ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ

Published By : Prameya | May 25, 2025 9:30 AM

ଅହମ୍ମଦାବାଦ,୨୫/୦୫: ରବିବାର ଅପରାହ୍ଣରେ ଗୁଜରାଟ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ। ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । କିନ୍ତୁ ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ । ଟାଇଟନ୍ସ ଏହି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ସୁପରକିଙ୍ଗ୍‌ସ କେବଳ ସମ୍ମାନ  ବଞ୍ଚାଇବା ପାଇଁ ଜିତିବାକୁ ଲକ୍ଷ୍ୟ ରଖିବ । 

୧୮ ପଏଣ୍ଟ ଅର୍ଜନ କରିସାରିଥିବା ଟାଇଟନ୍ସ ଗତ ୨୨ତାରିଖରେ ଅନୁଷ୍ଠିତ  ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଠାରୁ  ୩୩ ରନ୍‌ରେ ପରାଜିତ ହୋଇଥିଲା । ଏହି  ମ୍ୟାଚ୍‌ ଜିତିଥିଲେ ଟାଇଟନ୍ସର ଶ୍ରେଷ୍ଠ ୨ରେ  ସ୍ଥାନ ନିଶ୍ଚିତ ହୋଇପାରିଥାନ୍ତା । ତଥାପି  ଦଳ ପାଇଁ ଆଉ ଏକ ସୁଯୋଗ ରହିଛି ।  ଆଜି ଜିତିଲେ ଟାଇଟନ୍ସର ପଏଣ୍ଟ  ୨୦ରେ ପହଞ୍ଚିବ । ଫଳ ସ୍ୱରୂପ ଦଳ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିବ । ଦଳର ସମସ୍ତ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ସୁପରକିଙ୍ଗ୍‌ସ ବିପକ୍ଷରେ ବିଜୟ  କଷ୍ଟକର ହେବ ନାହିଁ। 

ସୁପରକିଙ୍ଗ୍‌ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ିଥିଲା ।  ଆଜି ଟାଇଟନ୍ସକୁ ହରାଇଲେ ମଧ୍ୟ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନ ବଜାୟ ରଖିବ । ସୁପରକିଙ୍ଗ୍‌ସ ଫ୍ୟାନ୍‌ମାନେ କେବଳ ଧୋନି ଓ ଦଳରେ ରହିଥିବା ଯୁବ ଖେଳାଳିମାନଙ୍କ ପ୍ରଦର୍ଶନକୁ ଦେଖିବା  ପାଇଁ ଆଶା ରଖିବେ । ଚଳିତ ସିଜନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ  ଦଳ ଆୟୂଷ ମାହତ୍ରେ, ସାଇକ ରସିଦ, ଉର୍ଭିଲ ପଟେଲ, ଡିୱାଲ୍ଡ ବ୍ରେଭିସଙ୍କ ଭଳି ପ୍ରତିଭାବାନ ଯୁବ ତାରକାଙ୍କୁ  ପାଇଛି । ଆଗାମୀ ସିଜନରେ ଏମାନେ  ସୁପରକିଙ୍ଗ୍‌ସକୁ ପୁଣି ଥରେ ଶକ୍ତିଶାଳୀ  ଦଳ ରୂପେ ଗଢ଼ି ତୋଳିବେ । 

