ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖୋ ଖୋ ବିଶ୍ୱକପ୍‌ରେ ଭାରତ ଅପରାଜେୟ: ଫାଇନାଲ୍‌ରେ ଭାରତୀୟ ପୁରୁଷ, ମହିଳା ଟିମ୍, ଆଜି ନେପାଳ ସହ ଟାଇଟଲ ଟକ୍କର

Published By : Prameya | January 19, 2025 9:19 AM

ନୂଆଦିଲ୍ଲୀ,୧୯/୦୧: ଚଳିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତୀୟ ମହିଳା ଓ  ପୁରୁଷ ଦଳ ଅବିଶ୍ୱସନୀୟ ପ୍ରଦର୍ଶନ ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରବିବାର ଉଭୟ ବର୍ଗର ଫାଇନାଲ୍‌ରେ ଭାରତ ଓ ନେପାଳ  ସାମ୍ନାସାମ୍ନି ହେବେ । ପୁରୁଷ ଓ ମହିଳା ଦଳ ନିକଟରେ ବିଶ୍ୱ ଚାମ୍ପିଅନ୍‌ ହେବାର ସୁବର୍ଣ୍ଣ  ସୁଯୋଗ ରହିଛି । 

ଶନିବାର ଅନୁଷ୍ଠିତ ମହିଳା ସେମି ଫାଇନାଲ୍‌ରେ ଭାରତ ୬୬-୧୬ ପଏଣ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିରେ ନେପାଳ  ୮୯-୧୮ରେ ୟୁଗାଣ୍ଡାକୁ ହରାଇଥିଲା । ସେହିପରି  ପୁରୁଷ ବିଭାଗରେ ଭାରତ ୬୨-୪୨ରେ ଦକ୍ଷିଣ  ଆଫ୍ରିକାକୁ ପରାଜିତ କରିଥିବାବେଳେ ନେପାଳ  ୭୨-୨୯ରେ ଇରାନକୁ ହରାଇଥିଲା । 

ପୁରୁଷ ବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା । ଚତୁର୍ଥ ତଥା ଅନ୍ତିମ ଟର୍ଣ୍ଣରେ ଭାରତ ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା । ପ୍ରଥମ ଓ ଦ୍ୱିତୀୟ ଟର୍ଣ୍ଣରେ ଦକ୍ଷିଣ ଆଫ୍ରିକା ଚମତ୍କାର ଖେଳ ପ୍ରଦର୍ଶନ କରି ଆଗୁଆ ରହିଥିଲା । ତୃତୀୟ  ଟର୍ଣ୍ଣରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର  ଦକ୍ଷିଣ ଆଫ୍ରିକା ୪୨-୨୮ରେ ଆଗୁଆ ରହିଥିଲା । ୧୪ପଏଣ୍ଟ ପଛରେ ଥିଲା ଭାରତ । ଶେଷ  ଟର୍ଣ୍ଣରେ ଭାରତୀୟ ଖେଳାଳି ସବୁ ଶକ୍ତି ଲଗାଇ  ଦେଇଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଚ୍‌  ଡିଫେଣ୍ଡରଙ୍କୁ ଆଉଟ୍‌ କରି ଭାରତ ୬ପଏଣ୍ଟ  ହାତେଇଥିଲା । ସ୍ଥିତି ୩୪-୪୨ରେ ପହଞ୍ଚିଥିଲା ।  ପରବର୍ତ୍ତୀ ୩୩ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ବ୍ୟାଚ୍‌  ଡିଫେଣ୍ଡରଙ୍କୁ ଆଉଟ୍‌ କରି ଦଳ ଆଉ ୬ପଏଣ୍ଟ  ହାସଲ କରି ମ୍ୟାଚ୍‌କୁ ୪୦-୪୨କୁ ଆଣିଥିଲା ।  ଏହାପରେ ଦଳ କ୍ରମାନ୍ୱୟରେ ପଏଣ୍ଟ ହାସଲ  କରି ୬୨-୪୨ରେ ବିଜୟ ହାସଲ କରିଥିଲା । 

ମହିଳା ଦଳର ସହଜ ବିଜୟ 

ଟସ୍‌ ଜିତିବା ପରେ ଭାରତୀୟ ମହିଳା ଦଳ ଡିଫେଣ୍ଡ  କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ମଳା, ଚୈତ୍ରା  ଓ ନାଜିଆ ଡିଫେଣ୍ଡ କରିଥିଲେ । ଚୈତ୍ରା ଦକ୍ଷିଣ  ଆଫ୍ରିକା ଖେଳାଳିଙ୍କର ୫ମିନିଟ୍‌ ୨୩ ସେକେଣ୍ଡ  ଅପଚୟ କରି ଭାରତକୁ ୫ପଏଣ୍ଟ ଭେଟି  ଦେଇଥିଲେ । ଭାରତୀୟ ଦଳ ପ୍ରଥମ ଟର୍ଣ୍ଣ ଶେଷ  ସୁଦ୍ଧା ୧୦-୫ରେ ଆଗୁଆ ରହିଥିଲା । ଏହାପରେ  ଦ୍ୱିତୀୟ ଟର୍ଣ୍ଣରେ ଭାରତ ଆଉ ୨୩ପଏଣ୍ଟ ହାସଲ କରିଥିଲେ । ଦଳ ୩୩-୧୦ରେ ଆଗୁଆ ରହି  ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲା । ସେହିପରି  ତୃତୀୟ ଟର୍ଣ୍ଣରେ ଭାରତକୁ ମାତ୍ର ୫ପଏଣ୍ଟ ଓ  ଦକ୍ଷିଣ ଆଫ୍ରିକାକୁ ୬ପଏଣ୍ଟ ମିଳିଥିଲା । ଅନ୍ତିମ ଟର୍ଣ୍ଣରେ ଭାରତ ଆଉ ୨୮ ପଏଣ୍ଟ ହାସଲ କରିବା  ସହ ମ୍ୟାଚ୍‌କୁ ୬୬-୧୬ରେ ଜିତି ନେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.