ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ହାଇ ଆଲର୍ଟରେ ଯୁଦ୍ଧ ଜାହାଜ ; ପାକିସ୍ତାନକୁ ମୁହଁତୋଡ୍‌ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ନୌସେନା

Published By : Prameya | May 1, 2025 5:25 PM

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ପାକିସ୍ତାନକୁ ଭାରତ ପକ୍ଷରୁ କୌଣସି ସମୟରେ ହମଲା ହେବାର ଭୟ ଘାରିଛି। ଏବେ ଉଭୟ ଦେଶରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ଏହି ମଧ୍ୟରେ , ଭାରତୀୟ ନୌସେନା ଆରବ ସାଗରରେ ନିଜର ଅଭିଯାନକୁ ଦ୍ରୁତ କରି ଦେଇଛି। ନୌସେନା ଆକଙ୍କୀ ହମଲା ପରେ କ୍ଷେତ୍ରୀୟ ଉତ୍ତେଜନା ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ମଜବୁତ୍‌ କରିବା ପାଇଁ ଭାରତର ବିଶେଷ ଆର୍ଥିକ କ୍ଷେତ୍ର(ଇଇଜେଡ) ଭିତରେ ବ୍ୟାପକ ଅଭ୍ୟାସ କରୁଛି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ପ୍ରତିରକ୍ଷା ସୂତ୍ରାନୁସାରେ କହିଛି , ଯୁଦ୍ଧ ଜାହାଜ ହାଇ ଆଲର୍ଟରେ ରହିଛି ଏବଂ ଜାହାଜ ଗୁଡ଼ିକୁ ମଧ୍ୟ ମୁତୟନ କରାଯାଇଛି। ଅନେକ ଆଣ୍ଟି-ସିପ୍‌ ଓ ଆଣ୍ଟି-ଏୟାରକ୍ରାଫ୍ଟ ଫାୟାରିଂ କରାଯାଇଛି, ଯାହାକି ଯୁଦ୍ଧର ତତ୍ପରତାର ପ୍ରଦର୍ଶନ କରାଯାଇ ପାରିବ ଏବଂ କ୍ଷେତ୍ରରେ ସମ୍ଭାବିତ ବିପଦକୁ ରୋକା ଯାଇପାରିବ। ଏହି ସବୁ ପ୍ରସ୍ତୁତିକୁ ଦେଖି କୁହାଯାଇ ପାରେ କି, ଅନ୍ୟ ସେନାଗୁଡ଼ିକ ପରି ନୌସେନା ମଧ୍ୟ କୌଣସି ବି ସମୟରେ ପାକିସ୍ତାନକୁ ମୁହଁତୋଡ଼ ଜହାବ ଦେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ।

ଭାରତୀୟ ତଟରକ୍ଷକ ବାହିନୀ ମଧ୍ୟ ନିରୀକ୍ଷଣ ବଢାଇବା ପାଇଁ ନୌସେନା ସହ ନିକଟ ସମନ୍ୱୟରେ କାମ କରି, ଗୁଜରାଟ ତଟ ଠାରୁ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ସୀମା ନିକଟସ୍ଥ କ୍ଷେତ୍ରରେ ଜାହାଜକୁ ମୁତୟନ କରିଛି। ଏହା ପୂର୍ବରୁ ରବିବାର , ଭାରତୀୟ ନୌସେନାର ଏକ ବୟାନ ଅନୁସାରେ ,  ଭାରତୀୟ ନୌସେନାର ଯୁଦ୍ଧଜାହାଜ ଅନେକ ସଫଳ ଆଣ୍ଟି-ସିପ୍‌ ମିସାଇଲ ଫାୟାରିଂ କରିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଭାରତୀୟ ନୌସେନାର ପ୍ରବକ୍ତା କହିଛନ୍ତି କି, ଏହି ଫାୟାରିଂ ପ୍ଲାଟଫର୍ମ , ସିଷ୍ଟମ ଓ କ୍ରୁର ଲମ୍ୱା ଦୂରତାର ସଠିକ୍‌ ଆକ୍ରମଣାତ୍ମକ ହମଲା ପାଇଁ ପରିଚାଳନା ତତ୍ପରତାକୁ ପୁଣି ଥରେ ପ୍ରମାଣିତ କରିବାକୁ କରାଯାଇ ଥିଲା। 

ଏହି ଅଭ୍ୟାସର ଉଦ୍ଦେଶ୍ୟ ନୌସେନାର ଯୁଦ୍ଧ ତତ୍ପରତା ଓ ଭାରତର ସାମୁଦ୍ରିକ ହିତର ରକ୍ଷା କରିବାକୁ ଏହାର କ୍ଷମତାର ପ୍ରଦର୍ଶନ କରିବା। ଯୁଦ୍ଧ ଜାହାଜକୁ ଆରବ ସାଗରରେ ମୁତୟନ କରାଯାଇ ଥିଲା। ପୋଷ୍ଟରେ କୁହାଯାଇଛି, ଭାରତୀୟ ନୌସେନାର ଜାହାଜ ଲମ୍ୱା ଦୂରତାର ସଠିକ୍‌ ଆକ୍ରମଣାତ୍ମକ ହମଲା ପାଇଁ ପ୍ଲାଟଫର୍ମ, ସିଷ୍ଟମ ଓ କ୍ରିଉର ତତ୍ପରତାକୁ ପୁଣି ଥରେ ପ୍ରମାଣିତ କରିବା ଓ ପ୍ରଦର୍ଶିତ କରିବା ପାଇଁ ଅନେକ ସଫଳ ଆଣ୍ଟି-ସିପ୍‌ ଫାୟାରିଂ କରିଛି। ଭାରତୀୟ ନୌସେନା କୌଣସି ବି ସମୟରେ କେଉଁଠି ବି ଦେଶର ସାମୁଦ୍ରିକ ହିତର ରକ୍ଷା କରିବାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ। ଏହି ଅଭ୍ୟାସ ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଅପ୍ରେଲରେ ହୋଇଥିବା ଆତଙ୍କୀ ହମଲାକୁ ନଜରରେ ରଖି କରାଯାଇ ଥିଲା, ଯେଉଁଥିରେ ୨୬ ଜଣ ଲୋକଙ୍କୁ ହତ୍ୟା କରାଯାଇଛି, ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢି ଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.