ନୂଆଦିଲ୍ଲୀ, ୧୫/୦୪; ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତ କରିବ । ଏହି ଟୁର୍‌ରେ ୩ଟି ଦିନିକିଆ ଓ ୩ଟି ଟି୨୦ ସିରିଜ୍ ଖେଳିବ । ଦିନିକିଆରୁ ଆରମ୍ଭ ହେବ ସିରିଜ୍ । ପ୍ରଥମ ମ୍ୟାଚ ଅଗଷ୍ଟ ୧୭ରେ ଖେଳାଯିବ । ଏ ନେଇ ବିସିସିଆଇ ଫୁଲ୍ କ୍ରୀଡ଼ା ସୂଚୀ ଜାରି କରିଛି । ଏହି ସିରିଜ୍ ଜରିଆରେ ଭାରତୀୟ ଦଳ ଆଗମୀ ଟି-ଟ୍ୱେଣ୍ଟି ଏସିଆ କପ୍‌ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରିବ ।

ଦିନିକିଆ ସିରିଜ ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଅଗଷ୍ଟ ୨୬ରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦ୍ୱିତୀୟ ମ୍ୟାଚ ୨୯ ଓ ତୃତୀୟ ମ୍ୟାଚ ୩୧ ଅଗଷ୍ଟରେ ଖେଳାଯିବ ।

ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍

୧୭  ଅଗଷ୍ଟ-ଏସବିଏନସି, ମିରପୁର

୨୦ ଅଗଷ୍ଟ-ଏସବିଏନସି, ମିରପୁର

୨୩ ଅଗଷ୍ଟ-ବିଏସଏସଏଫଏଲଏମଆରସିଏସ, ଚଟ୍ଟୋଗ୍ରା

ଭାରତ ବନାମ ବାଂଲାଦେଶ ଟି-୨୦ ସିରିଜ୍

୨୬ ଅଗଷ୍ଟ- ବିଏସଏସଏଫଏଲଏମଆରସିଏସ, ଚଟ୍ଟୋଗ୍ରାମ

୨୯ ଅଗଷ୍ଟ-ଏସବିଏନସି, ମିରପୁର

୩୧ ଅଗଷ୍ଟ- ଏସବିଏନସି, ମିରପୁର

ଗତ ସିଜିନ୍‌ରେ ବାଂଲାଦେଶରେ ହାରିଥିଲା ଭାରତ- ଭାରତୀୟ କ୍ରିକେଟ ଟିମ୍ ଶେଷଥର ୨୦୨୨-୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା । ବାଂଲାଦେଶ ୨-୧ରେ ସିରିଜ ଜିତିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଦୁଇଟି ମ୍ୟାଚ ହାରିଥିଲା । ଟି-୨୦ ସିରିଜରେ କଥା କହିଲେ ଦୁଇଟି ଯାକ ସିରିଜ ଭାରତ ଜିତିଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟର ଆଇପିଏଲ ୨୦୨୫ରେ ଅଲଗା ଅଲଗା ଦଳରେ ଖେଳୁଛନ୍ତି । ଏହା ସରିବା ପରେ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ସେଠାରେ ୨୦ ଜୁନରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ଶେଷ ଟେଷ୍ଟ ୩୧ ଜୁଲାଇରୁ ୪ ଅଗଷ୍ଟ ଯାଏଁ ଖେଳାଯିବ । ଏହା ପୂର୍ବରୁ ୨୦୧୪ରେ ଦଳ ବାଂଲାଦେଶ ଗସ୍ତ କରି ୩ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା ।