ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଆମ୍ବ ସିଜିନ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ରହିଛି ଭାରତୀୟ ରସାଳ ଆମ୍ବର ଚାହିଦା । ସବୁଠି ବିକ୍ରି ହେଉଛି ଆମ୍ବ । ତେବେ ଭାରତରେ କମ୍ ରେଟରେ ଆମ୍ବ ଉପଲବ୍ଧ ହେଉଥିବାବେଳେ ବିଦେଶରେ କେତେ ଟଙ୍କାରେ ବିକ୍ରି ହୋଇଥାଏ ଆମ୍ବ ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବାବେଳେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲଣ୍ଡନରେ ଜଣେ ମହିଳା ଆମ୍ବ ବିକୁଛନ୍ତି ଆଉ ଗ୍ରାହକମାନେ ବେଶ ଆଗ୍ରହର ସହ କିଣି ନେଉଛନ୍ତି ।
ୟୁକେରେ ଅବସ୍ଥିତ ଏକ ଦୋକାନରେ ଭାରତୀୟ ଆମ୍ବର ବେଶ ଚାହିଦା ରହିଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଭାରତୀୟ ମହିଳା ଆମ୍ବ ବିକୁଛନ୍ତି ଆଉ କହୁଛନ୍ତି ଆମ୍ବ ନିଅ ଆମ୍ବ ନିଅ । ଆଉ ଏହି ଭିଡିଓ ବେଶ ଭିଡିଓ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ବହୁଳ ମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳିଛି । ଆଉ ଭାରତୀୟ ଆମ୍ବ ପ୍ରତି କେତେ ଭଲ ପାଇବା ରହିଛି ଏଥିରୁ ସ୍ପଷ୍ଠଭାବେ ଜାଣି ହେଉଛି ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଭାରତୀୟ ବଜାରରେ ଆମ୍ବ ବେଶ ଶସ୍ତାରେ ବିକ୍ରି ହେଉଛି ତାହେଲେ ବିଦେଶରେ କେତେ ଟଙ୍କାରେ ବିକ୍ରି ହେଉଥିବ । ଆମେ ଭାରତରେ ୪୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଗୋଟିଏ କିଲୋ ଆମ୍ବ କିଣିଥାଉ । ମାତ୍ର ଲଣ୍ଡନରେ ଆଲଫୋନ୍ସ ଆମ୍ବର ମୂଲ୍ୟ ୭୦୦ ଯଙାରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏହାସହ ବିଦେଶରେ ପ୍ରିମିୟମ ମୂଲ୍ୟ ୧୫ଶହରୁ ୩ ହଜାର ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।
ତେବେ ବିଦେଶରେ ଭାରତର ଆମ୍ବର ଦାମ ଏତେ ଅଧିକ ରହିବା ପଛର ମୁଖ୍ୟ କାରଣ ହେଉଛି ଆମଦାନୀ ଖର୍ଚ୍ଚ, ବିମାନ ମାଲ ପରିବହନ, ପ୍ୟାକେଜିଂ ଏବଂ ସୀମିତ ଯୋଗାଣ ହେତୁ ବିଦେଶରେ ଆମ୍ବଗୁଡ଼ିକର ଉଚ୍ଚ ମୂଲ୍ୟ ରହିଛି। ଏହା ବ୍ୟତୀତ, ଗୁଣବତ୍ତା ଏବଂ ସ୍ୱାଦ ଯୋଗୁଁ ଭାରତୀୟ ଆମ୍ବ ଏବଂ ସ୍ୱାଦ ଯୋଗୁଁ ଭାରତୀୟ ଆମ୍ବଗୁଡ଼ିକର ଚାହିଦା ଅଧିକ। ଏହି କାରଣରୁ ଭାରତରେ ସହଜରେ ମିଳୁଥିବା ଆମ୍ବ ଲଣ୍ଡନ ପହଞ୍ଚିବା ବେଳକୁ ଦୁଇରୁ ଚାରି ଗୁଣ ମହଙ୍ଗା ହୋଇଯାଏ।
ଏହାସହ ପଢ଼ନ୍ତୁ : ନମନ ଧୀରଙ୍କ ଅର୍ଦ୍ଧଶତକୀୟ ପାଳି, ୧୫୯ ରନରେ ଅଟକିଲା ମୁମ୍ବାଇ