ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌

Published By : Prameya | March 28, 2025 8:30 AM

ଚେନ୍ନାଇ, ୨୮/୦୩: ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି । ଫଳରେ ଆଜି ଦୁଇ ଦଳ ମଧ୍ୟରେ ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ଆଇପିଏଲ୍‌ରେ ପୂର୍ବରୁ ଉଭୟ ଦଳ ୩୩ଥର ସାମ୍ନାସାମ୍ନି ହୋଇଛନ୍ତି । ଏଥିରୁ ସୁପରକିଙ୍ଗ୍‌ସ ୨୧ଟି ଏବଂ ରୟାଲ୍‌  ଚ୍ୟାଲେଞ୍ଜର୍ସ ୧୧ଟି ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ଉଭୟ ଦଳ ୨ଥର ପରସ୍ପରକୁ ଭେଟିଥିଲେ ଏବଂ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । 

ସୁପରକିଙ୍ଗ୍‌ସ ତା’ର ଘରୋଇ ଗ୍ରାଉଣ୍ଡ୍‌  (ଚିପକ୍‌)ରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି । ପୂର୍ବଭଳି ଆଜି ମଧ୍ୟ ଚିପକ୍‌ ଷ୍ଟାଡିୟମ ହଳଦିଆ ଜର୍ସିରେ ପୂରି ଉଠିବ। ପ୍ରଥମ ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ  ୪ ୱିକେଟ୍‌ରେ ହରାଇଥିଲା । ସ୍ପିନର ନୂର ଅହମ୍ମଦ (୪/୧୮) ଘାତକ ବୋଲିଂ କରି  ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜି ମଧ୍ୟ ସ୍ପିନ ବିଭାଗ ରୟାଲ୍‌  ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କୁ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । ଦଳରେ ରବିଚନ୍ଦ୍ରନ ଅଶ୍ୱିନ  ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଦକ୍ଷ ସ୍ପିନର ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ  ରଚିନ ରବିନ୍ଦ୍ର (ଅପରାଜିତ ୬୫) ଓ  ଅଧିନାୟକ ଋତୁରାଜ ଗାଏକୱାଡ (୫୩)  ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମରେ  ଥିବା ପ୍ରମାଣିତ କରିଥିଲେ । ମାତ୍ର ମଧ୍ୟ  ଭାଗ ବ୍ୟାଟର ନିରାଶ କରିଥିଲେ । ରୟାଲ୍‌  ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ମଧ୍ୟ ଭାଗ  ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ଗତ ୨୨ତାରିଖ  ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ  ପରାଜିତ କରିଥିଲା। ଏହି ମ୍ୟାଚ୍‌ରେ  ବିରାଟ କୋହଲି (୫୯), ଫିଲ୍‌ ସଲ୍ଟ  (୫୬) ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ  ଅଧିନାୟକ ରଜତ ପାତିଦାର ଦର୍ଶନୀୟ ସଟ୍‌ମାନ ଖେଳିଥିଲେ । ବୋଲିଂରେ କୃନାଲ  ପାଣ୍ଡ୍ୟା (୩ୱିକେଟ୍‌) ଓ ପେସ୍‌ ବୋଲର  ଜୋସ ହାଜେଲଉଡ୍‌ (୨ୱିକେଟ୍‌) ଘାତକ ସାବ୍ୟସ୍ତ ହୋଇଥିଲେ । 

ଚିପକ୍‌ ପିଚ୍‌  ସ୍ପିନରଙ୍କୁ ସୁହାଉଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜି ମୋହିତ ରାଠୀ ଏବଂ ସ୍ୱପ୍ନିଲ  ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ଆଶା କରାଯାଉଛି । ସେହିପରି ଆହତ ହେବା  ଯୋଗୁ ପ୍ରଥମ ମ୍ୟାଚ୍‌ ଖେଳି ନଥିବା ଅଭିଜ୍ଞ  ପେସ୍‌ ବୋଲର ଭୁବନେଶ୍ୱର କୁମାର  ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । 

ପିଚ୍‌: ଚିପକ୍‌ ଷ୍ଟାଡିୟମର ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ପୂର୍ବ ମ୍ୟାଚ୍‌  (ସୁପରକିଙ୍ଗ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ) ରେ ସ୍ପିନରମାନେ ମୋଟ ୯ଟି ୱିକେଟ୍‌  ଅକ୍ତିଆର କରିଥିଲେ । ଆଜି ମଧ୍ୟ ସ୍ପିନରମାନେ ମ୍ୟାଚ୍‌ ଫଳାଫଳ  ନିର୍ଣ୍ଣୟ କରିବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ୱାଦଶ

ଚେନ୍ନାଇ ସୁପରକିଙ୍ଗ୍‌ସ: ରଚିନ ରବିନ୍ଦ୍ର,  ଋତୁରାଜ ଗାଏକୱାଡ୍‌ (ଅଧିନାୟକ),  ରାହୁଲ ତ୍ରିପାଠୀ, ଦୀପକ ହୁଡ଼ା,  ଶିବମ ଦୁବେ, ସାମ କରନ, ରବୀନ୍ଦ୍ର  ଜାଡେଜା, ମହେନ୍ଦ୍ର ସିଂହ ଧୋନି,  ରବିଚନ୍ଦ୍ରନ ଅଶ୍ୱିନ, ନାଥାନ ଏଲିସ୍‌,  ନୂର ଅହମ୍ମଦ, ଖଲିଲ ଅହମ୍ମଦ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି,  ଫିଲ୍‌ ସଲ୍ଟ, ରଜତ ପାତିଦାର, ଦେବଦତ୍ତ  ପାଡିକଲ/ମୋହିତ ରାଠୀ, ଲାଏମ  ଲିଭିଙ୍ଗଷ୍ଟୋନ୍‌, ଜିତେଶ ଶର୍ମା, ଟିମ୍‌  ଡେଭିଡ୍‌, କୃନାଲ ପାଣ୍ଡ୍ୟା, ରସିଖ ସଲାମ/ ଭୁବନେଶ୍ୱର କୁମାର/ସ୍ୱପ୍ନିଲ ସିଂହ, ଜୋସ  ହାଜେଲଉଡ୍‌, ୟଶ୍‌ ଦୟାଲ, ସୂୟାଶ ଶର୍ମା ।

IPL 2025: ସନରାଇଜର୍ସ ହାଇଦ୍ରାବାଦ ନିରାଶ, ଲକ୍ଷ୍ନୌର ପ୍ରଥମ ବିଜୟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.