ମୁମ୍ବାଇ୍‌,୩୧/୦୭: ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା  ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଆଜି ୧୯ ବର୍ଷରୁ କମ୍‌ ଭାରତୀୟ  ଦଳ ଘୋଷଣା କରିଛି । ଆୟୂଷ ମାହତ୍ରେ ଅଧିନାୟକ ଓ ଭିହାନ ମଲହୋତ୍ରା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ  ଭାରତୀୟ ଯୁବ ଦଳ ୩ଟି ଅନଫିସିଆଲ  ଦିନିକିଆ ଓ ୨ଟି ଅନଫିସିଆଲ ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । 

ସେପ୍ଟେମ୍ବର  ୨୧, ୨୪ ଓ ୨୬ ତାରିଖରେ ଦିନିକିଆ  ଖେଳାଯିବ । ସେହିପରି ସେପ୍ଟେମ୍ବର  ୩୦ରୁ ଅକ୍ଟୋବର ୩ ମଧ୍ୟରେ ପ୍ରଥମ ଅନଫିସିଆଲ ଟେଷ୍ଟ ଓ ଅକ୍ଟୋବର ୭ରୁ ୧୦  ତାରିଖ ମଧ୍ୟରେ ଦ୍ୱିତୀୟ ଅନଫିସିଆଲ ଟେଷ୍ଟ ଆୟୋଜିତ ହେବ ।  

ଦଳ: ଆୟୂଷ ମାହତ୍ରେ(ଅଧିନାୟକ), ଭିହାମ ମଲହୋତ୍ରା(ଉପ  ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବେଦାନ୍ତ ତ୍ରିବେଦୀ, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ, ହରିବଂଶ ସିଂହ, ଆରଏସ ଆମ୍ବ୍ରିସ, କନିଷ୍କ ଚୌହାନ, ନମନ  ପୁଷ୍ପକ, ହେନିଲ ପଟେଲ, ଡି ଦୀପେଶ, କିଷନ କୁମାର, ଅନମୋଲଜୀତ  ସିଂହ, ଖିଲାନ ପଟେଲ, ଉଦ୍ଧବ ମୋହନ, ଅମନ ଚୌହାନ । 

ଷ୍ଟାଣ୍ଡବାଇ:  ୟୁଦ୍ଧଜୀତ ଗୁହା, ଲକ୍ଷ୍ମଣ, ବିକେ କିଶୋର, ଅଳଙ୍କୃତ ରାପୋଲ, ଅର୍ଣ୍ଣବ ବୁଗା।