ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ଯିବେ

Published By : Prameya | March 24, 2025 2:03 PM

ଭୁବନେଶ୍ୱର ୨୪/୦୩: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ବାୟୁସେନାର ସ୍ବତନ୍ତ୍ର ବିମାନ। ଏୟାର ପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ବରିଷ୍ଠ ନେତା। ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦି କ୍ଷେତ୍ର  ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଆସି  ଶ୍ରୀନୀଳମାଧବଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତି  ଭାରତୀୟ ବାୟୁସେନାର ହେଲିକପ୍ଟରରେ  କଣ୍ଟିଲୋ ପଲଟନ ପଡ଼ିଆରେ ଅପରାହ୍ନ ୨ଟା ୧୦ମିନିଟ୍‌ରେ ଅବତରଣ କରିବେ । ୨ଟା ୨୦ରେ ପଲଟନ ପଡ଼ିଆରୁ ସଡ଼କପଥରେ ପୂର୍ତ୍ତ ବିଭାଗ  ଡାକବଙ୍ଗଳା ଯାଇ ସେଠାରେ ଅବସ୍ଥାନ କରିବେ । ପରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ ନିମନ୍ତେ କଣ୍ଟିଲୋ ବଜାର ଅଞ୍ଚଳ ଦେଇ ପଶ୍ଚିମ ଦ୍ୱାରଠାରୁ ନବନିର୍ମିତ ଲିଫ୍ଟ ଏବଂ ସ୍କାଏ ବ୍ରିଜରେ ମନ୍ଦିରକୁ ଯିବେ । ପଶ୍ଚିମ ଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ  ନୀଳମାଧବ ପୂଜକ ସମାଜ ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ହୃଷୀକେଶ ମିଶ୍ର, ନିହାର ରଞ୍ଜନ ମିଶ୍ର, ସୀମାଞ୍ଚଳ ମିଶ୍ର, ମନୋରଞ୍ଜନ  ମିଶ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବେ ।  

ପଶ୍ଚିମ ଦ୍ୱାର ପ୍ରବେଶ କରିବା ପରେ ପୂଜକ ସମାଜ ସଭାପତି, ସମ୍ପାଦକ ରାଷ୍ଟ୍ରପତିଙ୍କୁ  ମନ୍ଦିର ପରିସରରେ ଥିବା ସାକ୍ଷୀଗୋପୀନାଥ,  ମା’ ମହାଲକ୍ଷ୍ମୀ, ପାଦପଦ୍ମ, ଜଗନ୍ନାଥଙ୍କୁ ଦର୍ଶନ  କରାଇବେ । ପରେ ରାଷ୍ଟ୍ରପତି ମନ୍ଦିର ଗର୍ଭଗୃହକୁ  ଯାଇ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ  କରିବା ସହ ପୂଜାର୍ଚ୍ଚନା କରିବେ । ଏହା ପରେ  ଫଟୋ ସେସନ୍‌ ହେବ । ପରେ ରାଷ୍ଟ୍ରପତି ମା’  ବିମଳାଙ୍କୁ ଦର୍ଶନ କରି ସେଠାରୁ ସଡ଼କପଥରେ  ଶ୍ରୀଜଗନ୍ନାଥଙ୍କ ଆଦ୍ୟ ପୂଜକ ଶବର ରାଜା ବିଶ୍ୱାବସୁ ଓ ଲଳିତାଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀ  ଗ୍ରାମକୁ ଯିବେ । ସେଠାରେ ଭାରତୀୟ ବିଶ୍ୱାବସୁ  ଶବର ସମାଜର ପ୍ରତିଷ୍ଠା ଦିବସ ଉପଲକ୍ଷେ  ଆୟୋଜିତ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ  ଯୋଗ ଦେବେ । ଏହା ପରେ ଶବର ସମାଜର ଏକ ସଭାରେ ସମ୍ବୋଧିତ କରିବେ । ସଭା କାର୍ଯ୍ୟ  ପରେ ରାଷ୍ଟ୍ରପତି କଣ୍ଟିଲୋ ଆସି ହେଲିକପ୍ଟର  ଯୋଗେ ସେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ଭୁବନେଶ୍ୱରକୁ  ଫେରିବେ । ଏଥିପାଇଁ ସନ୍ଧ୍ୟା ୫ଟା ୨୫ ମିନିଟ୍‌ରୁ  ସନ୍ଧ୍ୟା ୬ଟା ୫ ମିନିଟ୍‌ ଯାଏଁ ବିମାନବନ୍ଦରରୁ ରାଜଭବନ ରାସ୍ତାକୁ ବନ୍ଦ ରଖାଯିବ । ରାଷ୍ଟ୍ରପତି  ରାଜଭବନରେ ରାତ୍ରିଯାପନ କରିବେ। 

ଆସନ୍ତା  ୨୫ ତାରିଖ ସକାଳେ ୯ଟା ୧୦ ମିନିଟ୍‌ରେ ସେ  ରାଜଭବନରୁ ବିମାନବନ୍ଦର ଅଭିମୁଖେ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୩ ଜଣ ଡିସିପି, ୩ଜଣ ଅତିରିକ୍ତ ଡିସିପି, ୧୪ ଏସିପି, ୨୮  ଇନ୍ସପେକ୍ଟର, ୧୧୦ ଏସ୍‌ଆଇ/ଏଏସ୍‌ଆଇ  ମୁତୟନ କରାଯାଇଛି । ବିମାନବନ୍ଦର ଓ ରାଜଭବନକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା  କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା  ବେଳେ ଏୟାରପୋର୍ଟ ଟ୍ରାଫିକ୍‌, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଗୋଲେଇ  ରାସ୍ତାରେ ରୁଟ୍‌ ଲାଇନିଂକୁ ଗୁରୁତ୍ୱ ଦିଆଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.