ନୂଆଦିଲ୍ଲୀ,୧୩।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଗତ ଦୁଇ ଦିନ ହେବ ଜୋରଦାର ଲଢେଇ ଦେଖିବାକୁ ମିଳିଛି। ସୀମାରେ ଗୁଳିକାଣ୍ଡ ଯୋଗୁଁ ପାକିସ୍ତାନ ଏବେ କାବୁଲକୁ ଟାର୍ଗେଟ କରିଛି। ତାଲିବାନ ପକ୍ଷରୁ ମଧ୍ୟ କଡ଼ା ଜବାବ୍ ଦିଆଯାଇଛି। ଏଥିରେ ପାକିସ୍ତାନର ୫୮ ସୈନିକ ନିତହ ହୋଇଛନ୍ତି। କେବଳ ସେତିକି ନୁହେଁ ତାଲିବାନ ସ୍ପଷ୍ଟ କରିଛି ଯଦି ପାକିସ୍ତାନ ଏଭଳି ଯୁଦ୍ଧ ଜାରି ରହିବ, ତେବେ ତାକୁ କଡା ଜବାବ୍ ମିଳିବନି। ଅଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକି ଭାରତକୁ କଡା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆମେ ପାକିସ୍ତାନ ପକ୍ଷରୁ ଆକ୍ରଣକୁ କଡ଼ା ନିନ୍ଦା କରୁଛୁ। ଆଗକୁ
ଏହା ଭିତରେ ପାକିସ୍ତାନ ଗଣମାଧ୍ୟମ ନିଜ ଦେଶର ସରକାର ଓ ସେନାକୁ ବାର୍ତ୍ତା ଦେଇଛି। ଆଫଗାନିସ୍ତାନ ସହ ତୁରନ୍ତ ଚୁକ୍ତି କରିବାକୁ କହିଛି। ପାକିସ୍ତାନର ସବୁଠାରୁ ବଡ଼ ଖବର କାରଜ ‘ଡନ୍’ ନିଜର ସମ୍ପାଦକୀୟରେ ଲେଖିଛି ଇସ୍ଲାମ ଦେଶ ଅଫଗାନିସ୍ତାନ ସହ ଯୁଦ୍ଧକୁ ତୁରନ୍ତ ରୋକିଦେବା ଦରକାର। ଖବର କାଗଜରେ ଲେଖାଯାଇଛି ଯଦି ଯୁଦ୍ଧ ଚାଲିବ ତେବେ ଏହାର ସିଧା ସଳଖ ଲାଭ ଭାରତ ପାଇବ। ତାଲିବାନ ଓ ଭାରତ ମଧ୍ୟରେ ପୂବର୍ରୁ ଭଲ ସର୍ମ୍ପକ ନଥିଲା , କିନ୍ତୁ ଗତ କିଛି ଦିତରେ ଦୃତ ଗତିରେ ସମ୍ପର୍କ ସୁଧାର ହୋଇଛି। ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକି ଭାରତ ଗସ୍ତରେ ଯାଇଥିଲା। ଏହା ପାକିସ୍ତାନ ହିତରେ ନୁହେଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଫଗାନିସ୍ତାନ ସହ ସଂଘର୍ଷ ଜାରି ରହିପାରେ।
ପାକ୍ ଗଣମାଧ୍ୟମର କହିବା ଅନୁସାରେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଥମି ଯାଇଛି। ଏହି କାରଣରୁ କତର ଏବଂ ସାଉଦି ଆରବର ମଧ୍ୟରେ ମଧ୍ୟସ୍ଥତା ରହିଛି। ଡନ୍ ଲେଖିଛି ଆମର ବନ୍ଧୁ କତର ଓ ସାଉଦି ଆରବ ହସ୍ତକ୍ଷେପ କରିଛନ୍ତି। ଏହାଛା ଇରାନ ମଧ୍ୟ ଲଢେଇ ବନ୍ଦ କରିବାକୁ ଅପିଲ କରିଛି। ତେବେ ‘ଡନ୍’ କହିଛି ପାକିସ୍ତାନକୁ ଆଫଗାନିସ୍ତାନ ପଟୁ ହେଉଥିବା ଆତଙ୍କୀ ହମଲାର ଜବାବ୍ ଦେବା ଦରକାର, କିନ୍ତୁ ଏଭଳି ପରମ୍ପରାଗତ ଭାବରେ ଯୁଦ୍ଧ ଦ୍ବାରା ନୁହେଁ, ଏପରି କରିବା ଫଳରେ ଦୀର୍ଘ ଦିନ ଧରି ଦୁନିଆକୁ ଭୁଲ ବାର୍ତ୍ତା ମିଳିବ।