ମୁମ୍ବାଇ,୧୪/୧୧: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆସନ୍ତା ମାସରେ ୩ଟି ସୀମିତ ଓଭର କ୍ରିକେଟ୍‌ ସିରିଜ  ଖେଳିବା ନିଶ୍ଚିତ ହୋଇଛି । ୱେଷ୍ଟ ଇଣ୍ଡିଜ ଓ ଆୟର୍ଲାଣ୍ଡ ଦଳ ଭାରତ ଗସ୍ତରେ ଆସି ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ  ଖେଳିବେ । ପ୍ରଥମେ ୱେଷ୍ଟ ଇଣ୍ଡିଜ୍‌ ଦଳ  ଭାରତ ଆସି ମୁମ୍ବାଇରେ ୩ଟି ଟି-ଟ୍ୱେଣ୍ଟି  ଓ ବରୋଦାରେ ୩ଟି ଦିନିକିଆ ଖେଳିବ । ଡିସେମ୍ବର ୧୫, ୧୭ ଓ ୧୯ ତାରିଖରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହାପରେ ଡିସେମ୍ବର ୨୨, ୨୪ ଓ ୨୭ରେ  ଉଭୟ ଦଳ ଦିନିକିଆ ସିରିଜ ଖେଳିବେ ।  

ଜାନୁଆରୀରେ ଆୟର୍ଲାଣ୍ଡ ମହିଳା ଦଳ ଭାରତ  ଗସ୍ତରେ ଆସି ରାଜକୋଟ୍‌ରେ ୩ଟି ଦିନିକିଆ ଖେଳିବ ।  ଜାନୁଆରୀ ୧୦, ୧୨ ଓ ୧୫ ତାରିଖରେ ୩ଟି ଯାକ ମ୍ୟାଚ୍‌  ଖେଳାଯିବ । ପ୍ରଥମ କରି ଆୟର୍ଲାଣ୍ଡ ମହିଳା ଦଳ ଭାରତ  ଗସ୍ତରେ ଆସୁଛି । ୨୦୦୬ ପରେ ଉଭୟ ଦଳ ପ୍ରଥମ କରି  ଦ୍ୱିପାକ୍ଷିକ ସିରିଜ ଖେଳିବେ ।  

ଭାରତ ଗସ୍ତରେ ଆୟର୍ଲାଣ୍ଡ ଦଳ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏହି ସିରିଜ  କ୍ରୀଡ଼ାସୂଚୀ ଘୋଷଣା କରାଯାଇନାହିଁ । ୱେଷ୍ଟ ଇଣ୍ଡିଜ ଦଳ ଭାରତ ଗସ୍ତରେ ଅସିବା ପୂର୍ବରୁ  ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରି ୩ଟି ଦିନିକିଆ  ଖେଳିବାର କାର୍ଯ୍ୟକ୍ରମ ରହିଛି । ବ୍ରିସବେନ ଓ ପର୍ଥରେ  ଉକ୍ତ ମ୍ୟାଚ୍‌ ଖେଳାଯିବ ।