ମୁମ୍ବାଇ,୨୮/୬ : ଡେବ୍ୟୁ ମ୍ୟାଚରେ ଫ୍ଲପ୍ ହେଲେ ସୂର୍ଯ୍ୟାଂଶ ଶେଡ଼ଗେ । କିଛି ଏଭଳି ହେଇଛି ଯାହା ସେ ତାଙ୍କ ଜୀବନରେ ଭୁଲି ପାରିବେ ନାହିଁ । ଆୟରଲାଣ୍ଡ ବ୍ୟାଟର ତାଙ୍କୁ ଜୋରଦାର ଧୋଇଛନ୍ତି ଏବଂ ଗୋଟିଏ ଓଭରରେ ୨୨ରନ୍ ଦେଇଛନ୍ତି । ସୂର୍ଯ୍ୟାଂଶ ଅଲରାଉଣ୍ଡର ଅଟନ୍ତି । ଏହା ବି ଜଣାପଡ଼ିଛି କି ଶେଡ଼ଗେଙ୍କୁ ଭାରତୀୟ ଟି-୨୦ ଟିମର ନୂଆ ଅଧିନାୟକ ଶ୍ରେୟସ ଅୟରଙ୍କଠାରୁ ବହୁ ସପୋର୍ଟ ମିଳୁଛି ।

ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟାଂଶ ଶେଡ଼ଗେ ନିଜ ପ୍ରଥମ ଓଭରରେ କେବଳ ୩ ରନ୍ ଦେଇଥିଲେ। ସେ ଯେତେବେଳେ ନିଜ ଦ୍ବିତୀୟ ଓଭର କରିବାକୁ ଆସିଥିଲେ ତ ବେଂଜାମିନ କ୍ୟାଲିଟଜ ଏବଂ ହ୍ୟାରି ଟେକ୍ଟର ତାଙ୍କ ଓଭରରେ ମିଶି ୨୨ରନ୍ ବାହାର କରିଥିଲେ। ଏହି ଓଭରରେ ୨ ଛକ୍କା ଏବଂ ଗୋଟିଏ ଚୌକା ବି ଆସିଥିଲା । ଏଭଳି ମାଡ଼ ଖାଇବା ପରେ ଶ୍ରେୟସ ଅୟର ସୂର୍ଯ୍ୟାଂଶୁଙ୍କ ବୋଲିଂ କରିବାକୁ ପୁନର୍ବାର ଦେଇନଥିଲେ। ନିଜ ଡେବ୍ୟୁ ମ୍ୟାଚରେ ସେ ୨ ଓଭରରେ ୨୫ରନ୍ ଦେଇଥିଲେ ।

ପ୍ରକାଶ ଯେ, ଆୟରଲାଣ୍ଡ ଟିମର ଜୋଶ୍ ସେତେବେଳେ ବଢିଥିଲା ଯେତେବେଳେ ପାଳି ୧୧ ଓଭରରେ ସୂର୍ଯ୍ୟାଂଶ ଶେଡ଼ଗେ ୨୨ରନ୍ ଦେଇଥିଲେ। ପ୍ରଥମ ୧୦ଓଭରରେ ଆୟରଲାଣ୍ଡ କେବଳ ୫୮ରନ୍ କରିଥିଲେ। କିନ୍ତୁ ଆଗାମୀ ୨୫ବଲରେ ଆୟରଲାଣ୍ଡର ବ୍ୟାଟର ୫୩ରନ୍ ଯୋଡ଼ିଥିଲେ । ଶ୍ରେୟସ ଅୟର ୨୩ବର୍ଷୀୟ ଶେଡ଼ଗେଙ୍କ ମେଣ୍ଟର ଭୂମିକା ନିଭାଉଥିଲେ । ଉଭୟେ ଘରୋଇ କ୍ରିକେଟରେ ମୁମ୍ବାଇ ଲାଗି ଖେଳୁଛନ୍ତି ଏବଂ ଆଇପିଏଲ ୨୦୨୬ରେ ପଞ୍ଜାବ କିଙ୍ଗ୍ସ ଲାଗି ଖେଳୁଥିଲେ । ଆଇପିଏଲ୍ ୨୦୨୬ରେ ପଞ୍ଜାବ ଲାଗି ଖେଳୁଥିବା ସୂର୍ଯ୍ୟାଂଶ ଶେଡ଼ଗେ ୭ମ୍ୟାଚରେ ୧୫୮ରନ୍ କରିଥିଲେ । କିନ୍ତୁ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳିପାରିନଥିଲା ।