ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

IPL 2025 : ପ୍ଲେ ଅଫ୍‌ରେ ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ, ଶେଷ ସ୍ଥାନ ପାଇଁ ଦୌଡ଼ରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ

Published By : Manoj | May 19, 2025 9:26 AM

ନୂଆଦିଲ୍ଲୀ,୧୯/୦୫: ରବିବାର ସୁଦ୍ଧା ଚଳିତ ଆଇପିଏଲରେ ୩ଟି ଦଳର ପ୍ଲେ ଅଫ୍‌ ଖେଳିବା ଚୂଡ଼ାନ୍ତ ହୋଇଯାଇଛି । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିଥିବା  ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍‌ସ ଏହି  ସୌଭାଗ୍ୟ ପାଇଛନ୍ତି ।  

ପ୍ରଥମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଥିଲା ।  ୧୦ ରନ୍‌ରେ ପଞ୍ଜାବ ବିଜୟୀ ହୋଇ ୧୭ ପଏଣ୍ଟ ପାଇଥିଲା । ଦଳ ଏ ପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌  ଖେଳିଛି । ସେଥିରୁ ୮ଟି ବିଜୟୀ ( ୩ଟି ପରାଜୟ  ଓ ଗୋଟିଏ ଫଳାଫଳ ଶୂନ୍ୟ) ହୋଇ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । 

ଦ୍ୱିତୀୟ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅତି ଚମତ୍କାର ବ୍ୟାଟିଂ କରି ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା । ସାଇ ସୁଦର୍ଶନ ଶତକ ଏବଂ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇଥିଲେ ।  ଯଦିଓ ଲୋକେଶ ରାହୁଲଙ୍କ ଶତକ ବଳରେ  ଦିଲ୍ଲୀ କ୍ୟାପିଟାଲ୍ସ ୧୯୯ ରନ୍‌ କରିପାରିଥିଲା । ମାତ୍ର ଗୁଜରାଟର ଦୁଇ ଯୁବ ଓପନର ଦିଲ୍ଲୀକୁ  କୌଣସି ସୁଯୋଗ ଦେଇ ନଥିଲେ । ସିଜନରେ  ୧୨ଟି ମ୍ୟାଚ୍‌ରୁ ଟାଇଟନ୍ସ ୯ଟି ଜିତି ୧୮ ପଏଣ୍ଟ  ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସିଜନରେ  ୧୨ଟିରୁ ୮ଟି ବିଜୟ, ୩ ପରାଜୟ ଓ ଗୋଟିଏ  ଫଳାଫଳ ଶୂନ୍ୟ ସହ ୧୭ ପଏଣ୍ଟ ପାଇ ଟେବୁଲରେ  ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଚତୁର୍ଥ ଦଳ ଭାବେ କିଏ ପ୍ଲେ ଅଫ୍‌ରେ ପ୍ରବେଶ କରିବ ତାହା  ଉପରେ ସମସ୍ତଙ୍କ ନଜର । ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ  ମଧ୍ୟରେ ଏହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ ।  

ତେବେ ୧୪ ରାଉଣ୍ଡ ଖେଳ ଶେଷ ହେବା ପରେ ପଏଣ୍ଟ ଟେବୁଲରେ ଶ୍ରେଷ୍ଠ ୪ ଦଳ ମଧ୍ୟରେ  କିଏ କେଉଁ ସ୍ଥାନରେ ରହିବେ ତାହା ସ୍ପଷ୍ଟ ହେବ।  ଯଦିଓ ୩ ଦଳ ପ୍ଲେ ଅଫ୍‌ରେ ପହଞ୍ଚି ସାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.