ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

୨୦୩୫ ସୁଦ୍ଧା ତିଆରି ହେବ ଇଣ୍ଡିଆନ୍ ସ୍ପେସ୍‌ ଷ୍ଟେସନ୍, ପିଏମ୍ ମୋଦି କହିଲେ- ଆମେ ଚନ୍ଦ୍ର ଓ ମଙ୍ଗଳ ପର୍ଯ୍ୟନ୍ତ ପହଁଞ୍ଚି ସାରିଛୁ, ଏବେ...

Published By : Harapriya Biswal | August 23, 2025 6:11 PM

ନୂଆଦିଲ୍ଲୀ,୨୩।୮:  ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦିନଟି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଏବଂ ଆକର୍ଷଣର ଏକ ଅବସର ପାଲଟିଛି।  ଭାରତ ପାଇଁ ଏହା ଗର୍ବର ବିଷୟ ଯେ ଆଜି ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ ସଫଳତା ହାସଲ କରିବା ଆମର ପରିଚୟ ପାଲଟିଛି। ଭାରତ ଖୁବ୍ ଶୀଘ୍ର ଗଗନଯାନ ଉଡ଼ାଣ କରିବ ଏବଂ ଆଗାମୀ ସମୟରେ ନିଜର ମହାକାଶ ଷ୍ଟେସନ ମଧ୍ୟ ପ୍ରତିଷ୍ଠା କରିବ।

ପିଏମ୍ ମୋଦି  କହିଛନ୍ତି, ଆମେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ପହଞ୍ଚିଛୁ। ଏବେ ଆମକୁ ମହାକାଶକୁ ଆହୁରି ଗଭୀର ଭାବରେ ଅନୁସନ୍ଧାନ କରିବାକୁ ପଡିବ। ଏଠାରେ ଅନେକ ରହସ୍ୟ ଲୁଚି ରହିଛି ଯାହା ମାନବତାର ଭବିଷ୍ୟତ ପାଇଁ ଲାଭଦାୟକ। ଅନନ୍ତ ବ୍ରହ୍ମାଣ୍ଡ ଆମକୁ କହେ, କୌଣସି ସୀମା ଶେଷ ସୀମା ନୁହେଁ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ନୀତିଗତ ସ୍ତରରେ କୌଣସି ଶେଷ ସୀମା ରହିବା ଉଚିତ୍ ନୁହେଁ। ଭାରତ ସେମି କ୍ରାୟୋଜନକି ଇଞ୍ଜିନ ଓ ଇଲୋକ୍ଟେ୍ରାନିକ୍ସ ପ୍ରୋପୋଲେସନ୍ ଭଳି ନୂଆ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ଆଗକୁ ବଡୁଛି। ସେ ବିଶ୍ବାସ ପ୍ରକାଶ କରିଛନ୍ତି ଯେ, ଖୁବ୍ ଶୀଘ୍ର ଭାରତ ଗଗନଯାନ ମିଶନକୁ ସଫଳତାର ସହ ପୁରା କରିବା ଓ ଆଗାମୀ ସମୟରେ ମହାକାଶ କେନ୍ଦ୍ର ସ୍ଥାପିତ କରିବ।

ଏହି ଅବସରରେ ଭାରତୀୟ ମହାକାଶ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ଅଧ୍ୟକ୍ଷ ଭି.ନାରାୟଣନ କହିଛନ୍ତି, ଭାରତର ଲକ୍ଷ୍ୟ ୨୦୨୮ ପର୍ଯ୍ୟନ୍ତ ବିଏଏସ୍-୦୧ ମଡ୍ୟୁଲ ଲଞ୍ଚ କରିବା ଓ ୨୦୩୫ ପର୍ଯ୍ୟନ୍ତ ପୁରା ମହାକାଶ କେନ୍ଦ୍ର ତିଆରି କରିବାର ଯୋଜନା ରହିଛି। ଏହା ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଟେକ୍ନୋଲୋଜି ଉପରେ ଆଧାରିତ ହେବ। ରାଷ୍ଟ୍ରୀୟ ମହାକାଶ ଦିବସ ୨୦୨୫ ଅବସରରେ ଇସ୍ରୋ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଆମେ ଚନ୍ଦ୍ରଯାନ-୪ ଓ ଶୁକ୍ର ଅର୍ବିଟର ମିଶନ୍ ଆରମ୍ଭ କରିବାକୁ ଯାଉଛି। ୨୦୨୮ ପର୍ଯ୍ୟନ୍ତ ଆମେ ବିଏଏସର ପ୍ରଥମ ମଡ୍ୟୁଲ ଲଞ୍ଚ କରିଦେବୁ, ଯାହାକି ୨୦୩୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଚାଲୁ ହୋଇଯିବ। ନେକ୍ସଟ ଜେନେରେସନ୍ ଲଞ୍ଚର (ଏନଜିଏଲ) ଉପରେ କାମକୁ ମଞ୍ଜୁରୀ ମିଳିଯାଇଛି। ୨୦୪୦ ସୁଦ୍ଧା ଭାରତ କେବଳ ଚନ୍ଦ୍ରରେ ଓହ୍ଲାଇବ, ତାହା ନୁହେଁ ବଂର ଏହାର ନମୁନାକୁ ମଧ୍ୟ ସୁରକ୍ଷିତ  ରୂପରେ ଫେରାଇ ଆଣିବ। ସେତେବେଳେ ଆମର ମହାକାଶ କାର୍ଯ୍ୟକ୍ରମ ଦୁନିଆର କୌଣସି ଅଗ୍ରଣୀ ମହାକାଶ ଏଜେନ୍ସିର ସମକକ୍ଷ ହେବ।’  ଉଲ୍ଲେଖନୀୟ ଯେ, ଇସ୍ରୋ ପ୍ରଥମ ଥର ଭାରତୀୟ ମହାକାଶ ଷ୍ଟେସନ୍ (ବିଏଏସ୍)ର ମଡେଲ ଶୁକ୍ରବାର ଦୁନିଆ ଆଗକୁ ଆଣିଛି।    


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.