ଟାଇଟନ୍ସ ପକ୍ଷରୁ ସାଇ  କିଶୋରଙ୍କ ଉପରେ ନଜର ରହିବ । ଏହି  ବାମ ହାତି ସ୍ପିନର ପୂର୍ବରୁ ୨ଟି ସିଜନ ଧରି  ସୁପରକିଙ୍ଗ୍‌ସ ଦଳର ସଦସ୍ୟ ରହିଥିଲେ  ହେଁ ଖେଳିବାକୁ ସୁଯୋଗ ପାଇ ନଥିଲେ ।  ୨୦୨୩ ସିଜନରୁ ସେ ଟାଇଟନ୍ସ ଦଳର  ସଦସ୍ୟ ରହିଛନ୍ତି । ଚଳିତ ସିଜନରେ ସେ ୧୬ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି ।  ସୁପରକିଙ୍ଗ୍‌ସ ପକ୍ଷରୁ ଡିୱାଲ୍ଡ ବ୍ରେଭିସଙ୍କ  ଉପରେ ନଜର ରହିବ । ସୁପରକିଙ୍ଗ୍‌ସ  ଦଳରେ ଯୋଗ ଦେବା ପରଠୁ ସେ  କେବଳ ବ୍ୟାଟ୍‌ରେ କଥା କହୁଛନ୍ତି ।

ଟାଇଟନ୍ସ ଦଳର ୩ସଦସ୍ୟ ଜୋସ  ବଟଲର, କାଗିସୋ ରାବାଡା ଓ ଗେରାଲ୍ଡ  କୋଏଜି ଶେଷ ମ୍ୟାଚ୍‌ ଖେଳିବେ ।  ରାବାଡା ପୂର୍ବ ମ୍ୟାଚ୍‌ରେ ବ୍ୟୟ ବହୁଳ  ସାବ୍ୟସ୍ତ ହୋଇଥିଲେ । ଆଜି  ତାଙ୍କ ସ୍ଥାନରେ କୋଏଜିଙ୍କୁ ଏକାଦଶରେ  ସୁଯୋଗ ମିଳିପାରେ । ସୁପରକିଙ୍ଗ୍‌ସ ଦଳରେ ମଧ୍ୟ ଏକ ପରିବର୍ତ୍ତନ ଆଶା  କରାଯାଉଛି । ଫର୍ମ ହରାଇଥିବା ଡେଭନ  କନୱେଙ୍କ ବଦଳରେ ସାଇକ ରସିଦଙ୍କୁ  ଏକାଦଶରେ ସୁଯୋଗ ମିଳିପାରେ । 

ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ  ବେଶ୍‌ ଅନୁକୂଳ । ଦିନ ବେଳ ମ୍ୟାଚ୍‌  ଥିବାରୁ ବିଶାଳ ସ୍କୋର ଆଶା କରାଯାଉଛି । ଏଠାରେ ଖେଳାଯାଇଥିବା ୬ଟି ମ୍ୟାଚ୍‌ରୁ  ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ଟି  ମ୍ୟାଚ୍‌ ଜିତିଛନ୍ତି । ତେଣୁ ଟସ ସେଭଳି  ପ୍ରଭାବ ପକାଇବ ନାହିଁ ।

ସମ୍ଭାବ୍ୟ ଦ୍ବାଦଶ

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ  (ଅଧିନାୟକ), ସାଇ ସୁଦର୍ଶନ, ଜୋସ  ବଟଲର, ସେରଫାନ ରଦରଫୋର୍ଡ,  ଶାହରୁଖ ଖାନ, ରାହୁଲ ତେୱାତିଆ,  ଅର୍ସଦ ଖାନ, ରସିଦ ଖାନ, କାଗିସୋ  ରାବାଡା/ଗେରାଲ୍ଡ କୋଏଜି, ସାଇ  କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା । 

ସୁପରକିଙ୍ଗ୍‌ସ: ଆୟୂଷ ମାହତ୍ରେ,  ସାଇକ ରସିଦ/ଡେଭନ କନୱେ, ଉର୍ଭିଲ  ପଟେଲ, ରବିନ୍ଦ୍ର ଜାଡ଼େଜା, ଡିୱାଲ୍ଡ  ବ୍ରେଭିସ, ଶିବମ ଦୁବେ, ଆର ଅଶ୍ୱିନ,  ମହେନ୍ଦ୍ର ସିଂହ ଧୋନି (ଅଧିନାୟକ),  ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ  ଅହମ୍ମଦ, ମଥିଶା ପତିରଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.