ନୂଆଦିଲ୍ଲୀ,୦୫/୦୬: ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ  ଖେଳିବା ପାଇଁ ଆସନ୍ତା ୬ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଯାତ୍ରା କରିବ । ଇତି ମଧ୍ୟରେ ଟେଷ୍ଟ ଦଳର କିଛି ସଦସ୍ୟ  ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି । ବାକି ଖେଳାଳି ଓ କୋଚ ଶୁକ୍ରବାର  ଦିନ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । 

ଏହା ପୂର୍ବରୁ ବିସିସିଆଇ  ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବ । ମୁଖ୍ୟ  କୋଚ୍‌ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ଶୁଭମନ ଗିଲ୍‌  ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଅଧିନାୟକ ନିଯୁକ୍ତ ହେବା ପରଠୁ ଗିଲ ଗଣମାଧ୍ୟମର ସାମ୍ନା  କରିନାହାନ୍ତି । ୨୦ ତାରିଖରୁ ଲିଡ୍ସ ସହର ସ୍ଥିତ ହେଡିଂଲେରେ  ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହାପରେ ଜୁଲାଇ ୨ରୁ ୬ ତାରିଖ  ମଧ୍ୟରେ ଏଜବାଷ୍ଟନରେ ଦ୍ୱିତୀୟ ଟେଷ୍ଟ, ଜୁଲାଇ ୧୦ରୁ ୧୪ତାରିଖ  ମଧ୍ୟରେ ଓଲ୍ଡ ଟ୍ରାଫୋର୍ଡରେ ଚତୁର୍ଥ ଟେଷ୍ଟ ଓ ଜୁଲାଇ ୩୧ରୁ ଅଗଷ୍ଟ  ୪ ତାରିଖ ମଧ୍ୟରେ ଓଭାଲରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ ।