ପ୍ରମୂଖ ଖବର
  • କନ୍ଧମାଳ : ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ବାପା
  • ||
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ

Published By : Prameya | May 19, 2025 11:23 AM

ଲକ୍ଷ୍ନୌ ୧୯/୦୫: ଆଇପିଏଲ୍‌ର ୬୧ତମ ଲିଗ୍‌ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ  ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।  ସନ୍‌ରାଇଜର୍ସ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି । ତେଣୁ  ଦଳ କେବଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେବ । ମାତ୍ର ସୁପରଜାଏଣ୍ଟ୍‌ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’  ସଦୃଶ ରହିଛି । ସନ୍‌ରାଇଜର୍ସଠୁ ହାରିଲେ ଦଳର ପ୍ଲେ-ଅଫ୍‌ ଆଶା ଧୂଳିସାତ୍‌ ହୋଇଯିବ । ଫଳରେ ଆଜି ସୁପରଜାଏଣ୍ଟ୍‌ସ  ବିଜୟ ପାଇଁ ସବୁ ଶକ୍ତି ଖଟାଇବ । 

ସୁପରଜାଏଣ୍ଟ୍‌ସ ୧୧ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ସହ ସପ୍ତମ  ସ୍ଥାନରେ ରହିଛି । ଦଳର ଆଉ ୩ଟି ମ୍ୟାଚ୍‌ ବାକି ଅଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସବୁ ମ୍ୟାଚ୍‌ ଜିତିବାକୁ ପଡ଼ିବ । ଶେଷ  ୩ଟି ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ଦଳର  ଭାଗ୍ୟ ନିର୍ଭର କରିବ । ଅନ୍ୟ ପଟରେ ସନ୍‌ରାଇଜର୍ସ ୧୧ଟି ମ୍ୟାଚ୍‌ରୁ  ୭ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି । 

ଷ୍ଟାର୍‌ ବ୍ୟାଟର ଓ ବୋଲିଂ ବିଭାଗର ନୈରାଶ୍ୟଜନକ  ପ୍ରଦର୍ଶନ ପାଇଁ ସୁପରଜାଏଣ୍ଟ୍‌ସ ବିଦାୟ ଦ୍ୱାରରେ ରହିଛି ।  ଅଧିନାୟକ ରିଷଭ ପନ୍ତ ଓ ଡେଭିଡ୍‌ ମିଲର ସଂଘର୍ଷ କରୁଛନ୍ତି । ଆଜି ଉଭୟଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ନଚେତ  ଦଳର ଆଶା ଧୂଳିସାତ୍‌ ହୋଇଯିବ । ଯୁବ ବ୍ୟାଟର ଆୟୂଷ  ବାଦୋନି ଓ ଅବଦୁଲ ସମଦ ସନ୍‌ରାଇଜର୍ସ ବୋଲିଂ ବିଭାଗ  ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରନ୍ତି । ପେସ୍‌ ବୋଲର ମୟଙ୍କ ଯାଦବ  ଆହତ ହୋଇ ବାଦ୍‌ ପଡ଼ିଛନ୍ତି । 

ସନ୍‌ରାଇଜର୍ସକୁ ହରାଇବାକୁ  ହେଲେ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ସନ୍‌ରାଇଜର୍ସ ଦୁର୍ଦ୍ଧର୍ଷ ବ୍ୟାଟିଂକୁ  ଗୁରୁତ୍ୱ ଦେଇ ବିଫଳ ହୋଇଛି । ଆଜି ଟ୍ରେଭିସ୍‌ ହେଡ୍‌  ଖେଳିବେନି । ସେ କରୋନା ଭାଇରସ୍‌ରେ  ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।  ଫଳରେ ଅଭିଷେକ ଶର୍ମାଙ୍କ ସହ  ଈଶାନ କିଷନ ଓପନ କରିବେ । ସଚିନ ବେବି କିମ୍ବା ହର୍ଷ ଦୁବେ ୩ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା ରହିଛି । ଆଜି ଅଭିଷେକଙ୍କ ସମେତ ପେସ୍‌ ବୋଲର ପ୍ୟାଟ କମିନ୍ସଙ୍କ ଉପରେ ସମସ୍ତଙ୍କ ନଜର  ରହିବ । ଏକାନ୍ନା ଷ୍ଟାଡିୟମର ପିଚ୍‌ ବ୍ୟାଟରଙ୍କୁ ସୁହାଉଛି ।  ଆଜି ମଧ୍ୟ ବଡ଼ ସ୍କୋର ହେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ବାଦଶ

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ,  ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି,  ଡେଭିଡ୍‌ ମିଲର, ଅବଦୁଲ ସମଦ, ରବି ବିଷ୍ଣୋଇ, ସର୍ଦୁଲ ଠାକୁର,  ଦିଗବେଶ ରାଠି, ପ୍ରିନ୍ସ ଯାଦବ, ଅଭେଶ ଖାନ । 

ସନ୍‌ରାଇଜର୍ସ: ଈଶାନ କିଷନ, ଅଭିଷେକ ଶର୍ମା, ସଚିନ ବେବି/ ହର୍ଷ ଦୁବେ, ହେନରିକ କ୍ଲାସେନ, ନୀତିଶ ରେଡ୍ଡୀ, ଅନିକେତ  ବର୍ମା, କାମିଣ୍ଡୁ ମେଣ୍ଡିସ, ପ୍ୟାଟ କମିନ୍ସ (ଅଧିନାୟକ), ଜୟଦେବ  ଉନାକାତ, ହର୍ଷଲ ପଟେଲ, ମହମ୍ମଦ ସାମି, ଜୀଶାନ ଅନସାରୀ ।

IPL 2025 : ପ୍ଲେ ଅଫ୍‌ରେ ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ, ଶେଷ ସ୍ଥାନ ପାଇଁ ଦୌଡ଼ରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.