ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଲିଜେଣ୍ଡସ୍ ଲିଗ୍‌; ଭାରତ-ପାକିସ୍ତାନ ମ୍ୟାଚ ବାତିଲ୍, ଭାରତୀୟ ଖେଳାଳି ମ୍ୟାଚରୁ ଓହରିବା ପରେ ରଦ୍ଦ ଘୋଷଣା

Published By : Ankita S | July 21, 2025 7:29 AM

ନୂଆଦିଲ୍ଲୀ,୨୦/୦୭: ୱାଲ୍ଡ ଚାମ୍ପିଅନସିପ୍ ଅଫ୍‌ ଲିଜେଣ୍ଡସ୍‌ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ୍ ହୋଇଛି । ମ୍ୟାଚ ରଦ୍ଦ ନେଇ ଆୟୋଜକଙ୍କ ପକ୍ଷରୁ ଏହି ଘୋଷଣା ହୋଇଛି । ଭାରତୀୟ ଖେଳାଳି ମ୍ୟାଚରୁ ଓହରିବା ପରେ ମ୍ୟାଚ ରଦ୍ଦ ହୋଇଛି । ପ୍ରେସ୍ ରିଲିଜ୍ ଜାରି କରି ଆୟୋଜକଙ୍କ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।

ମ୍ୟାଚକୁ ନେଇ ଉଠୁଥିବା ବିବାଦ ଏବଂ ନାରାବାଜି ମଧ୍ୟରେ ଆୟୋଜକ ଓ ଅଧିକାରୀ ବୟାନ ଜାରି କରି ମ୍ୟାଚ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିଖର ଧାୱନ, ସୁରେଶ ରୈନା ଏବଂ ୟୁସୁଫ ଫଠାନ ମ୍ୟାଚରୁ ଓହରିଯାଇଥିଲେ । ଶିଖର ଧାୱନ ମ୍ୟାଚକୁ ନେଇ ସୋସିଆଲ ମିଡିଆରେ କହିଥିଲେ, ''ମୋ ଦେଶ ମୋ ପାଇଁ ସବୁକିଛି । ଦେଶଠୁ ବଡ଼ କିଛି ନାହିଁ ।''

ବୟାନରେ କଣ କହିଲା WCL?

WCL ବୟାନ ଜାରି କରି କହିଛି, ଆମେ WCLରେ ସବୁବେଳେ କ୍ରିକେଟକୁ ବହୁତ ପସନ୍ଦ କରୁ । ଆମର ଏକମାତ୍ର ଉଦ୍ଦେଶ୍ୟ ଦର୍ଶକଙ୍କୁ ସୁନ୍ଦର ଅନୁଭୂତି ଦେବା । ଆମେ ଯେବେ ଜାଣିଲୁ ଚଳିତ ବର୍ଷ ପାକିସ୍ତାନ ହକି ଦଳ ଭାରତ ଆସୁଛି । ଭାରତ-ପାକିସ୍ତାନ ଭଲିବଲ ମ୍ୟାଚ ସହିତ କିଛି ଅନ୍ୟ ଖେଳରେ ଦୁଇ ଦେଶ ମୁହାଁମୁହିଁ ହେବେ । ଆମେ ଭାବିଲୁ WCLରେ ଭାରତ-ପାକିସ୍ତାନ ମ୍ୟାଚ କରି ଦର୍ଶକଙ୍କ ପାଇଁ କିଛି ସୁନ୍ଦର ମୂହୁର୍ତ୍ତ ତିଆରି କରିବୁ । ଲାଗୁଛି ଏହି ପ୍ରକ୍ରିୟାରେ କିଛି ଲୋକଙ୍କ ଭାବନାକୁ ଆଘାତ ହୋଇଛି । ଭାରତୀୟ କ୍ରିକେଟ ଲିଜେଣ୍ଡସ୍‌ଙ୍କୁ ଅସହଜ ସ୍ଥିତିରେ ପକାଇ ଦେଇଛୁ । ଯିଏକି ଦେଶ ପାଇଁ ଗୌରବ ଆଣିଛନ୍ତି ।

କ୍ଷମା ମାଗିଲେ ଆୟୋଜକ- ୱାଲ୍ଡ ଚାମ୍ପିଅନସିପ୍ ଅଫ୍‌ ଲିଜେଣ୍ଡସ୍‌ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ହେବା ଘୋଷଣା ପରେ ଆୟୋଜକ କ୍ଷମା ମାଗିଛନ୍ତି । ସେ କହିଛନ୍ତି,  ଆମେ ପୁଣି ଥରେ ସେହି ସମସ୍ତ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗୁଛି । ଆଶା କରୁଛି କି ଲୋକ ବୁଝିବେ ଆମର ଉଦ୍ଦେଶ୍ୟ କେବଳ କ୍ରିକେଟ ପ୍ରେମୀଙ୍କୁ କିଛି ଖୁସିର ମୂହୁର୍ତ୍ତ ହେବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.