୍ଜିମ ହାସନ ସାକିବ ଏବଂ ମୁସ୍ତାଫିଜୁର ରେହମାନ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.