ନୂଆଦିଲ୍ଲୀ,୦୮/୦୩; ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ର ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ବିଶ୍ୱକପ ଟାଇଟଲ ଲଢ଼େଇ ହେବ । କିଏ ହେବ ବିଶ୍ୱ ଚାମ୍ପିଅନ ? ଡିଫେଣ୍ଡିଂ ଚାମ୍ପିଅନ ଭାରତ ତୃତୀୟ ଥର ଟାଇଟଲ ଜିତିବ ନା ନ୍ୟୁଜିଲାଣ୍ଡ ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ତୋଳି ଧରିବାର ସୁଯୋଗ ପାଇବ ? ଏ ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ରହିଛି । ଖୁବଶୀଘ୍ର ଏ ପ୍ରଶ୍ନର ଉତ୍ତର ମିଳିବାକୁ ଯାଉଛି । ଆଜି ହି ସ୍ପଷ୍ଟ ହୋଇଯିବ କିଏ ମାରିବ ବାଜି । ଫାଇନାଲ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ଗୋଟିଏ ଲାଇନ୍ ଚର୍ଚ୍ଚାକୁ ଆସିଛି । ହିଷ୍ଟ୍ରୀ ରିପିଟ୍ କରିବୁ ହିଷ୍ଟ୍ରୀ ଡିଫିଟ୍ କରିବୁ ।

ଏହି ଲାଇନ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ପ୍ରମୋସନାଲ ଭିଡିଓ ଏବଂ ଏକ ପୋଡକାଷ୍ଟ ସାକ୍ଷାତକାରରେ ସାମ୍ନାକୁ ଆସିଥିଲା । ରୋହିତ ଶର୍ମା  କହିଥିଲେ କ୍ରିକେଟରେ ଇତିହାସ ବହୁତ କିଛି କୁହେ । ହେଲେ ମୈଦାନରେ ସବୁବେଳେ ନୂଆ ଇତିହାସ ତିଆରି ହୁଏ । ରୋହିତଙ୍କର ଏହି ବୟାନ ଡାଇଲଗ ନୁହେଁ ଟିମର ମାଷ୍ଟ୍ରରଷ୍ଟୋକକୁ ଦର୍ଶାଉଛି । ଏହା ପଛରେ ଦୁଇଟି ମେସେଜ ରହିଛି । ଗୋଟିଏ ଇତିହାସକୁ ରିପିଟ୍ କରିବା ଗୋଟିଏ ଇତିହାସକୁ ହରାଇବା । ଏଥର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ସ୍ବପ୍ନ ସତ କରୁଛି କି  ନାହିଁ ତାହା ଉପରେ ନଜର । ଯାହା ବିଶ୍ୱକପ ଆରମ୍ଭରୁ ରୋହିତ କହିଥିଲେ History Repeat ନଚେତ୍ History Defeat ।

History Repeat ଅର୍ଥ- ରୋହିତ ଶର୍ମାଙ୍କ ଅନୁସାରେ 'History Repeat'ର ସିଧା ଅର୍ଥ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟକୁ ରିପିଟ୍ କରିବା । ଅର୍ଥାତ ଭାରତ ଯଦି ୨୦୨୬ରେ ବିଜୟୀ ହେଉଛି ତେବେ ପୂର୍ବ ଟାଇଟଲ ରକ୍ଷା କରିବ ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନ ହେବ ।

