ନୂଆଦିଲ୍ଲୀ,୧୫/୦୭: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆକୁ ୬ ୱିକେଟରେ ଜିତିଛି । ଏହି ବିଜୟ ଟି-ଟ୍ୱେଣ୍ଟି ସିରିଜ ପରାଜୟର ଦୁଃଖକୁ ସାମାନ୍ୟ କମ୍ କରିଛି । ଆଉ ୨ଟି ମ୍ୟାଚ୍ରୁ ଗୋଟିଏ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆରେ ଗିଲ୍, ଅକ୍ଷର ପଟେଲ୍, ୱାସିଂଟନ ସୁନ୍ଦର, ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଭଲ ପ୍ରଦର୍ଶନ କରିଥିଲେ । ତେବେ ଭାରତ ଏହି ମ୍ୟାଚ ଜିତିଛି ସତ, କିନ୍ତୁ 'ଟ୍ରିପଲ ଫେଲିୟର'ର ସମ୍ମୁଖୀନ ହୋଇଛି । ଆସନ୍ତୁ ଜାଣିବା ଏଜବାଷ୍ଟନରେ ଟିମ୍ ଇଣ୍ଡିଆର ଏହି ଟ୍ରିପଲ ଫେଲିୟର କଣ ?

ଏଜବାଷ୍ଟନରେ ଭାରତର 'ଟ୍ରିପଲ ଫେଲିୟର'- ଭାରତୀୟ ପ୍ରଶଂସକ କେବଳ ଦିନିକିଆ କ୍ରିକେଟକୁ ଅପେକ୍ଷା କରିନଥିଲେ । ସେମାନେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଖେଳିବାକୁ ଦେଖିବାକୁ ଚାହିଁରହିଥିଲେ ।ଆଗକୁ ୨୦୨୭ ଦିନିକିଆ ବିଶ୍ୱକପ ଥିବାରୁ ଏହି ୨ ଭେଟେରାନଙ୍କ ପ୍ରଦର୍ଶନ ଗୁରୁତ୍ୱ ବହନ କରୁଥିଲା । ଦୁହେଁ ଟେଷ୍ଟ ଏବଂ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ଏହି ଯୋଡ଼ି ପ୍ରାୟ ୬ ମାସ ପରେ ଏକାଠି ପଡ଼ିଆକୁ ଓହ୍ଲାଇଥିଲେ । କୋହଲି ଶେଷ ଥର ଜାନୁଆରୀରେ ନ୍ୟୁଜିଲାଣ୍ଡି ବିପକ୍ଷରେ ଖେଳିଥିଲେ । ରୋହିତ ଆଫଗାନିସ୍ତାନ ବିପକ୍ଷରେ ହୋମ୍ ସିରିଜ ଖେଳିଥିଲା । ୨୦୨୭ ବିଶ୍ୱକପ ପୂର୍ବରୁ ରୋ-କୋଙ୍କ ପାଇଁ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦୁହେଁ ନିରାଶ କରିଥିଲେ । ରୋହିତ ୨୧ ବଲରେ ୧୧ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଚୌକା ଥିଲା । ତାଙ୍କୁ ସାମ୍ କୁରାନ୍ ଆଉଟ୍ କରିଥିଲେ । ରନ୍ ମେସିନ୍ କୋହଲି ୬ ବଲରେ ୧୪ ରନ୍ କରି ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ । ଇଂଲଣ୍ଡର ଏହି ଦ୍ରୁତ ବୋଲର ତାଙ୍କୁ ଏଲବିଡବ୍ଲ୍ୟୁ କରିଥିଲା । ପ୍ରାରମ୍ଭରୁ ୨ ଭେଟେରାନ୍ ଆଉଟ୍ ହେବା ପରେ ଭାରତ ସଙ୍କଟରେ ପଡିଥିଲା ।

ଏହା ବି ପଢନ୍ତୁ...MS Dhoni: ଏଜବାଷ୍ଟନରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଦେଖିଲେ ଧୋନି, କାନରେ ପିନ୍ଧିଥିଲେ ଅଜବ ମେସିନ୍   

