- ଇରାନରେ ଲାଗି ରହିଛି ହିଂସାତ୍ମକ ବିକ୍ଷୋଭ
- ନିଜର ନାଗରକଙ୍କୁ ଭାରତର କଡ଼ା ଚେତାବନୀ
- ଏହି ଭୟଙ୍କର ସ୍ଥିତି ଉପରେ ଭାରତର କଡ଼ା ନଜର
- ଭାରତର ପରାମର୍ଶ ବାହାରକୁ ଯାଅ ନାହିଁ
ନୂଆଦିଲ୍ଲୀ : ଇରାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ମଧ୍ୟରେ ଭାରତ ନିଜର ନାଗରକଙ୍କୁ କଡ଼ା ଚେତାବନୀ ଜାରି କରିଛି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ସୋମବାର କହିଛନ୍ତି – ଭାରତ ଇରାନରେ ଚାଲୁ ଥିବା ଘାତକ ବିରୋଧ ପ୍ରଦର୍ଶନ ଉପରେ କଡ଼ା ନଜର ରଖୁଛି। ସେ ଭାରତୀୟ ନାଗରିକ , ବିଶେଷ ରୂପେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ଓ ଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବାହାରକୁ ଯାଅ ନାହିଁ କିମ୍ୱା ନିଜକୁ ଅଶାନ୍ତି ମଧ୍ୟରେ ଫସାଅ ନାହିଁ।
ଜର୍ମାନ ଚାନ୍ସଲର ଫ୍ରେଡିରକ୍ ମର୍ଜଙ୍କ ଭାରତର ପ୍ରଥମ ଯାତ୍ରା ପରେ ଏକ ସ୍ୱତନ୍ତ୍ର ମିଡ଼ିଆ ବ୍ରିଫିଂରେ ବିକ୍ରମ ମିସ୍ତ୍ରୀ କହିଛନ୍ତି ଯେ, ଆମେ ଇରାନରେ ହେଉଥିବା ଘଟଣାକ୍ରମ ଉପରେ ନଜର ରଖିଛୁ …ଇରାନରେ ପ୍ରବାସୀ ଭାରତୀୟ ଓ ଭାରତରୁ ଆସିଥିବା ଛାତ୍ରଛାତ୍ରୀଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗୋଷ୍ଠୀ। ସେ କହିଛନ୍ତି ଯେ,ଭାରତୀୟ ଦୂତାବାସ ଛାତ୍ରଛାତ୍ରୀ ଓ ଅନ୍ୟ ନାଗରିକଙ୍କ ସହ ସଂପର୍କ କରିଛନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି , କିନ୍ତୁ ସାବଧାନତା ଅବଲମ୍ୱନ କରିବାର ପରାମର୍ଶ ଦିଆଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ଟ୍ରମ୍ପଙ୍କର ମନେପଡ଼ିଲା ପୁରୁଣା ବନ୍ଧୁତ୍ୱ , ଆସନ୍ତା ବର୍ଷ ଆସି ପାରନ୍ତି ଭାରତ
ସେ ଆହୁରି କହିଛନ୍ତି ଯେ, ପ୍ରତିବନ୍ଧକ ଲାଗୁ ସତ୍ତ୍ୱେ ଆମର ଦୂତାବାସ ଛାତ୍ର ଗୋଷ୍ଠୀଙ୍କୁ ସଂପର୍କ କରିଛନ୍ତି ଏବଂ ଜାଣିବାକୁ ପାଇଛନ୍ତି ଯେ, ସେ ସବୁ ସୁରକ୍ଷିତ ଓ କୁଶଳ-ମଙ୍ଗଳ ତଥା ଏବେସୁଦ୍ଧା ତାଙ୍କୁ କୌଣସି ପ୍ରକାରର କଠିନତାର ସମ୍ମୁଖୀନ କରିବାକୁ ପଡ଼ିନାହିଁ। ସେ କହିଛନ୍ତି ଯେ, ଆମେ ସେଠାରେ ଥିବା ନିଜର ସବୁ ଦେଶବାସୀଙ୍କୁ ପରାମର୍ଶ ଦେଇଛୁ କି , ସେ ବାହାରକୁ ଯାଅ ନାହିଁ ଏବଂ ଅଶାନ୍ତ ସ୍ଥିତିରେ ଫସ ନାହିଁ।
କହି ରଖୁଛୁ କି ,ଇରାନରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନରେ କାର୍ଯ୍ୟାନୁଷ୍ଠାନରେ ପାଖାପାଖି ୫୪୪ ଲୋକଙ୍କ ମୃତ୍ୟୁ ହୋଇଛି, ସେଠାରେ ମାନବାଧିକାର କାର୍ଯ୍ୟାକର୍ତ୍ତାମାନେ ରବିବାର କହିଛନ୍ତି , ସଂଖ୍ୟା ଏହାଠାରୁ ବହୁତ ଅଧିକ ହୋଇପାରେ। ଆମେରିକା ସ୍ଥିତ ହ୍ୟୁମନ ରାଇଟ୍ସ ଆକ୍ଟିଭିଷ୍ଟସ୍ ନ୍ୟୁଜ୍ ଏଜେନ୍ସି ଅନୁସାରେ , ଗତ ଦୁଇ ସପ୍ତାହରେ ଜାରି ବିରୋଧ ପ୍ରଦର୍ଶନ ବେଳେ ୧୦୬୦୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନିଆଯାଇ ସାରିଛି। ଏଜେନ୍ସି ଅନୁସାରେ , ମୃତକ ଲୋକଙ୍କ ମଧ୍ୟରେ ୪୯୬ ବିରୋଧ ପ୍ରଦର୍ଶନକାରୀ ଓ ସୁରକ୍ଷା ବାହିନୀଙ୍କର ୪୮ ସଦସ୍ୟ ଥିଲେ।
ଉଲ୍ଲେଖନୀୟ ଯେ, ଇରାନରେ ଇଣ୍ଟରନେଟ୍ ସେବା ଠପ୍ ହେବା ଓ ଫୋନ୍ ଲାଇନ୍ କଟିଯିବା କାରଣରୁ ବିଦେଶରୁ ଏହି ବିରୋଧ ପ୍ରଦର୍ଶନର ସ୍ଥିତିର ଆକଳନ କରିବା ଓ ଅଧିକ କଠିନ ହୋଇ ଯାଇଛି। ଆସୋସିଏଟେଡ୍ ପ୍ରେସ୍ ସ୍ୱତନ୍ତ୍ର ରୂପେ ମୃତକଙ୍କ ସଂଖ୍ୟାର ସ୍ପଷ୍ଟ କରି ପାରିନାହିଁ। ଇରାନୀ ସରକାର ଏବେସୁଦ୍ଧା ମୋଟ ହତାହତଙ୍କ ସରକାରୀ ତଥ୍ୟ ଜାରି କରି ନାହାନ୍ତି।