ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ବିହାରରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ବନ୍ୟାଞ୍ଚଳରେ ରିଲିଫ୍ ସାମଗ୍ରୀ ଯୋଗାଣ ବେଳେ ପାଣିକୁ ଖସି ପଡିଲା...

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ହୋଇଛି । ଏଠାରେ ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଘଟି ପାଣିରେ ଖସି ପଡିଛି । ବନ୍ୟା ବପର୍ଯ୍ୟୟ ଅଂଚଳରେ ରିଲିଫ୍ ଯୋଗାଣରେ ନିୟୋଜିତ ଥିବାବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବାୟୁସେନା ଏହାକୁ ଏକ ସତର୍କ ଅବତରଣ ବୋଲି କହିଛି ଏବଂ ହେଲିକପ୍ଟରରେ ଥିବା ତିନିଜଣ କର୍ମଚାରୀ ସୁରକ୍ଷିତ ଅଛନ୍ତି । ହେଲିକପ୍ଟରଟି ବନ୍ୟା ସହାୟତା ସାମଗ୍ରୀ ପକାଉଥିଲା ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଭାରତୀୟ ବାୟୁସେନା କହିଛି ଯେ, ଏଡଭାନ୍‌ସଡ ଲାଇଟ୍ ହେଲିକପ୍ଟରକୁ ବିହାରର ସୀତାମଢିରେ ବନ୍ୟା ରିଲିଫ ଅପରେସନ ସମୟରେ ବନ୍ୟା ପରିସ୍ଥିତି ଉପୁଜିବା ସମୟରେ ସତର୍କ ଅବତରଣ କରିବାକୁ ପଡିଛି । ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ତିନିଜଣ କର୍ମଚାରୀ ଥିଲେ । ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି।

ସୂଚନାଥାଉକି, ବିହାରରେ ବନ୍ୟା ପରିସ୍ଥିତି ସଂକଟାପନ୍ନ ରହିଛି । ନେପାଳରେ ପ୍ରବଳ ବର୍ଷା ଏବଂ ବନ୍ୟା ପରେ ୨୯ ସେପ୍ଟେମ୍ବରରେ ବୀରପୁରର କୋସି ବ୍ୟାରେଜରୁ ୬୬୧୨୯୫ କ୍ୟୁସେକ୍ ଜଳ ମୁକ୍ତ କରାଯାଇଥିଲା । ୧୯୬୮ ପରଠାରୁ ଏହା ସର୍ବାଧିକ ଜଳ ମୁକ୍ତ ହୋଇଛି । ୧୯୬୮ ନମସିହାରେ ଏହି ବ୍ୟାରେଜରୁ ସର୍ବାଧିକ ୭.୮୮ ଲକ୍ଷ କ୍ୟୁସେକ୍ ଜଳ ମୁକ୍ତ କରାଯାଇଥିଲା । ଏହି କାରଣରୁ ବିହାର ଏବଂ ୟୁପିର ଅନେକ ଜିଲ୍ଲାରେ ବନ୍ୟା ସଙ୍କଟ ଦେଖାଦେଇଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନାନୁସାରେ, ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ସୀତାମଢୀ ଏବଂ ଦାର଼ଭଙ୍ଗା ଜିଲ୍ଲାର ପାଣି ଘେରି ରହିଥିବା ଗାଁରେ ଶୁଖିଲା ରାସନ ପ୍ୟାକେଟ ପକାଯାଇଥିଲା। ପ୍ରଭାବିତ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୨୬୦୦୦ଲୋକଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) / ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଏବଂ ସ୍ଥାନୀୟ ଡଙ୍ଗା ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ବନ୍ୟା ପ୍ରଭାବିତ ଜନସଂଖ୍ୟାକୁ ଉଦ୍ଧାର କରିବା ପାଇଁ NDRF ର ୧୬ ଟି ଟିମ୍ ଏବଂ SDRF ର ୧୪ ଟି ଟିମ୍ ନିୟୋଜିତ କରିଛନ୍ତି । 

 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.