ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହିଳା କ୍ରିକେଟ୍‌ ସିରିଜ: ଭାରତ ଆସିବେ ୱେଷ୍ଟ ଇଣ୍ଡିଜ, ଆୟର୍ଲାଣ୍ଡ, ଡିସେମ୍ବର ୧୫ରୁ ମ୍ୟାଚ୍

Published By : Prameya | November 14, 2024 10:15 AM

ମୁମ୍ବାଇ,୧୪/୧୧: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆସନ୍ତା ମାସରେ ୩ଟି ସୀମିତ ଓଭର କ୍ରିକେଟ୍‌ ସିରିଜ  ଖେଳିବା ନିଶ୍ଚିତ ହୋଇଛି । ୱେଷ୍ଟ ଇଣ୍ଡିଜ ଓ ଆୟର୍ଲାଣ୍ଡ ଦଳ ଭାରତ ଗସ୍ତରେ ଆସି ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ  ଖେଳିବେ । ପ୍ରଥମେ ୱେଷ୍ଟ ଇଣ୍ଡିଜ୍‌ ଦଳ  ଭାରତ ଆସି ମୁମ୍ବାଇରେ ୩ଟି ଟି-ଟ୍ୱେଣ୍ଟି  ଓ ବରୋଦାରେ ୩ଟି ଦିନିକିଆ ଖେଳିବ । ଡିସେମ୍ବର ୧୫, ୧୭ ଓ ୧୯ ତାରିଖରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହାପରେ ଡିସେମ୍ବର ୨୨, ୨୪ ଓ ୨୭ରେ  ଉଭୟ ଦଳ ଦିନିକିଆ ସିରିଜ ଖେଳିବେ ।  

ଜାନୁଆରୀରେ ଆୟର୍ଲାଣ୍ଡ ମହିଳା ଦଳ ଭାରତ  ଗସ୍ତରେ ଆସି ରାଜକୋଟ୍‌ରେ ୩ଟି ଦିନିକିଆ ଖେଳିବ ।  ଜାନୁଆରୀ ୧୦, ୧୨ ଓ ୧୫ ତାରିଖରେ ୩ଟି ଯାକ ମ୍ୟାଚ୍‌  ଖେଳାଯିବ । ପ୍ରଥମ କରି ଆୟର୍ଲାଣ୍ଡ ମହିଳା ଦଳ ଭାରତ  ଗସ୍ତରେ ଆସୁଛି । ୨୦୦୬ ପରେ ଉଭୟ ଦଳ ପ୍ରଥମ କରି  ଦ୍ୱିପାକ୍ଷିକ ସିରିଜ ଖେଳିବେ ।  

ଭାରତ ଗସ୍ତରେ ଆୟର୍ଲାଣ୍ଡ ଦଳ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏହି ସିରିଜ  କ୍ରୀଡ଼ାସୂଚୀ ଘୋଷଣା କରାଯାଇନାହିଁ । ୱେଷ୍ଟ ଇଣ୍ଡିଜ ଦଳ ଭାରତ ଗସ୍ତରେ ଅସିବା ପୂର୍ବରୁ  ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରି ୩ଟି ଦିନିକିଆ  ଖେଳିବାର କାର୍ଯ୍ୟକ୍ରମ ରହିଛି । ବ୍ରିସବେନ ଓ ପର୍ଥରେ  ଉକ୍ତ ମ୍ୟାଚ୍‌ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.