ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇପିଏଲ୍‌ ୨୦୨୫: ଆଜି ଷ୍ଟାର୍କ ବନାମ ଟ୍ରାଭିସେକ୍‌ ଯୋଡି, କ୍ୟାପିଟାଲ୍ସ ଫେରିବେ କେଏଲ୍ ରାହୁଲ

Published By : Prameya | March 30, 2025 9:12 AM

ବିଶାଖାପଟ୍ଟନମ୍‌ ୩୦/୦୩: ଆଜି ଆଇପିଏଲ୍‌ର ଦଶମ ଲିଗ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍‌ ବିଶାଖାପଟ୍ଟନମ୍‌ରେ ଗତବର୍ଷର ରନର୍ସ ଅପ୍‌ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏଥିସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ କ୍ୟାପିଟାଲ୍ସ  ପ୍ରୟାସ କରିବ । ଅପରାହ୍ଣରେ ମ୍ୟାଚ୍‌ ରହିଛି । ତେଣୁ ବିସ୍ଫୋରକ ବ୍ୟାଟିଂ ଓ ବିଶାଳ ସ୍କୋର ହେବା  ନିଶ୍ଚିତ । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର  ମିଚେଲ ଷ୍ଟାର୍କ ଓ ସନରାଇଜର୍ସ ଓପନର ଟ୍ରେଭିସ୍‌  ହେଡ୍‌-ଅଭିଷେକ ଶର୍ମା ଯୋଡ଼ିଙ୍କ ମଧ୍ୟରେ ଏକ  ଦମ୍‌ଦାର ଫାଇଟ୍‌ ଦେଖିବାକୁ ମିଳିବ । 

ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଥିଲେ । ସନରାଇଜର୍ସ  ୬୭ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାତ୍ର ଉକ୍ତ ମ୍ୟାଚ୍‌ ଫିରୋଜ ଶାହ କୋଟଲା  (ବର୍ତ୍ତମାନ ଅରୁଣ ଜେଟଲୀ) ଷ୍ଟାଡ଼ିୟମ୍‌ରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୭/୨୬୬ ରନ ସଂଗ୍ରହ କରିଥିଲା । କେବଳ ପାୱାର ପ୍ଲେରେ ହେଡ୍‌ ଓ ଅଭିଷେକ  ଯୋଡ଼ି ରେକର୍ଡ ୧୨୫ ରନ ସଂଗ୍ରହ କରିଥିଲେ ।  ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ  ୧୯୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା ।  

କ୍ୟାପିଟାଲ୍ସ ଉକ୍ତ ପରାଜୟକୁ ଭୁଲି ନାହିଁ ।  ଏଥର ଦଳରେ ବହୁ ପରିବର୍ତ୍ତନ ଘଟିଛି ।  ତଥାପି ବୋଲିଂ ବିଭାଗ ପ୍ରାୟତଃ ସମାନ ରହିଛି । ଗତବର୍ଷ କୁଲଦୀପ ଯାଦବ, ମୁକେଶ କୁମାର  ଓ ଅକ୍ଷର ପଟେଲଙ୍କୁ ଟ୍ରାଭିସେକ୍‌ ଯୋଡି ନିର୍ମମ  ପ୍ରହାର କରିଥିଲେ । ଆଜି ମଧ୍ୟ ଏହି ୩ବୋଲରଙ୍କୁ ସେମାନେ ସାମ୍ନା କରିବେ । 

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ହରାଇଥିଲା । ସନରାଇଜର୍ସ  ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଥିଲେ ହେଁ ସୁପରଜାଏଣ୍ଟ୍‌ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିଲା ।  ଆଜି ସନରାଇଜର୍ସ ପ୍ରଥମ କରି ବାହାର ଗ୍ରାଉଣ୍ଡରେ ଖେଳିବ । ଦଳର ସମସ୍ତ ଖେଳାଳି  ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଏକାଦଶରେ  ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।  

କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବ । ପ୍ରଥମ ମ୍ୟାଚ୍‌ ଖେଳି ନଥିବା କେଏଲ ରାହୁଲ ଏକାଦଶକୁ ଫେରିବେ ଓ ୪ନଂ  ସ୍ଥାନରେ ବ୍ୟାଟିଂ କରିବେ । ତେଣୁ ସମୀର  ରିଜଭୀଙ୍କୁ ଏକାଦଶରୁ ବାଦ ଦିଆଯିବ । ମୁକେଶ  କୁମାର ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିଲେ ।  ସେ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଫିନିଶର ଆଶୁତୋଷ  ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ  ମ୍ୟାଚ୍‌ରେ ସେ ଏକୁଟିଆ ସୁପରଜାଏଣ୍ଟ୍‌ସ ଠାରୁ  ବିଜୟ ଛଡ଼ାଇ ନେଇଥିଲେ । 

ବିଶାଖାପଟ୍ଟନମ୍‌ରେ ବିଶାଳ ସ୍କୋର  ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ପ୍ରଥମ  ମ୍ୟାଚ୍‌ରେ ମଧ୍ୟ ସୁପରଜାଏଣ୍ଟ୍‌ସ ୨୦୯ ରନ ସଂଗ୍ରହ କରିଥିଲା । ପରେ କ୍ୟାପିଟାଲ୍ସ ୨୧୦ ରନ୍‌ର ବିଜୟ  ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା ।  ଦିନ ବେଳା ମ୍ୟାଚ୍‌ ଥିବାରୁ ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଇପାରେ ।

ସମ୍ଭାବ୍ୟ ଦ୍ବାଦଶ

ଦିଲ୍ଲୀ କ୍ୟାପିଟାଲ୍ସ: ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ  ପୋରେଲ, କେଏଲ ରାହୁଲ, ଅକ୍ଷର  ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ,  ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ  ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା,  ମୁକେଶ କୁମାର/ଦର୍ଶନ ନାଲକନ୍ଦେ । 

ସନରାଇଜର୍ସ: ଅଭିଷେକ ଶର୍ମା,  ଟ୍ରେଭିସ ହେଡ୍‌, ଇଶାନ କିଷନ, ନୀତିଶ  କୁମାର ରେଡ୍ଡୀ, ହେନରିକ କ୍ଲାସେନ,  ଅନିକେତ ବର୍ମା, ଅଭିନବ ମନୋହର,  ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ  ପଟେଲ, ମହମ୍ମଦ ସାମି, ସିମରଜୀତ  ସିଂହ, ଆଡାମ ଜାମ୍ପା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.