ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ

Published By : Prameya | April 19, 2025 8:48 AM

ଅହମ୍ମଦାବାଦ,୧୯/୦୪: ଚଳିତ ଆଇପିଏଲ୍‌ର  ୩୫ତମ ଲିଗ୍‌ ମୁକାବିଲାରେ ଗୁଜରାଟ ଟାଇଟନ୍ସ  ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅପରାହ୍ଣରେ ଖେଳାଯିବ ଏହି ମ୍ୟାଚ୍‌ ।  ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରି ରହିଛନ୍ତି । ତେଣୁ ଶୀର୍ଷ ସ୍ଥାନ ପାଇଁ ଉଭୟ ଦଳ ମଧ୍ୟରେ ଜୋରଦାର ସଂଘର୍ଷ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚ୍‌ରୁ ୫ବିଜୟ ସହ ମୋଟ୍‌  ୧୦ ପଏଣ୍ଟ ହାସଲ କରିଥିବାବେଳେ ଟାଇଟନ୍ସ ୬ଟି  ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ସହ ଦ୍ୱିତୀୟରେ  ରହିଛି । 

ଆଜି ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟ  ହାସଲ କଲେ ଟାଇଟନ୍ସ ଶୀର୍ଷକୁ ଉଠିପାରିବ । କ୍ୟାପିଟାଲ୍ସ ଜିତିଲେ ପ୍ଲେ-ଅଫ୍‌ର ନିକଟତର ହେବ । ପୂର୍ବ ରେକର୍ଡ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରେ ରହିଛି । ଉଭୟ ଦଳ ୫ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚ୍‌ ଜିତିଛି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା ଓ ଦିଲ୍ଲୀ  କ୍ୟାପିଟାଲ୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ଚଳିତ ବର୍ଷର  ପ୍ରଦର୍ଶନକୁ ଦେଖିଲେ ଏହି ମ୍ୟାଚ୍‌ର ପୂର୍ବାନୁମାନ  କରିବା କଷ୍ଟକର । ଅକ୍ଷର ପଟେଲଙ୍କ ନେତୃତ୍ୱରେ  ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି । କରୁଣ  ନାଏର ଓ କେଏଲ ରାହୁଲଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ  ସୁଦୃଢ଼ କରିଛି । ବୋଲିଂ ବିଭାଗରେ ମଧ୍ୟ ବେଶ୍‌  ବିଭିନ୍ନତା ରହିଛି । ବିଶେଷ କରି ମଧ୍ୟ ଓଭର ଗୁଡ଼ିକରେ  କୁଲଦୀପ ଯାଦବ ଶୃଙ୍ଖଳିତ ବୋଲିଂ କରୁଥିବାରୁ ଏହା  ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । 

ଟାଇଟନ୍ସର ବ୍ୟାଟିଂ ବିଭାଗ ମୁଖ୍ୟତଃ ଉପର ୩  ବ୍ୟାଟର ଶୁଭମନ ଗିଲ୍‌, ସାଇ ସୁଦର୍ଶନ ଓ ଜୋସ  ବଟଲରଙ୍କ ଉପରେ ନିର୍ଭର କରୁଛି । ମଧ୍ୟକ୍ରମ  ବ୍ୟାଟିଂ ବିଭାଗରେ ନିୟମିତ ଭାବେ ପରୀକ୍ଷା ନିରୀକ୍ଷା  ଚାଲିଛି । କିନ୍ତୁ ଶୃଙ୍ଖଳିତ ପେସ୍‌ ବୋଲିଂ ବିଭାଗ ଯୋଗୁଁ  ଟାଇଟନ୍ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି ।

 ଆଜି ପେସ୍‌ ବୋଲର ମୋହିତ ଶର୍ମାଙ୍କ ଉପରେ ନଜର ରହିବ । ଭେଟେରାନ ମୋହିତ ୨୦୨୨ରୁ ୨୦୨୪  ସିଜନ ପର୍ଯ୍ୟନ୍ତ ଟାଇଟନ୍ସ ପକ୍ଷରୁ ଖେଳିଥିଲେ । ୨୦୨୩  ସିଜନରେ ସେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ୱିକେଟ୍‌  ହାସଲକାରୀ ବୋଲର ସାବ୍ୟସ୍ତ ହୋଇଥିଲେ । ଆଜି ସେ ନିଜ ପୂର୍ବ ଦଳ ବିପକ୍ଷରେ ଖେଳିବାକୁ ଯାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶରେ ପରିବର୍ତ୍ତନ କରିବାର  ସେଭଳି ସମ୍ଭାବନା ନାହିଁ । କେବଳ ଜେକ ଫ୍ରେଜର-ମ୍ୟାକଗର୍କଙ୍କ ସ୍ଥାନରେ ଫାଫ ଡୁ ପ୍ଲେସି ଖେଳିପାରନ୍ତି ।  

ଟାଇଟନ୍ସ ଦଳ ମଧ୍ୟ ଅପରିବର୍ତ୍ତିତ ରହିବା ଏକ ପ୍ରକାର  ନିଶ୍ଚିତ । ଆହତ ହୋଇ ବାଦ ପଡ଼ିଥିବା ଗ୍ଲେନ ଫିଲିପ୍ସଙ୍କ  ସ୍ଥାନରେ ଡାସୁନ ସଣକା ଦଳରେ ଯୋଗ ଦେଇ ଅଭ୍ୟାସ  କରୁଥିଲେ ହେଁ ଆସନ୍ତାକାଲି ଖେଳିବେ ନାହିଁ । ମୋଟ  ଉପରେ କହିବାକୁ ଗଲେ ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ ଅସଲ ଲଢ଼େଇ ଦେଖିବାକୁ ମିଳିବ । ଟାଇଟନ୍ସ  ଦଳରେ ରସିଦ ଖାନ, ସାଇ କିଶୋର ଓ ୱାସିଂଟନ ସୁନ୍ଦର ରହିଛନ୍ତି । ସେହିପରି ଅକ୍ଷର, କୁଲଦୀପ ଓ ବିପ୍ରଜ  ନିଗମ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ ବିଭାଗ ସମ୍ଭାଳୁଛନ୍ତି । ମୋଟେରା ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ।

ଆଜି କଳା ମାଟିରେ ପ୍ରସ୍ତୁତ  ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ତେଣୁ ସ୍ପିନରମାନେ  ପିଚ୍‌ର ଭରପୂର ଫାଇଦା ଉଠାଇ ପାରିବେ । ଅପରାହ୍ଣରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ୍‌ର  ସେଭଳି ଭୂମିକା ରହିବ ନାହିଁ । ତଥାପି ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

-: ସମ୍ଭାବ୍ୟ ଦ୍ବାଦଶ:-

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌ (ଅଧିନାୟକ),  ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ  ରଦରଫୋର୍ଡ, ଶାହରୁଖ ଖାନ, ୱାସିଂଟନ ସୁନ୍ଦର,  ରାହୁଲ ତେୱାତିଆ, ରସିଦ ଖାନ, ଅର୍ସଦ ଖାନ,  ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା । 

ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ ଡୁ ପ୍ଲେସି/ଜେକ  ଫ୍ରେଜର-ମ୍ୟାକଗର୍କ, ଅଭିଷେକ ପୋରେଲ,  କରୁଣ ନାଏର, କେଏଲ ରାହୁଲ, ଅକ୍ଷର  ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ  ଶର୍ମା, ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ  ଯାଦବ, ମୋହିତ ଶର୍ମା, ମୁକେଶ କୁମାର ।

IPL-2025: ବେଙ୍ଗାଲୁରୁକୁ ୫ ୱିକେଟରେ ହରାଇଲା ପଞ୍ଜାବ; ନେହାଲଙ୍କ ଶାଣିତ ପ୍ରଦର୍ଶନ, ୧୯ ବଲ୍‌ରେ ହାସଲ କଲେ ୩୩ ରନ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.