ପ୍ରମୂଖ ଖବର
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଇଂଲଣ୍ଡ ଗସ୍ତ ଲାଗି ଭାରତ-ଏ ଟିମ୍‌ ଘୋଷଣା, ଦଳକୁ ଫେରିଲେ ଇଶାନ କିଶନ ଓ କରୁଣ ନାୟର

Published By : Tapas Panda | May 16, 2025 10:07 PM

Image Courtesy: tv9hindi

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ଲାଗି ଟିମ୍ ଇଣ୍ଡିଆ ଘୋଷଣା ପାଇଁ ଆହୁରି କିଛି ସମୟ ବାକି ଅଛି। କିନ୍ତୁ ଏହା ପୂର୍ବରୁ ଭାରତ-ଏ ଦଳ ଘୋଷଣା ହୋଇଛି । ଶୁକ୍ରବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ ଭାରତ-ଏ ଦଳ ଘୋଷଣା କରିଛି ।  ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା ହୋଇଛି । ଏହି ଦଳର ନେତୃତ୍ବ ଅଭିଜ୍ଞ ବ୍ୟାଟର ଅଭିମନ୍ୟୁ ଈଶ୍ୱରନଙ୍କୁ ଦିଆଯାଇଛି । କରୁଣ ନାୟର ଏବଂ ଇଶାନ କିଶାନ ମଧ୍ୟ ଏହି ଦଳକୁ ଫେରିଛନ୍ତି । IPL 2025 ସିଜିନ୍ ପୁଣି ଥରେ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ, ଭାରତୀୟ ବୋର୍ଡ ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ଏକ ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା କରିଛି । 

ବେଙ୍ଗଲର ଅଭିଜ୍ଞ ଓପନର ଅଭିମନ୍ୟୁ ଈଶ୍ୱରନଙ୍କୁ ଅଧିନାୟକ କରାଯାଇଛି । ପୂର୍ବରୁ ଋତୁରାଜ ଗାୟକ୍ବାଡ ଅଷ୍ଟ୍ରେଲିଆ ଗସ୍ତରେ ଭାରତ-ଏ ଦଳର ଅଧିନାୟକ ଥିଲେ । କିନ୍ତୁ ଏଥର ସେ ଦଳର ନେତୃତ୍ୱ ନେଉନାହାଁନ୍ତି । ତଥାପି ତାଙ୍କୁ ଦଳରେ ସାମିଲ କରାଯାଇଛି । ମେ’ ୩୦ରୁ ଆରମ୍ଭ ହେଉଥିବା ଏହି ସିରିଜ୍ ପାଇଁ ଚୟନ ହୋଇଥିବା ଦଳ ବିଷୟରେ ବିଶେଷ କଥା ହେଉଛି ଯେ, ଅଭିଜ୍ଞ ବ୍ୟାଟର କରୁଣ ନାୟାରଙ୍କୁ ବହୁ ବର୍ଷ ପରେ ଭାରତୀୟ ଦଳରେ ସ୍ଥାନ ମିଳିଛି । ଗତ ଘରୋଇ ସିଜିନ୍‌ରେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ-ୱାନ୍ କ୍ରିକେଟ୍‌ରେ ୧୬୦୦ ରୁ ଅଧିକ ରନ୍ ଏବଂ ୯ ଶତକ ହାସଲ କରିଥିବା କରୁଣଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବାକୁ ଦାବି ହେଉଥିଲା। ଏପରି ପରିସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଇଣ୍ଡିଆ-ଏରେ ସୁଯୋଗ ପାଇବା ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ସେ ଏଠାରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଟେଷ୍ଟ ଦଳକୁ ମଧ୍ୟ ଫେରିପାରିବେ । 

ଇଶାନ କିଶନଙ୍କୁ ମଧ୍ୟ ଚୟନକର୍ତ୍ତାମାନେ ପୁଣି ଥରେ ସୁଯୋଗ ଦେଇଛନ୍ତି। ସେପଟେ ଟିମ୍ ଇଣ୍ଡିଆର କିଛି ନିୟମିତ ଖେଳାଳିଙ୍କୁ ମଧ୍ୟ ଏହି ସିରିଜ ପାଇଁ ଚୟନ କରାଯାଇଛି । ଯେଉଁଥିରେ ସବୁଠାରୁ ବଡ ନାମ ଶୁଭମନ ଗିଲ ଏବଂ ଯଶସ୍ୱୀ ଜୟସ୍ବାଲ। ଶୁଭମନଙ୍କୁ ନୂତନ ଟେଷ୍ଟ ଅଧିନାୟକ କରାଯିବା ନେଇ ଆଲୋଚନା ହେଉଛି । କିନ୍ତୁ ଦ୍ୱିତୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍ ପୂର୍ବରୁ ତାଙ୍କୁ ଦଳରେ ଯୋଗ ଦେବାକୁ ମଧ୍ୟ କୁହାଯାଇଛି। ଦ୍ୱିତୀୟ ମ୍ୟାଚ୍ ଜୁନ୍ ୬ରୁ ଆରମ୍ଭ ହେବ। ଏହା ଆଇପିଏଲ୍ ଫାଇନାଲକୁ ଧ୍ୟାନରେ ରଖି କରାଯାଇଛି । ଆଇପିଏଲରେ ଗିଲଙ୍କ ଦଳ ଗୁଜରାଟ ଟାଇଟାନ୍ସ ଭଲ ସ୍ଥିତିରେ ରହିଛି । ଗୁଜରାଟ ଟିମରେ ଗିଲଙ୍କ ସାଥି ଖେଳାଳି ସାଇ ସୁଦର୍ଶନଙ୍କୁ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଯୋଗଦେବା ପାଇଁ  କୁହାଯାଇଛି । 

ଇଂଲଣ୍ଡ ଟୁର୍ ପାଇଁ ଇଣ୍ଡିଆ-ଏ ସ୍କ୍ବାଡ୍‌

ଅଭିମନ୍ୟୁ ଇଶ୍ବରନ (ଅଧିନାୟକ), ଧ୍ରୁବ ଜୁରେଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ବାଲ, କରୁଣ ନାୟର, ନୀତୀଶ କୁମାର ରେଡ୍ଡୀ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ମାନବ ସୂତାର, ତନୁଶ କୋଟିୟାନ, ମୁକେଶ କୁମାର, ଆକାଶ ଦୀପ, ହର୍ଷିତ ରାଣା, ଅନସୁଲ କମ୍ବୋଜ, ଖଲିଲ ଅହମ୍ମଦ, ତୁଷାର ଦେଶପାଣ୍ଡେ, ହର୍ଷ ଦୁବେ, ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ (ଦ୍ୱିତୀୟ ମ୍ୟାଚରେ ଉଭୟ ଯୋଗ ଦେବେ )

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.