ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଭାରତୀୟ ରେଳବାଇ: ବିକାଶ ଓ ଦୀର୍ଘସ୍ଥାୟିତ୍ୱର ସମନ୍ୱୟ

Published By : Prameya | June 5, 2025 2:39 PM

ଭାରତ ତୈଳ ଆମଦାନୀ କରିଥାଏ ।  ତେଣୁ ଆମ ପରିବହନ କ୍ଷେତ୍ରକୁ  ବିଦ୍ୟୁତୀକରଣ କରିବା ରଣନୀତିକ  ଦୃଷ୍ଟିରୁ ଯୁକ୍ତିଯୁକ୍ତ, ଯାହାଦ୍ୱାରା ଆମଦାନୀ  ଉପରେ ଆମର ନିର୍ଭରଶୀଳତା ହ୍ରାସ  ପାଇବ । ୨୦୧୪ ପୂର୍ବରୁ ୬୦ବର୍ଷ  ମଧ୍ୟରେ ଭାରତୀୟ ରେଳବାଇ ୨୧,୦୦୦  କିଲୋମିଟର ରେଳପଥର ବିଦ୍ୟୁତୀକରଣ  କରିଥିଲା । ଆହୁରି ଗତ ୧୧ବର୍ଷ  ମଧ୍ୟରେ ଆମେ ୪୭,୦୦୦ କିଲୋମିଟର  ବିଦ୍ୟୁତୀକରଣ କରିଛୁ । ଆଜି ଆମର  ବ୍ରଡଗେଜ ନେଟୱର୍କର ୯୯ ପ୍ରତିଶତ  ବିଦ୍ୟୁତୀକରଣ ହୋଇଛି ।

ଅନ୍ୟ କୌଣସି ପରିବହନ ମାଧ୍ୟମକୁ ବାଛିବା  ପରିବର୍ତ୍ତେ ଆପଣ ଯେତେବେଳେ ଟ୍ରେନରେ  ଯାତ୍ରା କରିବାକୁ ପସନ୍ଦ କରନ୍ତି, ଆପଣ କେବଳ ଆରାମ  କିମ୍ବା ସୁବିଧାକୁ ବାଛନ୍ତି ନାହିଁ, ବରଂ ଏକ ସ୍ୱଚ୍ଛ ଓ ସବୁଜ  ଭାରତକୁ ଚୟନ କରିଥାଆନ୍ତି । ଗତବର୍ଷ ୭୦୦କୋଟିରୁ  ଅଧିକ ଯାତ୍ରୀ ଭାରତୀୟ ରେଳବାଇରେ ଯାତ୍ରା କରିବା  ପସନ୍ଦ କରିଥିଲେ । ଏହା ଆମର ଜୀବନଧାରା ଏବଂ  ସବୁଜ ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି । 

୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ  ଲକ୍ଷ୍ୟ ହାସଲ କରିବା ପାଇଁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର  ମୋଦିଙ୍କ ପଞ୍ଚାମୃତ ସଂକଳ୍ପ  ଦିଗରେ ଦେଶର ଯାତ୍ରାରେ  ଭାରତୀୟ ରେଳବାଇ  ଗୁରୁତ୍ୱପୂର୍ଣ୍ଣ ସହଯୋଗ  ଯୋଗାଇ ଦେଉଛି । ରେଳବାଇ  ଏକ ବହୁମୁଖୀ ଆଭିମୁଖ୍ୟ  ଜରିଆରେ ଏହା କରୁଛି । ବହୁସଂଖ୍ୟକ ଯାତ୍ରୀ ସଡ଼କ ପରିବର୍ତ୍ତେ ରେଳଯାତ୍ରା  କରୁଛନ୍ତି ଏବଂ ସ୍ୱଚ୍ଛ ତଥା ସବୁଜ ଇନ୍ଧନରେ ରେଳ  ଯାତାୟାତ ପରିଚାଳନା କରିବା ଦିଗରେ ରେଳବାଇ  ନିରନ୍ତର ପ୍ରୟାସ କରୁଛି । ଏସବୁ ପଦକ୍ଷେପ ଭାରତୀୟ  ଅର୍ଥବ୍ୟବସ୍ଥାକୁ ବ୍ୟାପକ ଭାବେ ପ୍ରଦୂଷଣମୁକ୍ତ କରୁଛି । 

ସଡ଼କରୁ ରେଳପଥ ଦିଗରେ ଯାତ୍ରା 

୨୦୧୩-୧୪ରେ ରେଳବାଇ ପ୍ରାୟ ୧,୦୫୫ ନିୟୁତ  ଟନ୍‌ ମାଲ ପରିବହନ କରିଥିଲା । ଏହା ୨୦୨୪- ୨୫ରେ ୧୬୧୭ ନିୟୁତ ଟନ୍‌କୁ ବୃଦ୍ଧିପାଇଛି, ଯାହା  ଆମର ରେଳପଥକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଲ  ପରିବହନକାରୀ ରେଳପଥରେ ପରିଣତ କରିଛି । ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଗଣନାର  ଉପଯୋଗ କରି ସଡ଼କରୁ ରେଳପଥ ଦିଗରେ ମାଲ  ପରିବହନର ଏହି ସ୍ଥାନାନ୍ତର ଆମ ଦେଶକୁ ୧୪୩ ନିୟୁତ ଟନ୍‌ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ  କରିବାରେ ସାହାଯ୍ୟ କରିଛି । ଏହା ୧୨୧କୋଟି  ବୃକ୍ଷରୋପଣ କରିବା ଭଳି । 

ରେଳ ଦ୍ୱାରା ମାଲ୍‌ ପରିବହନ ଖର୍ଚ୍ଚ ସଡ଼କ ଦ୍ୱାରା  ପରିବହନ ଖର୍ଚ୍ଚ ତୁଳନାରେ ପ୍ରାୟ ଅଧା । ଏହାର ଅର୍ଥ  ହେଉଛି, କେବଳ ବ୍ୟବସାୟ ଲାଗି ନୁହେଁ, ବରଂ ସମଗ୍ର  ଅର୍ଥବ୍ୟବସ୍ଥା ପାଇଁ ଏହା ବଡ଼ ସଞ୍ଚୟ । ଏହି ପରିବର୍ତ୍ତନ  ଗତ ଏକ ଦଶନ୍ଧି ମଧ୍ୟରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ୩.୨ଲକ୍ଷ  କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । 

ରେଳପଥ ମଧ୍ୟ ଅଧିକ ସ୍ୱଚ୍ଛ, ଯାହା ଟ୍ରକ୍‌ ତୁଳନାରେ  ୯୦ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।  ଏହାର ଅର୍ଥ ହେଉଛି, ଆମ ଆକାଶରେ କମ୍‌ ଧୂଆଁ ଏବଂ  ଆମ ପାଇଁ ସ୍ୱଚ୍ଛ ବାୟୁ । ସଡ଼କରୁ ରେଳପଥ ଦିଗରେ  ଏହି ପରିବର୍ତ୍ତନ ଦ୍ୱାରା ଆମର ୨୮୫୭ କୋଟି ଲିଟର  ଡିଜେଲ ସଞ୍ଚୟ ହୋଇଛି, ଯାହା ଇନ୍ଧନ ଖର୍ଚ୍ଚରେ ପ୍ରାୟ  ୨ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି । 

ସବୁଜ ରେଳପଥ, ସୁଦୃଢ଼ ରାଷ୍ଟ୍ର  

ଭାରତ ତୈଳ ଆମଦାନୀ କରିଥାଏ । ତେଣୁ ଆମ  ପରିବହନ କ୍ଷେତ୍ରକୁ ବିଦ୍ୟୁତିକରଣ କରିବା ରଣନୀତିକ  ଦୃଷ୍ଟିରୁ ଯୁକ୍ତିଯୁକ୍ତ, ଯାହାଦ୍ୱାରା ଆମଦାନୀ ଉପରେ  ଆମର ନିର୍ଭରଶୀଳତା ହ୍ରାସ ପାଇବ । ୨୦୧୪ ପୂର୍ବରୁ  ୬୦ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ୨୧,୦୦୦ କିଲୋମିଟର ରେଳପଥର ବିଦ୍ୟୁତୀକରଣ କରିଥିଲା ।  ଆହୁରି ଗତ ୧୧ବର୍ଷ ମଧ୍ୟରେ ଆମେ ୪୭,୦୦୦  କିଲୋମିଟର ବିଦ୍ୟୁତୀକରଣ କରିଛୁ । ଆଜି ଆମର  ବ୍ରଡଗେଜ ନେଟୱର୍କର ୯୯ ପ୍ରତିଶତ ବିଦ୍ୟୁତୀକରଣ  ହୋଇଛି । 

ରେଳ ଷ୍ଟେସନ ଏବଂ ମରାମତି କାରଖାନା ପାଇଁ ରେଳବାଇ ସବୁଜ ଶକ୍ତିର ଅଧିକରୁ ଅଧିକ ବ୍ୟବହାର  କରୁଛି । ଏବେ ଏହା ଟ୍ରେନ୍‌ ଚଳାଇବାକୁ ଅଧିକ  ସବୁଜ ଶକ୍ତି ପାଇବା ପାଇଁ ରାଜ୍ୟଗୁଡ଼ିକ ସହିତ ମିଶି  କାର୍ଯ୍ୟ କରୁଛି । ଏସବୁ ଫଳରେ ଭାରତ ନିଜର ଶୂନ୍ୟ  ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିପାରିବ । 

ମାଲ୍‌ ପରିବହନ କ୍ଷେତ୍ରରେ ପରିବର୍ତ୍ତନ

 ଏହି ଗତିଶୀଳତାକୁ ଆଧାର କରି, ଉତ୍ସର୍ଗୀକୃତ  ମାଲ ପରିବହନ କରିଡର (ଡିଏଫସି)ଗୁଡ଼ିକର  ବିଦ୍ୟୁତୀକରଣ ହୋଇଛି  । ଏଗୁଡ଼ିକ ଉଚ୍ଚ କ୍ଷମତାବିଶିଷ୍ଟ  ରେଳଲାଇନ ଯାହାକୁ କେବଳ ମାଲ୍‌ ପରିବହନ  ପାଇଁ ପ୍ରସ୍ତୁତ କରାଯାଇଛି । ୨,୭୪୧ କିମି. ଡିଏଫସି  କାର୍ଯ୍ୟକ୍ଷମ ହେବା ସହିତ ସଡ଼କରେ ଭିଡ଼ ହ୍ରାସ ପାଇଛି  ଏବଂ ଡିଜେଲ ବ୍ୟବହାର ଓ ଅଙ୍ଗାରକାମ୍ଳ ନିର୍ଗମନକୁ  ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇଛି । 

ଭାରତ ମଧ୍ୟ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ ଭଳି  ଆଧୁନିକ ଓ ପ୍ରଦୂଷଣମୁକ୍ତ ପ୍ରଯୁକ୍ତିକୁ ଗ୍ରହଣ କରୁଛି ।  ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ ହରିୟାଣାର ଜିନ୍ଦ ଏବଂ  ସୋନିପତ ମଧ୍ୟରେ ଚାଲିବ ଏବଂ ୨,୬୦୦ ଯାତ୍ରୀଙ୍କର  ପରିବହନ କରିବ । ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ  ଏବଂ ଦୀର୍ଘତମ ହାଇଡ୍ରୋଜେନ୍‌ ଟ୍ରେନ୍‌ ହେବ । 

