ନୂଆଦିଲ୍ଲୀ,୨୪/୧୧: ଭାରତୀୟ ନୌସେନା ସାମିଲ ହୋଇଛି ଆଣ୍ଟି-ସବମରିନ୍ ୱାରଫେୟାର ଜଳଯାନ INS ମାହେ । ମୁମ୍ବାଇର ନାଭାଲ ଡକୟାର୍ଡରେ ଆଜି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ INS ମାହେର କମିଶନିଂ ହୋଇଛି । ନୌସେନାରେ INS ମାହେକୁ ସାମିଲ କରିବା ଭାରତୀୟ ନୌସେନାର ଶକ୍ତି ବଢାଇଛି । ୮୦ ପ୍ରତିଶତ ସ୍ୱଦେଶୀ ଆଇଏନ୍ଏସ ମାହେ ଶତ୍ରୁ ବୁଡ଼ାଜାହାଜ ପାଇଁ କାଳ ହେବ ।
୮୦% ରୁ ଅଧିକ ସ୍ୱଦେଶୀ ସାମଗ୍ରୀର ବ୍ୟବହାର- ମାହେର କମିଶନିଂ ହେବା ଫଳରେ କମ୍ ପାଣିରେ ଲଢୁଥିବା ସ୍ୱଦେଶୀ ଯୁଦ୍ଧଜାହାଜର ଏକ ନୂଆ ପିଢ଼ିର ଆଗମନ ହୋଇଛି । ଯାହା ଦ୍ରୁତ ଏବଂ ଦୃଢ଼ ହେବ । ଏଥିରେ ୮୦%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ସହିତ, ମାହେ-କ୍ଲାସ୍ ଯୁଦ୍ଧଜାହାଜ ଡିଜାଇନ୍, ନିର୍ମାଣ ଏବଂ ସମନ୍ୱୟରେ ଭାରତର ବଢ଼ୁଥିବା ବିଶେଷଜ୍ଞତାକୁ ପ୍ରଦର୍ଶନ କରୁଛି । ଏହା ପଶ୍ଚିମ ସମୁଦ୍ରକୂଳରେ ଏକ "ସାଇଲେଣ୍ଟ ହଣ୍ଟର" ଭାବରେ କାର୍ଯ୍ୟ କରିବ । ଭାରତର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବାରେ ବଡ଼ ଶକ୍ତି ହେବ ।
INS ମାହେର ଶକ୍ତି- ଆଣ୍ଟି-ସବମରିନ୍ ଯୁଦ୍ଧ ଜଳଯାନ ମାହେକୁ ମୁମ୍ବାଇର ନୌସେନା ଡକୟାର୍ଡରେ କମିଶନ କରାଯାଇଛି। ଏହି ଯୁଦ୍ଧଜାହାଜକୁ ଶତ୍ରୁ ବୁଡ଼ାଜାହାଜକୁ ଧ୍ୱଂସ କରିବ । ୭୮ ମିଟର ଲମ୍ବା ଫ୍ରିଗେଟ୍ ଆଧୁନିକ ସୋନାର୍ ସିଷ୍ଟମରେ ସଜ୍ଜିତ ଏବଂ ଶତ୍ରୁ ବୁଡ଼ାଜାହାଜକୁ ଟ୍ରାକ୍ ଏବଂ ଧ୍ୱଂସ କରିବାରେ ସକ୍ଷମ ହେବ । ଏହି ଯୁଦ୍ଧଜାହାଜ ଆତ୍ମନିର୍ଭରଶୀଳ ଭାରତର ଏକ ଉଦାହରଣ । ୮୦% ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ, INS ମାହେ ୱାରଫେୟର - ୱାଟରକ୍ରାଫ୍ଟ ବର୍ଗର ପ୍ରଥମ ଯୁଦ୍ଧଜାହାଜ । ଏହା କୋଚିନ୍ ସିପୟାର୍ଡରେ ନିର୍ମିତ ହୋଇଥିଲା । ଶତ୍ରୁ ବୁଡ଼ାଜାହାଜକୁ ଚିହ୍ନଟ, ନିରୀକ୍ଷଣ ଏବଂ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ଏକକାଳୀନ ଅନେକ ମିଶନ୍ କରିପାରିବ ।