ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IML: ଭାରତ ଖାତାରେ ମାଷ୍ଟର୍ସ ଲିଗ ଟାଇଟଲ; ଜାଣନ୍ତୁ କାହାକୁ ମିଳିଲା କେତେ ପୁରଷ୍କାର ରାଶି...

Published By : Bijay Swain | March 17, 2025 10:50 PM

Image courtesy: hindustantimes

ନୂଆଦିଲ୍ଲୀ: ଚଳିତ ମାଷ୍ଟର୍ସ ଲିଗର ଟାଇଟଲ ଆମ ଭାରତ ଖାତାକୁ ଆସିଛି। ଗତ ରବିବାର ଦିନ ଇଣ୍ଡିଆ ମାଷ୍ଟର୍ସ ସଚିନ ତେନ୍ଦୁଲକର, ବ୍ରାଏନ୍ ଲାରାଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ପରାସ୍ତ କରି ପ୍ରଥମ ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ଟାଇଟଲ ହାସଲ କରିଛନ୍ତି। ଦେଖିବାକୁ ଗଲେ ମ୍ୟାଚ୍ ଆରମ୍ଭରୁ ଭାରତ ଟେବୁଲର ଶୀର୍ଷରେ ରାଜ କରୁଥିଲା। ବିଶେଷକରି ଭାରତୀୟ ସ୍ପିନର ଶାହବାଜ ନଦୀମ ମାତ୍ର ଚାରି ଓଭରରେ ମାତ୍ର ୧୨ ରନ ଦେଇ ୱେଷ୍ଟଇଣ୍ଡିଜ୍ ଇନିଂସର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଆପଣଙ୍କୁ ଜଣାଇରଖୁ ଯେ ଏହି ମାଷ୍ଟର୍ସ ଲିଗରେ ସମସ୍ତ ଅବସର ନେଇ ସାରିଥିବା ଖେଳାଳିମାନଙ୍କ ମଧ୍ୟରେ ଖେଳାଯାଇଥାଏ। ଏହି ମ୍ୟାଚକୁ ଅତ୍ୟନ୍ତ ଆବେଗର ସହ ଖେଳାଳିମାନେ ଖେଳିଥାନ୍ତି। କାରଣ କୌଣସି ଖେଳାଳି ବର୍ଷବର୍ଷ ଧରି କୌଣସି ମ୍ୟାଚ୍ ଖେଳିନଥାନ୍ତି। କେବଳ ନିଜ ଦୃଢ ଇଚ୍ଛା ଶକ୍ତି ଓ କଳ୍ପନା ଶକ୍ତି ବଳରେ ଏହି ଖେଳ ଆରମ୍ଭ କରାଯାଇଥାଏ। ତେବେ ଏହି ମ୍ୟାଚ ଶେଷରେ ଟାଇଟଲ ୱିନର ଓ ପ୍ଲେୟାର ଅଫ ଦ ସିରିଜ ପାଇଁ ଆକର୍ଷଣିୟ ପୁରଷ୍କାର ମଧ୍ୟ ରଖାଯାଇଥାଏ। ତେବେ ଆପଣ ଜାଣିଛନ୍ତି କି ମାଷ୍ଟର୍ସ ଲିଗରେ କେତେଟଙ୍କା ପୁରଷ୍କାର ରାଶି ଭାବେ ଜିତିଥାନ୍ତି? 

ଆପଣଙ୍କୁ ଜଣାଇରଖୁ ଯେ, ସଚିନ ତାଙ୍କ ଅନ୍ୟ ସାଥୀ ଖେଳାଳିମାନଙ୍କ ସହିତ ଖୁସି ମନାଇବା ସହ ବିଜୟୀ ଦଳ ଭାବେ ଟ୍ରଫିକୁ ହାତେଇ ଥିଲେ। ସଚିନଙ୍କ ସହିତ ଯୁବରାଜ ସିଂହ, ୟୁସୁଫ ପଠାନ ଏବଂ ଇରଫାନ ପଠାନଙ୍କୁ ନେଇ ଗଠିତ ଇଣ୍ଡିଆ ମାଷ୍ଟର୍ସ ଦଳକୁ ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା। ରବି ରାମପାଲ, ସୁଲିମାନ ବେନ ଏବଂ ପୂର୍ବ ଖେଳରେ କ୍ରିସ୍ ଗେଲଙ୍କ ସହିତ ଖେଳୁଥିବା ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସ ଦଳକୁ ରନର୍ସଅପ୍ ପାଇଁ ୫ କୋଟି ଟଙ୍କାର ନଗଦ ପୁରସ୍କାର ମିଳିଥିଲା। ଅମ୍ବାତି ରାୟୁଡୁ ୫୦ ବଲ୍ ରେ ୭୪ ରନ୍ କରିବା ପରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିଜେତା ହୋଇଥିଲେ। ତାଙ୍କୁ ମୋଟ୍ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା।

ରବିବାରଦିନ ମିଳିଥିବା ପୁରସ୍କାର ରାଶି ସମ୍ବଦ୍ଧରେ ନିମ୍ନରେ ବର୍ଣ୍ଣନା କରାଯାଇଛି:-

ମ୍ୟାଚ୍ ପୁରସ୍କାର ରାଶି

ବ୍ୟାଙ୍କ ଅଫ୍ ବରୋଦା ମାଷ୍ଟରଷ୍ଟ୍ରୋକ୍ ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୯ ଚୌକା) - ୫୦,୦୦୦ ଟଙ୍କା

ମ୍ୟାଚ୍‌ରେ ସର୍ବାଧିକ ଛକା: ଅମ୍ବାତି ରାୟୁଡୁ (୩ ଛକା) - ୫୦,୦୦୦ ଟଙ୍କା

ମ୍ୟାଚ୍‌ର ଖେଳ ପରିବର୍ତ୍ତନକାରୀ: ଶାହବାଜ ନଦୀମ (୪ ଓଭରରେ ୨/୧୨)

ସର୍ବାଧିକ ମିତ୍ତବ୍ୟୟି ବୋଲର: ଶାହବାଜ ନଦୀମ (ଇକୋନୋମି ରେଟ୍ ୩.୦୦)

ପ୍ଲେୟାର ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୫୦ ବଲ୍‌ରେ ୭୪ ରନ୍) - ୫୦,୦୦୦ ଟଙ୍କା

 

ସିଜିନ୍ ପୁରସ୍କାର ରାଶି

ସିଜିନ୍‌ରେ ସର୍ବାଧିକ ଚୌକା: କୁମାର ସାଙ୍ଗାକାରା - ୩୮ ଚୌକା (୫ ଲକ୍ଷ ଟଙ୍କା)

ସିଜିନ୍‌ରେ ସର୍ବାଧିକ ଛକା: ସେନ୍ ୱାଟସନ୍‌ - ୨୫ ଛକା (୫ ଲକ୍ଷ ଟଙ୍କା)

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.