କେଏଲ ରାହୁଲ ତୃତୀୟ 'ଟ୍ରିପଲ ଫେଲିୟର'- ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଯଦି ଭାରତୀୟ ଦଳରେ ତୃତୀୟ ବରିଷ୍ଠ ବ୍ୟାଟର ଅଛନ୍ତି ତେବେ ସେ ହେଉଛନ୍ତି କେଏଲ ରାହୁଲ । କିଛି ସମୟ ଧରି ଦିନିକିଆ କ୍ରିକେଟରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛନ୍ତି । ଭାରତ ପାଇଁ ନମ୍ବର ୫ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା । ଶୁଭମନ ଗିଲ୍ ରିଟାୟର୍ଡ ଏବଂ ଶ୍ରେୟସ ଆୟର ରନ୍ ଆଉଟ୍ ହେବା ପରେ ଭାରତ ଚାପରେ ରହିଥିଲା । ସମସ୍ତଙ୍କର ଆଶା ଥିବା କେଏଲ ରାହୁଲଙ୍କ କ୍ଲାସ୍ ବ୍ୟାଟିଂ ଦେଖିବାକୁ ମିଳିବ । ହେଲେ ସେ ଗୋଟିଏ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ଦିନିକିଆରେ ଭାରତକୁ ଟ୍ରିପର ବିଫଳତା କ୍ଷତି ପହଞ୍ଚାଇଥିଲା । ଏବେ ପରବର୍ତ୍ତୀ ମ୍ୟାଚରେ ୩ ବ୍ୟାଟର କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ବଡ଼ ମ୍ୟାଚ୍‌ରେ ଭାରତକୁ ସେମାନଙ୍କର ଫର୍ମର ସବୁଠାରୁ ଅଧିକ ଆବଶ୍ୟକତା ରହିଛି ।

ମ୍ୟାଚ୍ ବାବଦରେ କହିବାକୁ ଗଲେ ଟି-ଟ୍ୱେଣ୍ଟି ସିରିଜ ପରାଜୟକୁ ଭୁଲି ଭାରତୀୟ ଦଳ ବିଜୟ ସହ ଦିନିକିଆ ସିରିଜ ଆରମ୍ଭ କରିଛି । ଆଜି ଏଜବାଷ୍ଟନରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦଳ ୬ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୪୫.୨ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅକ୍ଷର ପଟେଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

୨୫୯ ରନର ଟାର୍ଗେଟ ପିଛା କରି ଭାରତ ଭଲ ଆରମ୍ଭ କରିନଥିଲା । ଟିମ୍ ଇଣ୍ଡିଆ ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ନିରାଶ କରିଥିଲେ । ରୋହିତ ୧୧ ଏବଂ ବିରାଟ ୫ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୪୮ ରନରେ ୨ଟି ବଡ଼ ୱିକେଟ୍ ହରାଇଥିଲା । କ୍ୟାପ୍ଟେନ୍ ଗିଲ୍ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ତୃତୀୟ ୱିକେଟରେ ଶତକୀୟ ଭାଗୀଦାରୀ କରି ଇଂନିସକୁ ସ୍ଥିର କରିଥିଲେ । ଗିଲ୍ ଆହତ ହୋଇ ରିଟାୟର୍ଡ ଆଉଟ୍ ହୋଇଥିଲା । ଏହା ପରେ ଆୟର ରନ୍ ଆଉଟ୍ ହୋଇଥିଲେ । କେଏଲ ରାହୁଲ ବି କିଛି କମାଲ କରି ପାରିନଥିଲେ । ଭାରତ ହଠାତ୍ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଏହା ପରେ ଆସିଥିଲେ ବାପୁ । ଅକ୍ଷର ପଟେଲ୍ ଏବଂ ୱାସିଂଟନ ସୁନ୍ଦର ଦମଦାର ଇନିଂସ ଖେଳି ଭାରତକୁ ବିଜୟୀ କରିଥିଲେ ।