History Defeat ଅର୍ଥ- ଏହାର ଅର୍ଥ ଟି-ଟ୍ୱେଣ୍ଟି ବିଶ୍ୱକପ ଇତିହାସରେ ଥିବା ପୁରୁଣା ରେକର୍ଡଗୁଡିକୁ ଭାଙ୍ଗିବା । ଉଦାହରମ ସ୍ବରୁ- ଆଜି ପର୍ଯ୍ୟନ୍ତ କୌଣସି ଡିଫେଣ୍ଡିଂ ଚାମ୍ପିଅନ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିନାହିଁ । କୌଣସି ଆୟୋଜକ ଦଳ ବି ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିନି । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ଭାରତରେ ଖେଳାଯାଉଛି । ତେବେ ଏହି ରେକର୍ଡ ଭାଙ୍ଗାଯାଇପାରିବ । କୌଣସି ଦଳ ୩ ଥର ବିଶ୍ୱକପ ଜିତିନାହିଁ । ଇତିହାସ କୁହେ କ୍ରିକେଟ ଏପରି ଏକ ଖେଳି ପଡିଆରେ କିଛି ବି ହୋଇପାରେ । ଆଜି ଟିମ୍ ଇଣ୍ଡିଆ କେବଳ ଇତିହାସ ଦୋହରାଇବା ନୁହେଁ ଇତିହାସକୁ ପରାସ୍ତ କରିବାକୁ ମୈଦାନକୁ ଓହ୍ଲାଇବ ।

​​​​​​​

 

ଏହା ବି ପଢନ୍ତୁ...ଭାରତ ପାଇଁ ସୁପର ହେବ କି ସନଣ୍ଡେ ? ଏହି ଦିନ ବିଶ୍ୱକପ ଜିତିନାହିଁ ଟିମ୍ ଇଣ୍ଡିଆ, ଫ୍ୟାନ୍ସ ଛାନିଆ

ରେକର୍ଡ- ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ କେବଳ ୨୦୨୧ ସଂସ୍କରଣର ଫାଇନାଲ୍ ଖେଳିଥିଲା । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ସର୍ବାଧିକ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ଦଳ ୨ଥର ଚାମ୍ପିଅନ୍ (୨୦୦୭ ଓ ୨୦୨୪) ହୋଇ ସାରିଛି । ୨୦୧୪ ବିଶ୍ୱକପ୍ରେ ମଧ୍ୟ ଭାରତ ରନର୍ସ ଅପ୍ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଖେଳୁଥିବା ଭାରତୀୟ ଦଳ ଶକ୍ତିଶାଳୀ ମନେ ହେଉଥିଲେ ହେଁ କିଛି ରେକର୍ଡ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ଟିଟ୍ୱେଣ୍ଟି ବିଶ୍ୱକପରେ ଭାରତ ସବୁଠୁ ସଫଳ ଦଳ ହୋଇଥିଲେ ହେଁ ପୂର୍ବରୁ କେବେ ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ଉଭୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ ଜିତିଛି ।

ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା;

୨୦୦୭- ଭାରତ ସାଉଥ ଆଫ୍ରିକାରେ ପ୍ରଥମ ଟି-ଟ୍ୱେଣ୍ଟି କପ ଜିତିଥିଲା ।

୨୦୦୯- ପାକିସ୍ତାନ ଇଂଲଣ୍ଡରେ ନିଜ ନାମରେ ଟ୍ରଫି କରିଥିଲା ।

୨୦୧୦- ଇଂଲଣ୍ଡ ୱେଷ୍ଟଇଣ୍ଡିଜରେ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ।

୨୦୧୨- ୱେଷ୍ଟଇଣ୍ଡିଜ ଶ୍ରୀଲଙ୍କାରେ ଚାମ୍ପଅନ ହୋଇଥିଲା ।

୨୦୧୪- ଶ୍ରୀଲଙ୍କା ବାଂଲାଦେଶକୁ ହରାଇ ଟ୍ରଫି ଜିତିଥିଲା ।

୨୦୧୬- ୱେଷ୍ଟଇଣ୍ଡିଜ ଭାରତରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ।

୨୦୨୧- ଅଷ୍ଟ୍ରେଲିଆ ଓମାନ ଏବଂ ୟୁଏଇକୁ ହରାଇ ଜିତିଥିଲା ।

୨୦୨୨- ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ଦ୍ୱିତୀୟ ଥର ଚାମ୍ପିଅନ ହୋଇଥିଲା ।

୨୦୨୪- ଭାରତ ସାଉଥ୍ ଆଫ୍ରିକାକୁ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ।