ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

IPL 2025: ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଗୁଜରାଟ ଟାଇଟନ୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

Published By : Prameya | April 6, 2025 11:02 AM

ହାଇଦ୍ରାବାଦ,୦୬/୦୪: ଆଇପିଏଲ୍‌ର ୧୯ତମ ଲିଗ୍‌ ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ । କ୍ରମାନ୍ୱୟରେ ୩ଟି ମ୍ୟାଚ ହାରି ସାରିଥିବା ସନରାଇଜର୍ସ ବିଜୟ ଧାରାକୁ ଫେରିବାକୁ ବଦ୍ଧ ପରିକର । ଟାଇଟନ୍ସ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ଗତ ସିଜନରେ ବିସ୍ଫୋରକ ବ୍ୟାଟିଂ କରି ସବୁ ଦଳଙ୍କ ନିଦ ହଜାଇ ଦେଇଥିବା ସନରାଇଜର୍ସ ଚଳିତ ସିଜନରେ ୩୦୦ ରନ୍‌ ଆଶାରେ ଲକ୍ଷ୍ୟ ଚ୍ୟୁତ ହୋଇଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୨୮୬ ରନ  କରିବା ପରଠୁ ଦଳ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛି । କ୍ରମାଗତ ୩ଟି ମ୍ୟାଚ୍‌ରେ  ଦଳ ପରାଜିତ ହୋଇଛି । ସମ୍ପୂର୍ଣ୍ଣ ବ୍ୟାଟିଂ ବିଭାଗ ବେପରବାୟ ସଟ୍‌ ଖେଳିବାରେ ମସଗୁଲ୍‌ ଅଛନ୍ତି । ତେଣୁ ବିଜୟ ଧାରାକୁ ଫେରିବାକୁ ହେଲେ ପ୍ରଥମେ ବ୍ୟାଟିଂ ବିଭାଗର ସବୁ ତ୍ରୁଟି ସୁଧାରିବାକୁ ହେବ । 

ଟାଇଟନ୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହେବା ପରେ ପରବର୍ତ୍ତୀ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା । ଦଳର ବ୍ୟାଟିଂ ବିଭାଗ ସେଭଳି ଶକ୍ତିଶାଳୀ ନଥିବା ସତ୍ତେ୍ୱ ଟାଇଟନ୍ସ ସୀମିତ ଶକ୍ତିର ସଦୁପଯୋଗ କରିବାରେ  ସଫଳ ହୋଇଛି । ମଧ୍ୟ କ୍ରମରେ ସେରଫାନ  ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆଙ୍କ ଭଳି ଅନଭିଜ୍ଞ ବ୍ୟାଟର  ରହିଛନ୍ତି । କେବଳ ଓପନର ଭାଗରେ ସାଇ ସୁଦର୍ଶନ ଓ ଜୋସ ବଟଲରଙ୍କ ପ୍ରଦର୍ଶନ ବଳରେ ଟାଇଟନ୍ସ ୨ଟି ମ୍ୟାଚ୍‌ ଜିତିଛି । 

ଆଜି ସନରାଇଜର୍ସ ବ୍ୟାଟର ଓ ଟାଇଟନ୍ସର ପେସ ବାହିନୀ ମଧ୍ୟରେ ଅସଲ ଲଢ଼େଇ ହେବ । ଟ୍ରେଭିସ୍‌ ହେଡ୍‌, ଅଭିଷେକ  ଶର୍ମା, ଇଶାନ କିଷନ, ହେନରିକ୍‌ କ୍ଲାସେନଙ୍କ  ଭଳି ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବା ପାଇଁ ଟାଇଟନ୍ସର ପେସ୍‌ ବାହିନୀ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମା ପ୍ରସ୍ତୁତ  ରହିଛନ୍ତି । ଅଲ୍‌ରାଉଣ୍ଡର ଭାବେ ଗ୍ଲେନ  ଫିଲିପ୍ସ ଆଜି ଏକାଦଶକୁ ଫେରିବାର ସମ୍ଭାବନା ରହିଛି । 

ଗତ ସିଜନରେ ସେ ସନରାଇଜର୍ସ ଦଳର ସଦସ୍ୟ ରହିଥିଲେ । ଉପଲ ଷ୍ଟାଡ଼ିୟମ୍‌ର ପିଚ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ । ଏହି ଗ୍ରାଉଣ୍ଡ୍‌ରେ ଆଜି ବିଶାଳ ସ୍କୋର ସଂଗୃହୀତ  ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାତ୍ରିରେ ମ୍ୟାଚ୍‌ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ସନରାଇଜର୍ସ: ଟ୍ରେଭିସ୍‌ ହେଡ୍‌,  ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ  କୁମାର ରେଡ୍ଡୀ, କାମିଣ୍ଡୁ ମେଣ୍ଡିସ,  ହେନରିକ୍‌ କ୍ଲାସେନ, ଅନିକେତ ବର୍ମା,  ପ୍ୟାଟ କମିନ୍ସ (ଅଧିନାୟକ), ହର୍ଷଲ  ପଟେଲ, ଜୟଦେବ ଉନାକାତ, ମହମ୍ମଦ  ସାମି, ଜୀସନ ଅନସାରୀ ।  

ଗୁଜରାଟ ଟାଇଟନ୍ସ: ସାଇ ସୁଦର୍ଶନ,  ଶୁଭମନ ଗିଲ (ଅଧିନାୟକ), ଜୋସ  ବଟଲର, ସେରଫାନ ରଦରଫୋର୍ଡ,  ଶାହରୁଖ ଖାନ, ରାହୁଲ ତେୱାତିଆ,  ଗ୍ଲେନ ଫିଲିପ୍ସ/ଅର୍ସଦ ଖାନ, ରସିଦ ଖାନ,  ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ  କ୍ରିଷ୍ଣା, ଈଶାନ୍ତ ଶର୍ମା ।

RR vs PBKS: ଅଟକିଲା ପଞ୍ଜାବ କିଙ୍ଗସ୍ ର ବିଜୟ ରଥ, ୫୦ ରନ୍ ରେ ଜିତିଲା ରାଜସ୍ଥାନ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.