ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କୋଷ୍ଟଗାର୍ଡ ଡିଆଇଜି ଓ ପତ୍ନୀଙ୍କୁ ଦୁର୍ବ୍ୟବହାର ମାମଲା: ବନ୍ଧା ହୋଇ ଜେଲ୍‌ ଗଲେ ୨ ରୋଡ୍‌ ରୋମିଓ

Published By : Prameya | October 19, 2024 10:29 AM

ଭୁବନେଶ୍ୱର,୧୯/୧୦: କୋଷ୍ଟ୍‌ଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ  ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ୨ ରୋଡ୍‌ ରୋମିଓଙ୍କୁ । ନୂଆପଲ୍ଲୀ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି ।  ସେମାନେ ହେଲେ କଟକ ବାଦାମବାଡ଼ି  ପାଲାମଣ୍ଡପ ଅଞ୍ଚଳରେ ରହୁଥିବା  ଜଗତସିଂହପୁର ବାଲିକୁଦାର ଶିବାଶିଷ  ମହାନ୍ତି(୩୦) ଓ ସମ୍ବଲପୁରରେ  ରହୁଥିବା ଜଗତସିଂହପୁର ବାଲିକୁଦାର  ବିକାଶ ମହାନ୍ତି(୨୭) । ଶିବାଶିଷ ଏକ ଘରୋଇ କଂପାନୀରେ ଚାକିରି କରିଥିବା  ବେଳେ ବିକାଶ ଏକ ଘରୋଇ ଇଞ୍ଜିନିୟରିଂ  କଲେଜରେ ଡିପ୍ଲୋମା କରୁଥିବା ଜଣାପଡ଼ିଛି । ସେମାନେ ବ୍ୟବହାର କରୁଥିବା ସ୍କୁଟରକୁ ପୁଲିସ ଜବତ କରିଛି । 

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ  ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା  ଦେଇଛନ୍ତି, ପୋଖରୀପୁଟ କୋଷ୍ଟଗାର୍ଡ  ଅଫିସର୍ସ ରେସିଡେଣ୍ଟିଆଲ ଏରିଆରେ ରହୁଥିବା  କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାଶ ଗୁରୁବାର  ରାତି ୯ଟା ୪୦ରେ ପତ୍ନୀଙ୍କ ସହ ମାର୍କେଟିଂ ସାରି  କାର୍‌ରେ ଆସୁଥିଲେ । ସେମାନଙ୍କ କାର୍‌ ନୂଆପଲ୍ଲୀ  ବେହେରା ସାହି ଟ୍ରାଫିକ୍‌ ପୋଷ୍ଟରେ ୟୁ-ଟର୍ଣ୍ଣ ନେଉଥିବା  ବେଳେ ହଠାତ୍‌ ଶିବାଶିଷ ଓ ବିକାଶ ଏକ ସ୍କୁଟରରେ  ଆସିଥିଲେ । କାର୍‌ ଆଗରେ ସ୍କୁଟର ରଖି ଦୁର୍ବ୍ୟବହାର  କରିଥିଲେ । ଅଶ୍ଳୀଳ ଭାଷାରେ ଗାଳି କରିବା ସହ କାର୍‌  ଡୋର୍‌କୁ ବାଡ଼େଇଥିଲେ । 

ଡିଆଇଜି ଶ୍ରୀ  ଦାଶ ଗାଡ଼ିରୁ ଓହ୍ଲାଇ ପ୍ରତିବାଦ କରିବାରୁ  ୨ଜଣ ତାଙ୍କୁ ପୁଣି ଗାଳିଗୁଲଜ କରିବା  ସହ ଦୁର୍ବ୍ୟବହାର କରିଥିଲେ । ଶ୍ରୀ  ଦାଶଙ୍କ ପତ୍ନୀଙ୍କୁ ମଧ୍ୟ ସେମାନେ  ଅଶାଳୀନ ବ୍ୟବହାର କରିଥିଲେ । ଶ୍ରୀ  ଦାଶଙ୍କ ପତ୍ନୀ ଏନେଇ ପୁଲିସ କଣ୍ଟ୍ରୋଲ  ରୁମ୍‌କୁ ଫୋନ୍‌ କରିବାରୁ ପିସିଆର ଭ୍ୟାନ୍‌  ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲା ।  ପିସିଆର ପୁଲିସକୁ ଦେଖି ୨ ଜଣ  ସେଠାରୁ ଖସି ଯାଇଥିଲେ ।  ଡିଆଇଜି ଶ୍ରୀ ଦାଶ ନୂଆପଲ୍ଲୀ  ଥାନାରେ ପହଞ୍ଚି ଲିଖିତ ଅଭିଯୋଗ  କରିଥିଲେ । ସଙ୍ଗେ ସଙ୍ଗେ ପୁଲିସ  ବେହେରାସାହି ଅଞ୍ଚଳରେ ଚଢ଼ଉ  କରି ଶିବାଶିଷ ଓ ବିକାଶଙ୍କୁ ଉଠାଇ  ଆଣିଥିଲା । ରାଜଧାନୀରେ ଜଣେ  କୋଷ୍ଟଗାର୍ଡ ଡିଆଇଜି ଓ ପତ୍ନୀଙ୍କୁ  ଦୁର୍ବ୍ୟବହାର କରା ଯାଇଥିବା ଖବରପାଇ  ପୁଲିସ କମିଶନର ଦେବଦତ୍ତ ସିଂହ ନୂଆପଲ୍ଲୀ  ଥାନାରେ ପହଞ୍ଚି ଘଟଣା ସଂପର୍କରେ ଡିଆଇଜିଙ୍କୁ  ପଚାରି ବୁଝିଥିଲେ । ଶିବାଶିଷ ଓ ବିକାଶଙ୍କର ବ୍ରେଥ୍‌  ଆନାଲାଇଜର ଟେଷ୍ଟ୍‌ କରିବା ସମୟରେ ଉଭୟେ  ପ୍ରଚୁର ମଦ୍ୟପାନ କରିଥିବା ଜଣା ପଡ଼ିଥିଲା। ପୁଲିସ  ଶିବାଶିଷ ଓ ବିକାଶଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ  ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ  ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.