ମୁଲନପୁର,୨୦/୦୪: ଚଳିତ ଆଇପିଏଲ୍‌ର  ୩୭ତମ ଲିଗ୍‌ ମୁକାବିଲାରେ ପଞ୍ଜାବ  କିଙ୍ଗ୍‌ସ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ମାତ୍ର ୩୯ ଘଣ୍ଟା ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗୁରୁବାର ଦିନ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ  ସାମ୍ନା ସାମ୍ନି ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌  ବହୁ ବିଳମ୍ବରେ ଶେଷ ହୋଇଥିଲା । ପଞ୍ଜାବ କିଙ୍ଗ୍‌ସ ୫  ୱିକେଟ୍‌ରେ ବିଜୟ ହାସଲ କରିଥିଲା । ମଝିରେ ବେଙ୍ଗାଲୁରୁରୁ ମୋହାଲି ପର୍ଯ୍ୟନ୍ତ ୩ଘଣ୍ଟିଆ  ଯାତ୍ରା ଯନ୍ତ୍ରଣା ପରେ ଉଭୟ ଦଳ ବିଶ୍ରାମକୁ ପ୍ରାଥମିକତା ଦେଇଛନ୍ତି । ଆଜି ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଯାହା  ଅଭ୍ୟାସ କରିବେ ।  

ପଞ୍ଜାବ କିଙ୍ଗ୍‌ସ ପଏଣ୍ଟ ତାଲିକାରେ ରୟାଲ୍‌  ଚ୍ୟାଲେଞ୍ଜର୍ସ ଠାରୁ ଉପରେ ରହିଛି । ଆଜି ବିଜୟ ସହ ପଞ୍ଜାବ କିଙ୍ଗ୍‌ସକୁ ପଛରେ ପକାଇବାକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ । ଦଳର ସବୁ ଖେଳାଳି ଫିଟ୍‌  ଓ ଫର୍ମରେ ରହିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ପରାଜୟ  ମଧ୍ୟ ସେଭଳି ପ୍ରଭାବ ପକାଇ ନାହିଁ । କେବଳ ଛୋଟ  ମୋଟ ତ୍ରୁଟିକୁ ସୁଧାରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ  ହାସଲ କରିପାରିବ । ଅବଶ୍ୟ ଏହା ପୂର୍ବରୁ ପିଚ୍‌ ଓ  ବାଉଣ୍ଡାରୀ ଉପରେ ଦଳକୁ ଧ୍ୟାନ ରଖିବାକୁ ହେବ । ରୟାଲ୍‌  ଚ୍ୟାଲେଞ୍ଜର୍ସ ପୂର୍ବରୁ ମଧ୍ୟ ଏହି ଗ୍ରାଉଣ୍ଡ୍‌ରେ ଖେଳି ନାହିଁ । ଶନିବାର ମଧ୍ୟ ପିଚ୍‌ ପରଖିବାକୁ ଦଳ ସମୟ ପାଇନାହିଁ । 

IPL-2025: ରାଜସ୍ଥାନକୁ ୨ ରନରେ ହରାଇଲା ଲକ୍ଷ୍ନୋ; ଆବେଶ ଖାନଙ୍କ ଶେଷ ଓଭରରେ କରିଲେ ୯ ରନର ଡିଫେଣ୍ଡିଂ

ପଞ୍ଜାବ କିଙ୍ଗ୍‌ସ ଗତ ୧୫ ତାରିଖରେ କୋଲକାତା ନାଇଟ୍‌ ରାଇଡର୍ସକୁ ଏହି ଗ୍ରାଉଣ୍ଡରେ ହରାଇଥିଲା ।  ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୧ ରନ୍‌ କରିବା ପରେ  ମଧ୍ୟ ନାଇଟ ରାଇଡର୍ସକୁ ମାତ୍ର ୯୫ ରନ୍‌ରେ ଅଲ୍‌ଆଉଟ୍‌  କରିଦେଇଥିଲା । ତେଣୁ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ପିଚ୍‌ ଓ ପଞ୍ଜାବ କିଙ୍ଗ୍‌ସର ବୋଲିଂ ବାହିନୀ ପ୍ରତି ସତର୍କ ରହିବାକୁ  ପଡ଼ିବ । 

ମୁଲନପୁର ପିସିଏ ଗ୍ରାଉଣ୍ଡ୍‌ର ପିଚ୍‌ ପେସ୍‌  ବୋଲରଙ୍କୁ ସହାୟତା କରିବ । ବ୍ୟାଟରମାନେ ମଧ୍ୟ  ଭରପୁର ଫାଇଦା ଉଠାଇ ପାରିବେ । ରାତ୍ରିରେ କାକର  ପ୍ରଭାବ ରହିବ ନାହିଁ । ତେଣୁ ଟସ୍‌ ସେଭଳି ଭୂମିକା  ଗ୍ରହଣ କରିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

-:ସମ୍ଭାବ୍ୟ ଦ୍ୱାଦଶ:-

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ ସିଂହ, ପ୍ରିୟାଂଶ  ଆର୍ଯ୍ୟ, ଶ୍ରେୟାସ ଆୟର (ଅଧିନାୟକ), ଜୋସ  ଇଂଲିଶ/ଗ୍ଲେନ ମ୍ୟାକ୍ସୱେଲ୍‌, ନେହାଲ ୱଧେରା,  ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌, ହରପ୍ରୀତ ବ୍ରାର,  ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍‌, ଅର୍ଶଦୀପ  ସିଂହ, ୟୁଝବେନ୍ଦ୍ର ଚହଲ। 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ  କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର  (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ରୋମାରିଓ  ସେପର୍ଡ, ଜିତେଶ ଶର୍ମା, ଟିମ ଡେଭିଡ୍‌,  କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ  ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା ।

ଅନଲାଇନ ଗେମରେ ଲାଗିଲା ଜ୍ୟାକପଟ୍‌, ମୋବାଇଲ୍‌ ଦୋକାନୀରୁ କୋଟିପତି ବନିଗଲେ କାକଟପୁରର ଯୁବକ