ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରାଇମ୍‌ମିନିଷ୍ଟର ଇଲେଭେନ୍‌କୁ ୬ ଓ୍ବିକେଟରେ ହରାଇଲା ଟିମ୍‌ ଇଣ୍ଡିଆ; ଗିଲ୍‌ଙ୍କ ପରେ ସୁନ୍ଦରଙ୍କ ବିସ୍ଫୋରକ ପ୍ରଦର୍ଶନ

Published By : Soubhagya Ranjan | December 1, 2024 6:50 PM

Image source: Sportstar

ନୂଆଦିଲ୍ଲୀ,୦୧/୧୨: ରବିବାର ଦିନ କାନବେରାଠାରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ପ୍ରାଇମ୍‌ ମିନିଷ୍ଟର ଇଲେଭେନକୁ ୬ ୱିକେଟରେ ପରାସ୍ତ କରିଛି। ଶୁଭମନ ଗିଲ ଭାରତ ପକ୍ଷରୁ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ୱାଶିଂଟନ୍ ସୁନ୍ଦର ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବୋଲିଂରେ ହର୍ଷିତ ରାଣା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଟି ୱିକେଟ୍ ନେଇଥିଲେ। ଆକାଶ ଦୀପଙ୍କୁ ୨ଟି ୱିକେଟ୍ ମିଳିଥିଲା। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ବିଜୟ ଥିଲା।

କହିରଖୁଛୁ ଯେ, ପ୍ରାଇମ୍‌ ମିନିଷ୍ଟର ଇଲେଭେନ୍‌, ଜ୍ୟାକ୍ ଏଡୱାର୍ଡସ୍‌ଙ୍କ ଅଧିନାୟକତ୍ୱ ପ୍ରଥମେ ବ୍ୟାଟିଂ କରି ୨୪୦ ରନ୍ ସଂଗ୍ରହ କରିଥିଲେ। ଏହାରି ଭିତରେ ସାମ କୋନଷ୍ଟାସ୍ ଏକ ଶତକ ହାସଲ କରିଥିଲେ। ସେ ୯୭ ବଲରେ ୧୦୭ ରନ ସ୍କୋର କରିଥିଲେ। ଜ୍ୟାକ୍ କ୍ଲେଟନ୍ ୪୦ ରନ୍‌ର ଏକ ଇନିଂସ ଖେଳିଥିଲେ। କ୍ୟାପଟେନ ଏଡୱାର୍ଡସ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିୟ ଇନିଂସ ସମୟରେ ହର୍ଷିତ ରାଣା ଭାରତ ପକ୍ଷରୁ ସାଂଘାତିକ ବୋଲିଂ କରି ୪ ୱିକେଟ୍ ନେଇଥିଲେ। ସେ ୬ ଓଭରରେ ୪୪ ରନ୍ ଦେଇଥିଲେ। ୧୦ ଓଭରରେ ୫୮ ରନ୍ ଦେଇ ଆକାଶ ଦୀପ ୨ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପ୍ରାଇମ ମିନିଷ୍ଟର ଇଲେଭେନ ଦେଇଥିବା ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ୫ ୱିକେଟ୍ ହରାଇବା ମ୍ୟାଚ୍ ଜିତିଥିଲା। ଶୁଭମାନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭ ଚୌକା ସହାୟତାରେ ୫୦ ରନ୍ ସ୍କୋର କରିଥିଲେ। ଯଶଶ୍ବୀ ଜୟସୱାଲ ୪୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। କେ.ଏଲ ରାହୁଲ ୨୭ ରନ୍ ସଂଗ୍ରହ କରିଥିଲେ। ୱାଶିଂଟନ୍ ସୁନ୍ଦର ୪୨ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ସେ ୫ ଟି ଚୌକା ମାରିଥିଲେ। ନୀତୀଶ ରେଡ୍ଡୀ ୪୨ ରନ୍‌ର ଏକ ଇନିଂସ ଖେଳିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.