ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

IND VS BAN; ଅଗଷ୍ଟ ୧୭ରୁ ଦିନିକିଆ ସିରିଜ୍, BCCI ଜାରି କଲା ସୂଚୀ

Published By : Ankita S | April 15, 2025 3:07 PM

ନୂଆଦିଲ୍ଲୀ, ୧୫/୦୪; ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତ କରିବ । ଏହି ଟୁର୍‌ରେ ୩ଟି ଦିନିକିଆ ଓ ୩ଟି ଟି୨୦ ସିରିଜ୍ ଖେଳିବ । ଦିନିକିଆରୁ ଆରମ୍ଭ ହେବ ସିରିଜ୍ । ପ୍ରଥମ ମ୍ୟାଚ ଅଗଷ୍ଟ ୧୭ରେ ଖେଳାଯିବ । ଏ ନେଇ ବିସିସିଆଇ ଫୁଲ୍ କ୍ରୀଡ଼ା ସୂଚୀ ଜାରି କରିଛି । ଏହି ସିରିଜ୍ ଜରିଆରେ ଭାରତୀୟ ଦଳ ଆଗମୀ ଟି-ଟ୍ୱେଣ୍ଟି ଏସିଆ କପ୍‌ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରିବ ।

ଦିନିକିଆ ସିରିଜ ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଅଗଷ୍ଟ ୨୬ରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦ୍ୱିତୀୟ ମ୍ୟାଚ ୨୯ ଓ ତୃତୀୟ ମ୍ୟାଚ ୩୧ ଅଗଷ୍ଟରେ ଖେଳାଯିବ ।

ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍

୧୭  ଅଗଷ୍ଟ-ଏସବିଏନସି, ମିରପୁର

୨୦ ଅଗଷ୍ଟ-ଏସବିଏନସି, ମିରପୁର

୨୩ ଅଗଷ୍ଟ-ବିଏସଏସଏଫଏଲଏମଆରସିଏସ, ଚଟ୍ଟୋଗ୍ରା

ଭାରତ ବନାମ ବାଂଲାଦେଶ ଟି-୨୦ ସିରିଜ୍

୨୬ ଅଗଷ୍ଟ- ବିଏସଏସଏଫଏଲଏମଆରସିଏସ, ଚଟ୍ଟୋଗ୍ରାମ

୨୯ ଅଗଷ୍ଟ-ଏସବିଏନସି, ମିରପୁର

୩୧ ଅଗଷ୍ଟ- ଏସବିଏନସି, ମିରପୁର

ଗତ ସିଜିନ୍‌ରେ ବାଂଲାଦେଶରେ ହାରିଥିଲା ଭାରତ- ଭାରତୀୟ କ୍ରିକେଟ ଟିମ୍ ଶେଷଥର ୨୦୨୨-୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା । ବାଂଲାଦେଶ ୨-୧ରେ ସିରିଜ ଜିତିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଦୁଇଟି ମ୍ୟାଚ ହାରିଥିଲା । ଟି-୨୦ ସିରିଜରେ କଥା କହିଲେ ଦୁଇଟି ଯାକ ସିରିଜ ଭାରତ ଜିତିଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟର ଆଇପିଏଲ ୨୦୨୫ରେ ଅଲଗା ଅଲଗା ଦଳରେ ଖେଳୁଛନ୍ତି । ଏହା ସରିବା ପରେ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ସେଠାରେ ୨୦ ଜୁନରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ଶେଷ ଟେଷ୍ଟ ୩୧ ଜୁଲାଇରୁ ୪ ଅଗଷ୍ଟ ଯାଏଁ ଖେଳାଯିବ । ଏହା ପୂର୍ବରୁ ୨୦୧୪ରେ ଦଳ ବାଂଲାଦେଶ ଗସ୍ତ କରି ୩ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.