ନୂଆଦିଲ୍ଲୀ,୧୮/୦୭: ବଢିବ ଭାରତୀୟ ନୌସେନାର ଶକ୍ତି । ଜଳପଥରେ ଚମକା ଖାଇବ ଶତ୍ରୁ । ନୌବୀରଙ୍କ ବଳ ବଢାଇବାକୁ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଆଇଏନ୍ଏସ 'ନିସ୍ତାର' । ଭାରତର ପ୍ରଥମ ସ୍ୱଦେଶ ନିର୍ମିତ ଡାଇଭିଙ୍ଗ ସପୋର୍ଟ ପୋତ 'ନିସ୍ତାର' ୧୦ ହଜାର ୫ଶହ ଟନ୍ରୁ ଅଧିକ ଓଜନ ବୋହିବାର କ୍ଷମତା ରହିଛି । ୧ ହଜାର ମିଟର ଗଭୀରରେ ହେବ କାର୍ଯ୍ୟକ୍ଷମ ।
ଭାରତୀୟ ନୌସେନାକୁ ତାର ପ୍ରଥମ ସ୍ୱଦେଶୀ ଡାଇଭିଂ ସପୋର୍ଟ ପୋତ ମିଳିଛି । ଆଜି (ଶୁକ୍ରବାର) ବିଶାଖାପଟନମ ସ୍ଥିତ ନୌସେନା ଗାର୍ଡରେ ସାମିଲ ହୋଇଛି ଆଇଏନ୍ଏସ୍ 'ନିସ୍ତାର' । ଏହା ଭାରତୀୟ ନୌସେନାର ପଣ୍ଡୁବୀ ସହାୟତା ଅଭିଯାନକୁ ବଢାଇବ । ଗଭୀତ ସମୁଦ୍ରରେ ଅଭିଯାନରେ ସକ୍ଷମ 'ନିସ୍ତାର' ଗଭୀର ଜଳମଗ୍ନ ଉଦ୍ଧାର ପୋତ ପାଇଁ 'ମଦର ସିପ୍ ' ରୂପରେ କାମ କରିବ । ଯେଉଁଥିରେ ପାଣି ଭିତରେ ଡାଇଭିଂ କାର୍ଯ୍ୟ ପାଇଁ ସକ୍ଷମ ହେବ ବୁଡ଼ାଜାହାଜ । ଏହା ଜାହଜର ଡିଜାଇନ୍ ଓ ନିର୍ମାଣ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ଼ ଦ୍ୱାରା ହୋଇଛି । 'ନିସ୍ତାର' ଅର୍ଥ ମୁକ୍ତି, ଉଦ୍ଧାର ବ ମୋକ୍ଷ । ନୌସେନାରେ ଏହାକୁ ସାମିଲ କରାଯାଇଥିବା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମିଲ ହୋଇଥିଲେ । ଏହା ସହତି ନୌସେନା ଆଡମିରାଲ ଦିନେଶ କେ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଆଇଏନ୍ଏସ ନିସ୍ତାରରେ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଏବଂ ଦେଶର ୧୨୦ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସଏମ୍ଇର) ସକ୍ରିୟ ଭାଗୀଦାରୀ ରହିଛି । ଏହି ପୋତ ନୌସେନାରେ ସାମିଲ ହେବା ପରେ ଭାରର କ୍ଷମତା ବଢିବ । ଏହା ୧୦ ହଜାର ୫ ଶହ ଟନ୍ ଓଜନ୍ ବୋହିପାରିବ । ପ୍ରାୟ ୧୨୦ ମିଟର ଲମ୍ବ ଆଇଏନ୍ଏସ୍ 'ନିସ୍ତାର'କୁ ଗଭୀର ସମୁଦ୍ରରେ ପଣ୍ଡୁବୀ ଉଦ୍ଧାର କାର୍ଯ୍ୟ କରିବାକୁ ଡିଜାଇନ୍ କରାଯାଇଛି । ଏହି ଜାହଜ ପୂର୍ବ ନୌସେନା କମାଣ ଅଧିନରେ ହେବ ।