ଅର୍ଥବ୍ୟବସ୍ଥା ଓ ପରିବେଶ

 ଆର୍ଥିକ ଅଭିବୃଦ୍ଧି ଏବଂ ପରିବେଶଗତ ଦାୟିତ୍ୱ  ଏକାସାଙ୍ଗରେ ଚାଲିପାରିବ ଏବଂ ଏହା ନିଶ୍ଚୟ ହେବା  ଉଚିତ ବୋଲି ଭାରତ ପ୍ରମାଣ କରିଛି । ବିଶ୍ୱ ବ୍ୟାଙ୍କର  ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ ୨୦୨୩ ଅନୁଯାୟୀ, ଭାରତ  ବର୍ତ୍ତମାନ ୧୩୯ଟି ଦେଶ ମଧ୍ୟରୁ ୩୮ତମ ସ୍ଥାନରେ  ରହିଛି, ଯାହା ୨୦୧୪ ପରଠାରୁ ୧୬ଟି ସ୍ଥାନ ଉପରକୁ  ଉଠିଛି । ରେଳ ବିଦ୍ୟୁତୀକରଣର ସମ୍ପ୍ରସାରଣ ଦ୍ୱାରା ଖର୍ଚ୍ଚ  ଓ ପ୍ରଦୂଷଣ ହ୍ରାସ ପାଇଛି । ଏହା ଗତି ଏବଂ କ୍ଷମତା  ମଧ୍ୟ ବୃଦ୍ଧି କରିଛି, ଯାହା ଭାରତକୁ ବିଶ୍ୱସ୍ତରୀୟ ଲଜିଷ୍ଟିକ୍ସ  ମାନର ନିକଟତର ହେବାରେ ସାହାଯ୍ୟ କରିଛି । 

ଶୂନ୍ୟ ପ୍ରଦୂଷଣ ଦିଗରେ ରେଳବାଇର ଯାତ୍ରା

୨୦୩୦ ବର୍ଷକୁ ଭାରତୀୟ ରେଳବାଇ ପାଇଁ ନେଟ୍‌  ଜିରୋ ବା ପ୍ରଦୂଷଣମୁକ୍ତ ବର୍ଷ ଭାବେ ପ୍ରଧାନମନ୍ତ୍ରୀ  ମୋଦି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଦ୍ରୁତ ବିଦ୍ୟୁତୀକରଣ  ଏବଂ ସଡ଼କରୁ ରେଳକୁ ବ୍ୟାପକ ମାତ୍ରାରେ ମାଲ  ପରିବହନ ସ୍ଥାନାନ୍ତର କାରଣରୁ ଭାରତୀୟ ରେଳବାଇ  ୨୦୨୫ ମସିହା ମଧ୍ୟରେ ଶୂନ୍ୟ (ପରିସର-୧) ଲକ୍ଷ୍ୟ  ହାସଲ କରିବା ଦିଗରେ ଅଗ୍ରସର ହେଉଛି । ଚଳିତ ବିଶ୍ୱ ପରିବେଶ ଦିବସ ଅବସରରେ  ଭାରତୀୟ ରେଳବାଇ ଦୀର୍ଘସ୍ଥାୟୀ ବିକାଶ ପ୍ରତି  ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ବିଦ୍ୟୁତୀକରଣ  ହୋଇଥିବା ପ୍ରତ୍ୟେକ ରେଳପଥ, ପ୍ରତ୍ୟେକ ସୌର  ପ୍ୟାନେଲ ଏବଂ ସଡ଼କ ପରିବର୍ତ୍ତେ ରେଳ ମାର୍ଗରେ  ଥିବା ପ୍ରତ୍ୟେକ ମାଲ କଣ୍ଟେନର ଆମ ଲୋକମାନଙ୍କ  ପାଇଁ ଏବଂ ଆମ ପୃଥିବୀ ଲାଗି ଏକ ପ୍ରତିଶ୍ରୁତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.