ମୁମ୍ବାଇ,୦୭/୦୧: ଆସନ୍ତା ମାସରେ ହେବାକୁ ଥିବା  ଚାମ୍ପିଅନ୍ସ ଟ୍ରଫି ପାଇଁ ଖୁବ୍‌ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ଆସନ୍ତା ୧୨ତାରିଖ ସୁଦ୍ଧା ସମସ୍ତ ବୋର୍ଡ ନିଜ ନିଜର ଦଳ ଘୋଷଣା କରିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି ।  

ବର୍ଡର-ଗାଭାସ୍କର ଟ୍ରଫିରେ  ବିଫଳତା ସତ୍ତେ୍ୱ ରୋହିତ ଶର୍ମା  ଭାରତୀୟ ଦଳର ନେତୃତ୍ୱ ନେବା ନିଶ୍ଚିତ । ତାଙ୍କ ସହ ଯଶପ୍ରୀତ ବୁମରାଙ୍କୁ ଉପଅଧିନାୟକ ନିଯୁକ୍ତ  କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଶୁଣା ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ  ବିଧିବଦ୍ଧ ଭାବରେ କିଛି ଘୋଷଣା କରାଯାଇନାହିଁ । ବୁମରା  ସମ୍ପ୍ରତି ଆହତ ଅଛନ୍ତି । ଗତ ସିଡନୀ ଟେଷ୍ଟରେ ବୋଲିଂ  ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅବଶ୍ୟ ପରେ ବୁମରା ବ୍ୟାଟିଂ କରିବାକୁ ଓହ୍ଳାଇଥିଲେ  ହେଁ ଦ୍ୱିତୀୟ ଇନିଂସରେ ବୋଲିଂ କରି ନଥିଲେ । ଯନ୍ତ୍ରଣା  ସ୍ଥାନର ସ୍କାନ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ରିପୋର୍ଟକୁ  ଗୁପ୍ତ ରଖାଯାଇଛି । ତେଣୁ ସେ ଫିଟ୍‌ ହେବା ପାଇଁ  କେତେ ଦିନ ସମୟ ଲାଗିବ, ଏବେଠୁ କହିବା ମୁସ୍କିଲ ।